ବ୍ରହ୍ମପୁର ଅଫିସ,୧୯।୯: ଗଞ୍ଜାମ ଜିଲା ବ୍ରହ୍ମପୁର ସହରର ଆସିକା ରୋଡ଼ ଏଟିଏମ୍ ଏବଂ ମେଡିକାଲ ଏଟିଏମ୍ରେ ୪୦ଲକ୍ଷ ଟଙ୍କା ଭର୍ତ୍ତି କରିବାକୁ ନେଇ ସିକ୍ୟୁର ଭ୍ୟାଲି ସଂସ୍ଥାର କେତେଜଣ କର୍ମଚାରୀ ଉକ୍ତ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଗୁରୁବାର ୨ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ଜଣେ ଗାଡ଼ି ଡ୍ରାଇଭର ଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ରହିଥିବା ଜଣାପଡିଛି। ପୋଲିସ ସେମାନଙ୍କୁ ଜେରା ଚଳାଇଛି। ତଦନ୍ତରେ ବାଧା ଉପୁଜିବା ଦୃଷ୍ଟିରୁ ସେମାନଙ୍କ ପରିଚୟ ସ୍ପଷ୍ଟ କରିବାକୁ ପୋଲିସ ମନାକରିଛି। ବୟାନକୁ ଆଧାରକରି ଉକ୍ତ ସଂସ୍ଥାର ଫେରାର ଅନ୍ୟ ଜଣେ କର୍ମଚାରୀଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଥିବା କହିଛି।
ପ୍ରକାଶ ଯେ, ଗତ ୧୨ ତାରିଖରେ ଉକ୍ତ ସଂସ୍ଥାର ୩ କର୍ମଚାରୀ ୨ଟି ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବା ପାଇଁ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରୁ ୪୦ ଲକ୍ଷ ଟଙ୍କା ନେଇଥିଲେ। ମାତ୍ର ସେମାନେ ଉକ୍ତ ଟଙ୍କା ଏଟିଏମ୍ରେ ଭର୍ତ୍ତି କରି ନ ଥିବା ସଂସ୍ଥାର ଡେପୁଟି ମ୍ୟାନେଜର ତାପସ କୁମାର ମହାନ୍ତି ଜାଣିବାକୁ ପାଇଥିଲେ। ଉକ୍ତ ଟଙ୍କା ହେରଫେର ହୋଇଥିବା ନେଇ ସେ ଗତ ୧୨ତାରିଖରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ୍ ନଂ. ୧୮୬/୧୯ରେ ଏକ ମାମଲା ରୁଜୁକରି ତନାଘନା ଚଳାଇଥିଲା।
ଏଟିଏମ୍ରୁ ୪୦ ଲକ୍ଷ ଗାଏବ ଘଟଣା: ସିକ୍ୟୁର ଭ୍ୟାଲି ସଂସ୍ଥାର ୨ କର୍ମଚାରୀ ଅଟକ, ଜଣେ ଫେରାର
Posted inଆମ ଜିଲା ଖବର, ଗଞ୍ଜାମ View All
ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ କଲେଜ ଛାତ୍ରୀ ମୃତ୍ୟୁ: ଅଭିଯୋଗ ଆଣିଲେ ପରିବାର ଲୋକେ
ଭାପୁର,୧୧।୮ (ପ୍ରଭାତ ବରାଡ): ଫତେଗଡ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ଗୋପାଳ ବେହେରାଙ୍କ ଝିଅ ସନ୍ତୋଷୀ ବେହେରାଙ୍କ (୧୮) ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…
ସ୍ବାଧୀନତା ଦିବସ ପାଇଁ ତଦାରଖ କଲେ ବିଡିଓ: ଛାତ୍ରୀଛାତ୍ରଙ୍କ ପ୍ରତିଯୋଗିତା-ଚୟନକୁ ଗୁରୁତ୍ୱ
ଦାରିଙ୍ଗବାଡି,୧୧।୮(ଅରୁଣ ସହୁ):ଆସନ୍ତା ଶନିବାର ସ୍ବାଧୀନତା ଦିବସ ପାଳନ ହେବ। ଏଥିପାଇଁ ଚାରିଆଡେ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ…
କୋଣ ଅନୁକୋଣରେ ପହଞ୍ଚିବ କୃମି ନାଶକ ବଟିକା: ଲୋକଙ୍କୁ କରାଯିବ ସଚେତନ
ମହାକାଳପଡ଼ା,୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ବାୟାବାବା କଲେଜ ସଭାଗୃହଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ କୃମି ନାଶକ ଦିବସ ସୋମବାର ପାଳିତ ହୋଇଯାଇଛି। ଏହି…
ବାଲିଘାଟରୁ ଶ୍ରମିକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ
ଦେବଗଡ,୧୧ା୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବ୍ଲକ ସିଂହଶାଳ ଗ୍ରାମ ପଂଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର ଘଟଣାରେ ବାରକୋଟ ଥାନା ପୋଲିସ ଏକ ହତ୍ୟା ମାମଲା…
ଗଞ୍ଜାମ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ଉଦଘାଟନ ଫଳକରେ ନାହିଁ ଏମପିଙ୍କ ନାମ, ତେଜିଲା ଅସନ୍ତୋଷ
ଗଞ୍ଜାମ,୧୧।(ବିଦ୍ୟାଧର ସାହୁ ): ଗଞ୍ଜାମ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉଦଘାଟନ ହୋଇଥିବା ନୂତନ ସମ୍ମିଳନୀ କକ୍ଷର ଫଳକରେ ବ୍ରହ୍ମପୁର ଏମପିଙ୍କ ନାମ ନଥିବା ନେଇ ଚର୍ଚ୍ଚା ଜୋର…
ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୁଷ୍ଟ: ସମସ୍ୟା ସମାଧାନ ନ କଲେ…
ମହାକାଳପଡ଼ା, ୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଗତ ୨ତାରିଖରୁ ଆରମ୍ଭ ହୋଇଛି। ହେଲେ ଚଳିତ ବର୍ଷ ଯେଉଁମାନଙ୍କ ନାମରେ ଆର୍ଓଆର୍ ବା…
ପ୍ରେମରେ ବିଫଳ ପରେ ପ୍ରେମିକର ଭୟଙ୍କର ଷଡ଼ଯନ୍ତ୍ର; ବରଘରକୁ ପଠାଇଲେ ଯୁବତୀଙ୍କ ଅଶ୍ଳୀଳ ଫଟୋ, ତାପରେ….
ଜମନକିରା,୧୧।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କ ଭାଙ୍ଗିଯିବା ଓ ଅନ୍ୟତ୍ର ବାହାଘର ଠିକ୍ ହେବା ପରେ ପ୍ରତିଶୋଧ ପରାୟଣ ହୋଇ…
ବରଗଡ଼ରେ ଆଇନଶୃଙ୍ଖଳା ହୁଗୁଳା: ଅସୁରକ୍ଷିତ ମଣୁଛନ୍ତି ସହରବାସୀ
ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇ ପଡ଼ିଛି। ବେଆଇନ ନିଶା କାରବାର ଯୋଗୁ ସହରରେ ଅପରାଧ ବଢ଼ି ଚାଲିଛି। ଦିନ ଦ୍ୱିପ୍ରହରେ ଘଟୁଥିବା ନିଶାଜନିତ…
Archives

