ଧରିତ୍ରୀ ପ୍ରଭାବ: ତାରରେ ନଦୀ ପାର ହେବା ଘଟଣା; ଗଦାପୁର ନଦୀ କୂଳରେ ପହଞ୍ଚିଲେ ବିଡିଓ, ସହକାରୀ ଯନ୍ତ୍ରୀ

ଚନ୍ଦ୍ରଗିରି,୧୯ା୯(ଡି.ଏନ.ଏ.)-ମୋହନା ବ୍ଲକର ଅତି ଦୁର୍ଗମ ଇଲାକାରେ ଅବସ୍ଥିତ ଗରଡମା ପଞ୍ଚାୟତର ରାଜଖମା ଗ୍ରାମ ନିକଟସ୍ଥ ଗଦାପୁର ନଦୀ। ଏହି ନଦୀରେ ପୋଲ ନାହିଁ। ଖରାଦିନେ ଏହା ଶୁଖିଲା ଥିବାରୁ ଲୋକେ ଚାଲି ଯାଇଥାନ୍ତି। ମାତ୍ର ବର୍ଷାଦିନ ଜଳସ୍ତର ବୃଦ୍ଧି ପାଏ। ପ୍ରାୟ ୮ରୁ ୧୦ ଫୁଟ ପାଣି ଓ ପ୍ରଖର ସ୍ରୋତରେ ଜୀବନକୁ ବାଜି ଲଗାଇ ଦୈନିକ ବିଦ୍ୟୁତ୍‌ ତାର ସାହାରା ନେଇ ଅଞ୍ଚଳବାସୀ ଉକ୍ତ ନଦୀ ପାର ହେଇଥାନ୍ତି। ନଦୀ ପାର ଘଟଣା ପ୍ରଥମେ ଗତ ୧୧ ତାରିଖରେ ଧରିତ୍ରୀ ଲାଇଭ୍‌ ଏବଂ ୧୨ରେ ଧରିତ୍ରୀ କାଗଜରେ ପ୍ରକାଶ ପାଇବା ପରେ ଏବେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି। ଜିଲା ପ୍ରଶାସନର ନିର୍ଦ୍ଦେଶରେ ସୋମବାର ମୋହନା ବିଡିଓ ବଂଶୀଧର ଖୋସଲା ଏବଂ ବ୍ଲକର ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରି ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି। ନଦୀ ଉପରେ ପୋଲ ନିର୍ମାଣ କରିବା ନିହାତି ଜରୁରୀ। ପୋଲ ନିର୍ମାଣ ହେଲେ ନଦୀ ଆରପଟେ ଥିବା ରାଜଖମା, ବେତାଗଣ୍ଡା, କୁଟ୍ରୀପଦର, ଗାଙ୍ଗୁଡିପଙ୍କା ଭଳି କେତେ ଖଣ୍ଡ ଆଦିବାସୀ ବହୁଳ ଗଁ।କୁ ଯାତାୟାତର ସୁବିଧା ହୋଇପାରିବ ବୋଲି କହିଥିଲେ। ଏଥିସହ ପଞ୍ଚାୟତର ଢେପାଗୁଡାରୁ ଗମ୍ଭାରୀ ଓ ରାଜଖମା ଗାଁ ରାସ୍ତା ଅତି ଦୟନୀୟ ଥିବାରୁ ଏଠାରେ ୮ କିମି ଥିବା ମାଟି ରାସ୍ତାକୁ ପକ୍କାରାସ୍ତା କିଭଳି ହେବ ସେ ନେଇ ସମିତି ବୈଠକରେ ଆଲୋଚନା କରାଯିବ ବୋଲି ବିଡିଓ କହିଥିଲେ। ଉକ୍ତ ନଦୀରେ ଗୋଟିଏ ପୋଲର ଆବଶ୍ୟକତା ରହିଥିବା ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବା ସହ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ମଧ୍ୟ ସମାଧାନ କରାଯିବ ବୋଲି ସେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ଥିଲେ ବିବାହିତ ଯୁବକ, ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ...

ଉପେନ୍ଦ୍ରଙ୍କ ଦିନରେ ନୁହେଁ, ରାତିରେ ଜମୁଛି ପ୍ରଚାର

ବାଲିଗୁଡା,୨୧।୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବେ...

ମାମୁ-ଭଣଜା ଗୋଷ୍ଠୀ ସଂଘର୍ଷ: ୬ ଗୁରୁତର

ବାଲିଗୁଡ଼ା,୨୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଶନିବାର ବିଳମ୍ବିତ ରାତିରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଗୋଟିଏ ଗୋଷ୍ଠୀ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri