ଆମ ଜିଲା ଖବର

ସମୁଦ୍ର ଜୁଆର ମାଡରେ ୩୦ ପରିବାରର ବାସଗୃହ ଧ୍ୱସ୍ତବିଧ୍ୱଂସ୍ତ

ଚିକିଟି,୨୮ା୮(ଡି.ଏନ.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ କତୁରୁ ପଞ୍ଚାୟତ ସମୁଦ୍ରତଟବର୍ତ୍ତୀ ଗ୍ରାମ ରାମେୟାପାଟଣା ବୁଧବାର ସକାଳେ ପୁଣି ସମୁଦ୍ର ଜୁଆର ମାଡରେ କ୍ଷତିଗ୍ରସ୍ତ ହୋଇଛି। ଜୁଆର ମାଡରେ ୩୦ ପରିବାର ବାସଗୃହ ଧ୍ୱସ୍ତବିଧ୍ୱଂସ୍ତ ହୋଇଯାଇଛି। କେତେକ କ୍ଷତିଗ୍ରସ୍ତ ପରିବାରର ଲୋକମାନେ ସମ୍ପର୍କୀୟଙ୍କ…

ବରପଦା-ଆଗରପଡ଼ା ରାସ୍ତା ପୁନଃନିର୍ମାଣ ନ ହେଲେ ଆନ୍ଦୋଳନ

ବନ୍ତ,୨୮।୮(ସ୍ବ.ପ୍ର.): ଭଦ୍ରକ ଜିଲା ବରପଦା-ଆଗରପଡ଼ା ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଆଗାମୀ ୧୫ ଦିନ ମଧ୍ୟରେ ଏହି ରାସ୍ତା ପୁନଃନିର୍ମାଣ କରାଯିବାକୁ ଭାରତର କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) ପକ୍ଷରୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରାଯାଇଛି। ଦାବି ପୂରଣ ନ ହେଲେ…

ସ୍ବାୟତ ଶାସନ ଦିବସରେ ଖୋଲିବ ଆନନ୍ଦପୁର ଶିଶୁ ପାର୍କ

ଆନନ୍ଦପୁର,୨୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ୭ ନଂ ଓ୍ବାର୍ଡ ବ୍ରିଜଛକଠାରେ ପାଖାପାଖି କୋଟିଏ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଶିଶୁ ପାର୍କର ଲୋକାର୍ପଣ ଉତ୍ସବ ଚଳିତ ବର୍ଷ ଫେବୃୟାରୀ ୨୪ ତାରିଖରେ ଅନୁଷ୍ଠିତ ହୋଇଥିଲା। ଲୋକାର୍ପଣ ସତ୍ତ୍ୱେ ଏହାର…

ଏଆଇଟିୟୁସି ପକ୍ଷରୁ ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ: ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ବଡ଼ବିଲ,୨୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଏଆଇଟିୟୁସି(ଅଖିଳ ଭାରତ ଟ୍ରେଡ୍‌ ୟୁନିୟନ କଂଗ୍ରେସ) ପକ୍ଷରୁ ବୁଧବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛିି। ଶ୍ରମିକମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ କରିଥିଲେ। କେନ୍ଦ୍ର…

ଏସ୍‌ଏଚ୍‌ଜିଙ୍କ ଦ୍ୱାରା ଧାନକିଣାକୁ ବିରୋଧ କରି ରାସ୍ତା ଅବରୋଧ : ବିଧାୟକଙ୍କ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ଜୟପୁର,୨୮।୮(ନି.ପ୍ର.): କୋରାପୁଟ ଜିଲା ଜୟପୁର ବ୍ଲକ ଜାମୁଣ୍ଡା ଓ କଙ୍ଗା ପଞ୍ଚାୟତର ଶତାଧିକ ଚାଷୀ ବୁଧବାର ୨୬ନଂ. ଜାତୀୟ ରାଜପଥର କୁମୁଲିପୁଟଠାରେ ରାସ୍ତା ଅବରୋଧ କରିଛନ୍ତି ା ଏସ୍‌ଏଚ୍‌ଜିଙ୍କ ଦ୍ୱାରା ଧାନକିଣାକୁ ବିରୋଧ କରି ଏହି ରାସ୍ତା ଅବରୋଧ ହୋଇଛି। ଚାଷୀମାନଙ୍କ…

ବେତନଟୀ ନାବାଳିକା ବଳାତ୍କାର ଓ ହତ୍ୟା ମାମଲା: ଦୋଷୀ ଯୁବକଙ୍କୁ ଫାଶୀ

ବାରିପଦା ଅଫିସ,୨୮ା୮- ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ମୟୂରଭଞ୍ଜ ଅତିରିକ୍ତ ଜିଲା ଦୌରାଜଜ ବୁଧବାର ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଦୋଷୀ ଯୁବକ ଜଣକ ହେଲେ ଜାମିନୀକାନ୍ତ ମହାନ୍ତ । ୨୦୧୮ ରେ ବେତନଟୀ…

ହାଟଡ଼ିହୀ ଅଞ୍ଚଳର ୩ ପ୍ରମୁଖ ରାସ୍ତାର ଶିଳାନ୍ୟାସ କଲେ ବିଧାୟକ

ହାଟଡ଼ିହୀ,୨୮।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ତିନୋଟି ସ୍ଥାନରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ବୁଧବାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକର ଶିଳାନ୍ୟାସ କରିଛନ୍ତି। ଛେନାପଦିରୁ ପଞ୍ଚୁଗୋଛିଆ ୬ କିମି ୨୦୦ ମି. ରାସ୍ତା ପାଇଁ ୨ କୋଟି ୪୧ ଲକ୍ଷ…

ନଗର ଉନ୍ନୟନ ମନ୍ତ୍ରୀଙ୍କ ଦିନିକିଆ ବ୍ରହ୍ମପୁର ଗସ୍ତ, ଭାରତର ପ୍ରଥମ ଆଇଟିଏମ୍‌ଏସ୍‌ ବ୍ୟବସ୍ଥାର କଲେ ଶୁଭାରମ୍ଭ

ବ୍ରହ୍ମପୁର ଅଫିସ,୨୮।୮: ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଟିଏମ୍‌ଏସ୍‌) ସମଗ୍ର ଭାରତରେ ପ୍ରଥମ। ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସି ବିଏମ୍‌ସିର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ପ୍ରକଳ୍ପର ଉଦଘାଟନ ଉତ୍ସବରେ ଯୋଗଦେଇ ପଞ୍ଚାୟତିରାଜ…

ଆଜିଠାରୁ ‘ଜିନ ଓ୍ବା’ରୁ କଢ଼ାଯିବ ତେଲ, ଚିଲିକା ପ୍ରତି ବିପଦ ନାହିଁ: ମନ୍ତ୍ରୀ

ଚିଲିକା, ୨୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିଲିକା ନିକଟ ରାଜହଂସରେ ଫସିଯାଇଥିବା ମାଲେସୀୟା ଜାହାଜ ‘ଜିନ ଓ୍ବା’ରୁ ବୁଧବାରଠାରୁ ତେଲ କଢ଼ାଯିବା ଆରମ୍ଭ ହେବ। ଏହା ୩ରୁ ୪ ଦିନ ଲାଗିବ। ପରେ ଜାହାଜକୁ ସେଠାରୁ ଉଠାଇବାକୁ ମଧ୍ୟ କୁହାଯିବ। ଜାହାଜଟି କାହାର…

ଦବିଲା କାଠଯୋଡି ବ୍ରିଜ୍‌

କଟକ ଅଫିସ, ୨୮।୮: କଟକ ଗୋପାଳପୁର-ଲିଙ୍କରୋଡ କାଠଯୋଡି ବ୍ରିଜ୍‌ ବୁଧବାର ମଧ୍ୟାହ୍ନରେ ଦବିଯାଇଛି। ବ୍ରିଜ୍‌ ଆରମ୍ଭରୁ ସାମାନ୍ୟ ଦବିଯାଇଛି। ଫଳରେ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି। ଦବିଥିବା ବ୍ରିଜ୍‌ ରାସ୍ତାକଡ଼କୁ ପୋଲିସ କର୍ଡନ କରିଥିବା ସୂଚନା ମିଳିଛି।

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା: ଗ୍ୟାଙ୍ଗ ଲିଡର ବାଲବଚା ଗିରଫ

ବ୍ରହ୍ମପୁର ଅଫିସ,୨୮।୮: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ଶାନ୍ତି ନଗରରେ ଗତ ୧୫ ତାରିଖରେ ୨ ଅପରାଧୀ ବାଲ୍‌ବଚା ଓ ଖଣ୍ଡି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ଘଟଣାରେ ଫେରାର ଥିବା ବାଲ୍‌ବଚା ଗ୍ୟାଙ୍ଗ ଲିଡର ଲବ ସେଠୀ…

ଶିମିଳିପାଳ ଜଙ୍ଗଲରୁ ୨ ଶିକାରୀ ଗିରଫ: ମାଂସ, ଧନୁ, ତୀର ଜବତ

ଠାକୁରମୁଣ୍ଡା, ୨୮।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ମଣ୍ଡଳଝରୀ ବିଟ ଶିମିଳିପାଳ କମ୍ପାର୍ଟମେଣ୍ଟ ନଂ-୩ ସଂରକ୍ଷିତ ଜଙ୍ଗଲରୁ ସମ୍ବର ମାଂସ ସହ ୨ ଶିକାରୀଙ୍କୁ ବନ ବିଭାଗ ବୁଧବାର କାବୁ କରିଛି। ସେମାନେ ହେଲେ କାରେଟବେଡ଼ା ଗ୍ରାମର ଲବ ସୋରେନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?