ଆମ ଜିଲା ଖବର

ଟୁଇଟ୍‌ ପରେ ଚାଉଳ ମିଳିବା ପ୍ରସଙ୍ଗ: ଭଗବାନପୁରରେ ସ୍ବତନ୍ତ୍ର ଟିମ୍‌ର ତଦନ୍ତ

ଭଦ୍ରକ ଅଫିସ, ୩୦।୮- ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଭଗବାନପୁର ପଞ୍ଚାୟତ ଅନହରପୁର ଗଁାରେ ପାଞ୍ଚାଳୀ ଜେନା ନାମ୍ନୀ ଜଣେ ରାଶନକାର୍ଡ ହିତାଧିକାରୀ ଦୀର୍ଘମାସ ଧରି ସାମଗ୍ରୀ ପାଉ ନ ଥିଲେ। ସେହି ଗଁାର ସନ୍ତୋଷ ମହାପାତ୍ର ନାମକ ଜଣେ…

ଶିକ୍ଷକ ନିଯୁକ୍ତି ଦାବିରେ ବିଇଓ କାର୍ଯ୍ୟାଳୟରେ ଧାରଣା

ବଡ଼ସାହି,୩୦ା୮(ସ୍ବ.ପ୍ର)-ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦାବିରେ ଗୁରୁବାର ପୂର୍ବାହ୍ନରେ ବଡ଼ସାହି ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାଳଗାଁ ପଞ୍ଚାୟତର ପାଳପାଟଣା ଗ୍ରାମବାସୀ ଧାରଣା ଦେଇଥିଲେ। ଗ୍ରାମରେ ଥିବା କ୍ଷୀରଚୋରା ଗୋପୀନାଥ ନୋଡ଼ାଲ ଉପ୍ରା ସ୍କୁଲର ପରିଚାଳନା କମିଟିର ସଭାପତି ଓ ସମ୍ପାଦକଙ୍କ…

ମୟୂରଭଞ୍ଜ ଚିତ୍ରକଳା ପ୍ରଦର୍ଶନୀ ସରିଲା

ବାରିପଦା ଅଫିସ,୩୦ା୮- ମୟୂରଭଞ୍ଜ ଫାଉଣ୍ଡେଶନ ପକ୍ଷରୁ ବେଲଗଡିଆ ରାଜ ପ୍ରାସାଦରେ ଅନୁଷ୍ଠିତ ହେଉଥିବା ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ମୟୂରଭଞ୍ଜ ଏମପି ବିଶେଶ୍ୱର ଟୁଡୁ, ସାରସକଣା ବିଧାୟକ ଡା.ବୁଢ଼ାନ ମୁର୍ମୁଙ୍କ ସମେତ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ…

ବାରିପଦା ବିଦ୍ୟୁତ୍‌ ଡିଭିଜନ ଜାଲ୍‌ ଚେକ୍‌ରେ ଟାର୍ଗେଟ ପୂରଣ ଘଟଣା: ରେଭିନ୍ୟୁ କ୍ୟାଶିୟରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ବାରିପଦା ଅଫିସ,୩୦।୮- ବିଦ୍ୟୁତ ବିଲ୍‌ ଆଦାୟ ଟାର୍ଗେଟ ପୂରଣ ପାଇଁ ବାରିପଦା ବିଦ୍ୟୁତ୍‌ ଡିଭିଜନର କେତେକ ଅଧିକାରୀ ବିଭାଗକୁ ଜାଲ୍‌ ଚେକ୍‌ ଦେଇ ପ୍ରଶଂସା ସାଉଁଟୁ ଥିଲେ। ଏଥିଯୋଗୁ କେବଳ କାଗଜପତ୍ରରେ ବିଭାଗର ଟାର୍ଗେଟ ପୂରଣ ହେଉଥିବା ବେଳେ ବିତ୍ତୀୟ ବ୍ୟବସ୍ଥାରେ…

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୬ ଗିରଫ

ବାଲେଶ୍ୱର ଅଫିସ, ୩୦।୮-ବାଲେଶ୍ୱର ସହଦେବଖୁଣ୍ଟା ଥାନା ଗୋଳାପୋଲ ଅଞ୍ଚଳରେ ଦୀର୍ଘଦିନ ଧରି ଜୁଆ ଆଡ୍ଡା ଚାଲୁଥିବା ଅଭିଯୋଗ ହୋଇଥିଲା। ବୁଧବାର ମଧ୍ୟରାତ୍ରିରେ ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଉକ୍ତ ଆଡ୍ଡାରେ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଜୁଆ…

ଚିଟ୍‌ଫଣ୍ଡ ଅର୍ଥ ଫେରସ୍ତ ଦାବି: ଏଜେଣ୍ଟଙ୍କ ବିରୋଧରେ ଏତଲା ଦେଲେ ଜମାକାରୀ

ରେମୁଣା, ୩୦।୮(ଡି.ଏନ.ଏ.)-ରେମୁଣା ଥାନା ଅଧୀନ ବିଦ୍ୟାଧରପୁର ଗଁାର କେତେକ ଚିଟ୍‌ଫଣ୍ଡ ଜମାକାରୀ ସେହି ଗଁାର ଜଣେ ଏଜେଣ୍ଟଙ୍କ ନଁାରେ ଥାନାରେ ଅଭିଯୋଗ କରିଛନ୍ତି। ଉକ୍ତ ଏଜେଣ୍ଟ ବିଭିନ୍ନ କମ୍ପାନୀ ସମ୍ପର୍କରେ ଗଁାର ଲୋକ ବିଶେଷକରି ମହିଳାଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇ ସେମାନଙ୍କଠାରୁ…

ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଜାରି:ଠାବହେଲା ୬ ଥାକିଆ ଭୂତଳ ଘର

ପୁରୀ ଅଫିସ, ୩୦-୮:ଭଙ୍ଗାଯାଇଛି ବହୁଚର୍ଚ୍ଚିତ ଏମାର ମଠ। ଚାଲିଛି ଉଚ୍ଛେଦ ପ୍ରକ୍ରିୟା। ଆଉ କିଛିଦିନ ପରେ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯିବ ଦ୍ୱାଦଶ ଶତାବ୍ଦୀର ଏହି ମଠ। ତେବେ ଏହି ପ୍ରାଚୀନ ମଠ ଭଙ୍ଗାଯିବା ପରେ ମିଳିଛି ଭୂତଳ ଘରର ସନ୍ଧାନ।…

ଜାତୀୟ କ୍ରୀଡ଼ା ଦିବସ ପାଳନ

ଧର୍ମଶାଳା,୩୦-୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜାରକା ନେହେରୁ ଯୁବକେନ୍ଦ୍ର ଓ ସୁକନ୍ୟା ସ୍ବେଚ୍ଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ଗୁରୁବାର ଜାରକାସ୍ଥିତ ପ୍ରଜପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ କ୍ରୀଡ଼ା ଦିବସ ଓ ଫିଟ୍‌ ଇଣ୍ଡିଆ କ୍ୟାମ୍ପେନ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର…

ବଗପାଳ କ୍ଷୁଦ୍ର ଜଳସେଚନ ଡ୍ୟାମ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଛତିଆ,୩୦-୮(ଡି.ଏନ୍‌.ଏ.)- ବଡ଼ଚଣା ବ୍ଲକ ଅଧୀନସ୍ତ ବୈରୀ ଥାନା ଅନ୍ତର୍ଗତ ସମିଆ ପଞ୍ଚାୟତରେ ଥିବା ବଗପାଳ କ୍ଷୁଦ୍ର ଜଳସେଚନ ଡ୍ୟାମ୍‌ରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ସମିଆ ପଞ୍ଚାୟତର ୭ମାଣ ଗ୍ରାମର ରାଜୁ ବାଲମୁଖୀ…

କୃତ୍ରିମ ହ୍ରଦ ପାଲଟିଛି ଚୋରଦା କାଳୀ ମେଲଣ ପଡିଆ

ଯାଜପୁର ରୋଡ,୩୦-୮(ନି.ପ୍ର.)- ବ୍ୟାସନଗର ପୌର ପରିଷଦର ୯ ନମ୍ବର ୱାର୍ଡରେ ଥିବା କାଳୀ ମେଲଣ ପଡ଼ିଆ ଶୋଚନୀୟ ହୋଇପଡିଛି। ଏହା ସହରର ମୁଖ୍ୟ ପଡିଆ ହୋଇଥିବାରୁ କାଳି ମେଲଣ ଯାତ୍ରା ସହ ଧର୍ମସଭା, ନାମଯଜ୍ଞ ଏବଂ ସଭା-ସମିତି ଆୟୋଜିତ ହୋଇଥାଏ। ହେଲେ…

୩ ଦିନିଆ ଫୁଟବଲ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ:ଭାଗନେଲେ ୪ ଶହ ପ୍ରଶିକ୍ଷାର୍ଥୀ

ଡୁବୁରୀ/କଳିଙ୍ଗନଗର,୩୦-୮(ଡି.ଏନ୍‌.ଏ.)- ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ବେଷଣ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ପକ୍ଷରୁ ଦାନଗଦୀ ନଡିଆଭଙ୍ଗା ପଞ୍ଚାୟତର ଶାଳିଜଙ୍ଗାଠାରେ ୩ ଦିନିଆ ଫୁଟବଲ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର…

ବେଆଇନ ମୋରମ ଚାଲାଣ:ମେଡିକାଲ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ, ତଦନ୍ତ ଦାବି

ରଣପୁର,୩୦।୮(ସ୍ବ.ପ୍ର.)-ରୟାଲ୍‌ଟି ନଁାରେ ୬ମାସ ଧରି ନୟାଗଡ଼ ଜିଲା ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ମେଡିକାଲ ପରିସରରୁ ଚାଲିଥିଲା ବେଆଇନ ମୋରମ ଚାଲାଣ । ତେବେ ଗୁରୁବାର ତହସିଲଦାରଙ୍କ ଚଢ଼ାଉ ପରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ମିଛ ବୟାନ ଧରା ପଡ଼ିଯାଇଛି। ଘଟଣାସ୍ଥଳରୁ ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?