ଗତିପଥ ବଦଳାଇଲା ମଙ୍ଗଳା ମୁହାଣ

ପୁରୀ ଅଫିସ,୧୯।୯: ପ୍ରାୟ ପ୍ରତିବର୍ଷ ମଙ୍ଗଳା ନଦୀ ମୁହାଣ ଗତିପଥ ବଦଳୁଛି। ବିଭିନ୍ନ ସମୟରେ ପ୍ରାକୃତିକ ମୁହାଣ ପୋତିହୋଇ ଭିନ୍ନ ଜାଗାରେ ନୂଆ ଧାର ସୃଷ୍ଟି ହେଉଛି। ଗତ କିଛିଦିନ ହେବ ମଙ୍ଗଳା ନଦୀ ମୁହାଣ ପୋତିହୋଇ ସଙ୍କୁଚିତ ହୋଇଯାଇଥିଲା। ଏବେ ଏହି ପ୍ରାକୃତିକ ମୁହାଣ ସମ୍ପୂର୍ଣ୍ଣ ଭାବେ ପୋତିହୋଇ ପ୍ରାୟ ୪୦୦ ମିଟର ଦୂରକୁ ଘୁଞ୍ଚତ୍ ଯାଇଛି। ଚାରିୟଟ ହୋଟେଲ ପଛ ପାର୍ଶ୍ୱରେ ଦୁଇଟି ନୂଆ ଧାର ଖୋଲିଛି। ବାରମ୍ବାର ମଙ୍ଗଳା ନଦୀ ମୁହାଣ ଗତିପଥ ପରିବର୍ତ୍ତନ କରୁଥିବାରୁ ଏହା ସ୍ଥାନୀୟ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରିଛି। ଅନ୍ୟପକ୍ଷରେ ନୂଆ କରି ଖୋଲିଥିବା ଦୁଇଧାର ବନ୍ଧ ଖାଉଥିବାରୁ ବାଲିବସ୍ତା ପକାଯାଇଛି।
ହୋଟେଲ ଷ୍ଟର୍ଲିଂ ପଛପାର୍ଶ୍ୱରେ ମଙ୍ଗଳା ନଦୀ ସମୁଦ୍ରରେ ମିଶିଛି। କିନ୍ତୁ ଅଧିକାଂଶ ସମୟରେ ମଙ୍ଗଳା ନଦୀର ଏହି ପ୍ରାକୃତିକ ମୁହାଣ ପୋତି ହୋଇଯାଉଛି। ଫଳରେ ସମୁଦ୍ର ଓ ନଦୀର ଜଳରାଶି ଅନେକ ସ୍ଥାନରେ ମୁହାଣ ସୃଷ୍ଟି କରି ସ୍ଥଳ ଭାଗ ଆଡ଼କୁ ମାଡ଼ୁଛି। ନିକଟରେ ଷ୍ଟର୍ଲିଂ ପଛ ପାର୍ଶ୍ୱରେ ଥିବା ମୁହାଣ ପୋତି ହୋଇଯାଇଛି। ଚାରିୟଟ ହୋଟେଲ ପଛ ପାର୍ଶ୍ୱରେ ପ୍ରାୟ ୩୦ ଫୁଟ ଚଉଡ଼ାର ଦୁଇଟି ଧାର ଖୋଲିଯାଇଛି। ଏହି ଦୁଇଧାର କିଛି ବାଟରେ ମିଶି ମଙ୍ଗଳା ନଦୀରେ ସଂଯୋଗ ହୋଇଛି। ଫଳରେ ଏହି ଧାର ନୂଆ ମୁହାଣ ଭାବେ ପରିଚିତ ହେଉଛି। ଏ ସମ୍ପର୍କରେ ପୁରୀ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାଉତ କହିଛନ୍ତି, ମୁହାଣ ଘୁଞ୍ଚତ୍ବା ଏକ ସ୍ବାଭାବିକ ପ୍ରକ୍ରିୟା। ଏହା ପୁଣି ଯେଉଁଠି ଥିଲା ସେଠାକୁ ଚାଲି ଆସିବ। ଏହାର ସ୍ଥାୟୀ ପ୍ରତିକାର ପାଇଁ ମୁହାଣ ଉଭୟ ପାର୍ଶ୍ୱରେ ଅଧକିଲୋମିଟର ପର୍ଯ୍ୟନ୍ତ ସୁରକ୍ଷା ପ୍ରାଚୀର ନିର୍ମାଣ ଲାଗି ନକ୍ସା ତିଆରି କରାଯାଇଛି। କେନ୍ଦ୍ର ସରକାରଙ୍କ ଆଇସିଜେଡ୍‌ଏମ୍‌ପି (ସମନ୍ବିତ ଉପକୂଳ ଜୋନ ପରିଚାଳନା ପ୍ରକଳ୍ପ) ଯୋଜନାରେ ଏହି ସୁରକ୍ଷା ପ୍ରାଚୀର ନିର୍ମାଣ କରାଯିବ। ଏଥିପାଇଁ ୮.୨୩ କୋଟି ଟଙ୍କାର ଡିପିଆର (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ ହୋଇ ଅନୁମୋଦନ ପାଇସାରିଛି। ଏହି ଅର୍ଥରାଶି ମଧ୍ୟ ବଢ଼ିପାରେ। ଖୁବ୍‌ଶୀଘ୍ର ଟେଣ୍ଡର ପରେ କାମ ଆରମ୍ଭ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ କୌଣସି ସମୟରେ ମଙ୍ଗଳା ନଦୀ ଓ ସମୁଦ୍ରର ଉଛୁଳା ଜଳରାଶି ଯଦି କୂଳ ଲଙ୍ଘି ପୁରୀ ସହରରେ ପଶେ ତା’ହେଲେ ଧନଜୀବନ କ୍ଷୟକ୍ଷତି ହେବ। ତେଣୁ ଏହାକୁ ଏଡ଼ାଇବା ପାଇଁ ଆଇସିଜେଡ୍‌ଏମ୍‌ପି ଯୋଜନା ପ୍ରସ୍ତୁତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ-TVK ମଧ୍ୟରେ ବଢ଼ିଲା ବିବାଦ, ୨୦୨୯ରେ ରାହୁଲଙ୍କୁ ପିଏମ୍ ପ୍ରାର୍ଥୀ ନକଲେ….

ଚେନ୍ନାଇ,୩୧।୮: ତାମିଲନାଡୁରେ କଂଗ୍ରେସ ଓ TVK ମଧ୍ୟରେ ୨୦୨୯ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ନେତା ତଥା ପର୍ଯ୍ୟଟନ…

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଏହା ସୁସ୍ଥ ରହିବା ନିହାତି ଦରକାର। ତେବେ ଏଥିଲାଗି କେତୋଟି ସରଳ ଉପାୟ ରହିଛି। ଆସନ୍ତୁ ସେ…

OSEPAର ବଡ଼ ଘୋଷଣା: ଏହି ଦିନ ହେବ ସମେଟିଭ-୧ ପରୀକ୍ଷା

ଭୁବନେଶ୍ୱର,୩୧।୮: OSEPA ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଛାତ୍ରୀଛାତ୍ରମାନଙ୍କ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହେବ ବୋଲି ଘୋଷଣା…

ଝିଅର ଫି’ ପାଇଁ ଖାଲି ପାଦରେ ଦୌଡ଼ିଲେ ମା’, ମାରାଥନ୍‌ରେ ଜିତିଲେ ୩ ହଜାର ଟଙ୍କା

ମୁମ୍ବାଇ,୩୧।୮: ଝିଅମାନଙ୍କ ପାଠପଢ଼ା ପାଇଁ ଜଣେ ମା’ଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ…

୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

ବିଜେଡିର ବଡ଼ ଚେତାବନୀ: MMDR ପ୍ରତ୍ୟାହାର ନ ହେଲେ ଧାରଣା

ଭୁବନେଶ୍ୱର,୩୧।୮:ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬(MMDR) ପ୍ରତ୍ୟାହାର ନ ହେବା ଯାଏ ରାଜଭବନ ଆଗରେ ଧାରଣା ଦିଆଯିବ ବୋଲି ସୋମବାର ଅନୁଷ୍ଠିତ…

ନେପାଳ ବନ୍ୟାରେ ଭାସିଗଲା କୋଟି କୋଟି ଟଙ୍କା ଗଚ୍ଛିତ ଥିବା ବ୍ୟାଙ୍କ, ୩୫ କର୍ମଚାରୀ ନିଖୋଜ, ଏବେ ବଢୁଛି ଲୁଟ୍‌ ମାମଲା

କାଠମାଣ୍ଡୁ,୩୧।୮: ପାର୍ବତ୍ୟ ଦେଶ ନେପାଳରେ, ପ୍ରକୃତିର ଭୟଙ୍କର ଶକ୍ତି କେବଳ ଦୈନନ୍ଦିନ ଜୀବନକୁ ନୁହେଁ ବରଂ ସମଗ୍ର ଅର୍ଥନୈତିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଭୋଟେ କୋଶି ନଦୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri