ରାଜୁ ହନ୍ତାଳ ହତ୍ୟା ଘଟଣା: ପାପରମେଟଲାରେ ପୁଣି ଉତ୍ତେଜନା: ୧୪୪ ଧାରା ଜାରି

ମାଲକାନଗିରି,୨୦ା୯(ଡି.ଏନ.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ଜନ୍ତାପାଇରେ ରାଜୁ ହନ୍ତାଳ ହତ୍ୟା ମାମଲା ନେଇ ପୁଣି ଉତ୍ତେଜନା ଦେଖାଦେଇଛି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରା କରି ପାପରମେଟଲା ନିକଟରେ ଶତାଧିକ ଲୋକ ଏକାଠି ହୋଇଛନ୍ତି। । ଅପ୍ରୀତିକର ପରିସ୍ଥିତକୁ ଏଡାଇବା ଜିଲା ପ୍ରଶାସନ ପୋଲିସ ପକ୍ଷରୁ ସେଠାରେ ୧୪୪ ଧାରା ଜାରି କରାଯାଇଛି । ଜନ୍ତାପାଇରେ ଚାଲିଥିବା ସାପ୍ତାହିକ ହାଟ ବନ୍ଦ କରିବାକୁ ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଇଛି । ଆଦିବାସୀଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କରିବା ପାଇଁ ପୋଲିସ ଡ୍ରୋନ କ୍ୟାମେରାର ସହାୟତା ନେଇଛି । ସମ୍ପୃକ୍ତ ଅଞ୍ଚଳକୁ ଆନ୍ଧ୍ର ପ୍ରଦେଶରୁ କିଛି ବ୍ୟକ୍ତି ଆସିଥିବା ସୂଚନା ପାଇ ପୋଲିସ ଏହାକୁ ଗୁରୁତର ସହ ନେଇଛି। ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଯେକୌଣସି ପ୍ରକାର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ବିଏସଏଫ ଫୋର୍ସ ମୁତୟନ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ରାଙ୍ଗିଣିଗୁଡ଼ା ଗ୍ରାମର ରାଜୁ ନିଜର ୨ଝିଅଙ୍କୁ ଧରି ଔଷଧ ଓ ରାଶନ ସାମଗ୍ରୀ କିଣିବା ପାଇଁ ଜନ୍ତାପାଇ ହାଟକୁ ଯାଇଥିଲେ। ସେଠାରୁ ପୋଲିସ ତାଙ୍କୁ ଉଠାଇ ନେଇଥିଲା। ଏହା ପରେ ଶନିବାର ରାଜୁଙ୍କ ମୃତଦେହ ଜନ୍ତାପାଇ ଅଙ୍ଗନୱାଡ଼ି କେନ୍ଦ୍ର ରୋଷେଇ ଘରୁ ମିଳିଥିଲା। ପରିବାର ଲୋକେ ଓ ଗ୍ରାମବାସୀ ବିଏସ୍‌ଏଫ୍‌ ଯାବାନମାନେ ରାଜୁଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରି ସେହିଦିନ ରାତିରେ ମୃତଦେହ ରଖି ଥାନା ସମ୍ମୁଖରେ ଆନ୍ଦୋଳନ କରିଥିଲେ। ତା’ ପରଦିନ ଥାନା ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଶାସନ ପକ୍ଷରୁ ଗ୍ରାମରେ ଆଲୋଚନା ବେଳେ ରାଜୁଙ୍କୁ ଡାକି ନେଇଥିବା ବିଏସ୍‌ଏଫ୍‌ ଯବାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରି ନିଜ ଜିଦ୍‌ରେ ଅଟଳ ରହିଥିଲେ। ତେବେ ଗ୍ରାମବାସୀଙ୍କୁ କୌଣସି ପ୍ରକାରେ ବୁଝାଶୁଝା କରି ପୋଲିସ ମୃତଦେହ ବ୍ୟବଚ୍ଛେଦ ଲାଗି ଆଣିଥିଲା। ସୋମବାର ମୃତଦେହ ହସ୍ତାନ୍ତର କରିବାକୁ ଯାଇଥିବା ବେଳେ ପରିବାର ଲୋକେ ଏହାକୁ ଗ୍ରହଣ କରି ନ ଥିଲେ। ପରିବାର ଓ ଗ୍ରାମବାସୀ ବିଏସ୍‌ଏଫ୍‌ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ପୁଣି ଦାବି କରିଥିଲେ। ଏହାକୁ ନେଇ ସେଠାରେ ଅସନ୍ତୋଷ ବୃଦ୍ଧି ପାଇ ଉଗ୍ର ରୂପ ଧାରଣ କରିଥିଲା। ଲୋକେ ପୋଲିସକୁ ଆକ୍ରମଣ କରିଥିଲେ। ଏଥିରେ ୪ଜଣ କନେଷ୍ଠବଳ ଆହତ ହୋଇଥିଲେ। ଲୋକଙ୍କ ରୋଷର ଶିକାର ହୋଇ ଘଟଣାସ୍ଥଳରୁ ଚାଲିଯାଇଥିବା ପୋଲିସ କିଛି ସମୟ ପରେ ବିଏସଏଫ୍‌ ଫୋର୍ସ ଧରି ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘ ସମୟ ଆଲୋଚନା ପରେ ଏହାର ସମାଧାନ ହୋଇଥିଲା। ପରିବାର ଲୋକେ ମୃତଦେହ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri