ଆମ ଜିଲା ଖବର

ଗ୍ରାମବାସୀଙ୍କୁ ଭୟଭୀତ କରିବା ମହଙ୍ଗା ପଡ଼ିଲା: ଯୁବକ ଗିରଫ, ଦେଶୀ ବନ୍ଧୁକ ଜବତ

ପଦ୍ମପୁର,୩୦।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ଜମଲା ଗ୍ରାମର ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରାଇବା ମହଙ୍ଗା ପଡ଼ିଛି। ପଦ୍ମପୁର ଥାନା ପୋଲିସ ଯୁବକଙ୍କ ଘରେ ଚଢ଼ାଉ କରି ବନ୍ଧୁକ ଜବତ କରିବା ସହ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।…

ଜଳିଗଲା ଡିଜେଲ ଟ୍ୟାଙ୍କର: ଡ୍ରାଇଭର, ହେଲ୍‌ପର ଗୁରୁତର

ଖୋର୍ଦ୍ଧା ଅଫିସ,୩୦।୮: ଖୋର୍ଦ୍ଧା ଜିଲା ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ବାଇପାସ ପଥରବନ୍ଧ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଏକ ଡିଜେଲ ଟ୍ୟାଙ୍କର ଜଳିଯାଇଛି। ଏଥିରେ ଟ୍ୟାଙ୍କର ଚାଳକ ଓ ହେଲ୍‌ପର ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରର…

ଭଙ୍ଗା ଯାଇପାରୁନି ‘ଏମାର ମଠ’ର ମୁଖ୍ୟ କୋଠା: ମଉନ ବ୍ରତରେ ବସିଛନ୍ତି ମହନ୍ତ, ଅଣାଗଲା ବଡ଼ କଣ୍ଟେନର

ପୁରୀ ଅଫିସ,୩୦।୮: ବହୁ ଚର୍ଚ୍ଚିତ ଦ୍ୱାଦଶ ଶତାବ୍ଦିର ‘ଏମାର ମଠ’ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଶୁକ୍ରବାର ମଠର ରଘୁନନ୍ଦନ ପାଠାଗାର ଭଙ୍ଗା ଯାଉଛି। ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ମଠରୁ ବାହାରୁ ନ ଥିବା ଯୋଗୁ ମୁଖ୍ୟ କୋଠା…

ଛାତ୍ରୀଙ୍କ ମୃତ୍ୟୁ ନେଇ ଉତ୍ତେଜନା

କପ୍ତିପଦା,୩୦।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧିନସ୍ଥ ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀନିବାସରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତା ଛାତ୍ରୀ ଜଣକ ହେଲେ ଦଓ୍ବୋନବାହାଳୀ ପଞ୍ଚାୟତ ବିଷ୍ଣୁଗାଁର ଉଦୟ ଶିଙ୍କୁଙ୍କ ଝିଅ ଦୁର୍ଗାଦେବୀ(୧୬)। ଦୁର୍ଗା ଉକ୍ତ ବିଦ୍ୟାଳୟର ଛାତ୍ରୀ…

ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଯୁବକଙ୍କ ମୃତ୍ୟୁ: ୨ଗୁରୁତର

ଦାରିଙ୍ଗବାଡ଼ି,୩୦।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ କଲେଙ୍ଗବାଡି ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଯୁବକ ଦ୍ୱୟ ହେଲେ ଲିକୁ ପ୍ରଧାନ ଏବଂ ରଞ୍ଜନ ପ୍ରଧାନ।…

ବଜ୍ରପାତରେ ଆହତ ଯୁବକଙ୍କ ମୃତ୍ୟୁ

ବଡ଼ଗାଁ,୩୦।୮(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ପାମରା ଗ୍ରାମର ୪ ଜଣ ଯୁବକ ଗତ ରବିବାର ଏକମା ଗାଁରୁ ପାମରାକୁ ଚାଲିକି ଆସୁଥିବାବେଳେ ଅପରାହ୍ନରେ ଜୁନାପଡ଼ା ନିକଟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ବିନୋଦ ପୋଢ଼(୩୨) ନାମକ ଜଣେ ଯୁବକଙ୍କ…

ମାଲବାହୀ ଟ୍ରକ୍‌ ଧକ୍କାରେ ଜଣେ ମୃତ

ଜଳେଶ୍ବର, ୩୦।୮: ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନଛିମପୁର ପଞ୍ଚାୟତ ଦେଉଳା ଗ୍ରାମର ବିମଳ…

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକ କୋର୍ଟଚାଲାଣ

ପାଟଣା,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ଏକ ବିଦ୍ୟାଳୟରେ ଗତ ବୁଧବାର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବାନେଇ ଛାତ୍ରୀଙ୍କ ବାପା ଗୁରୁବାର ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଥାନା ଅଧିକାରୀ ଅମିତାଭ ଦାଶ କେସ୍‌…

ରାସ୍ତାକଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

ପଦ୍ମପୁର, ୩୦।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର-ବିରସ ରାସ୍ତାପାର୍ଶ୍ୱ ପାଇକ ସାହି ଛକ ନିକଟ ନାଳରୁ ଶୁକ୍ରବାର ସକାଳେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ଯୁବତୀ ସାଲଓ୍ବାର ପଞ୍ଜାବୀ ପିନ୍ଧିଥିବା ବେଳେ…

ଜାତୀୟ ରାଜପଥରେ ଲୁଟେରା ସକ୍ରିୟ : ୫ ବର୍ଷରେ ୯ ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ,୩୦।୮ : ଖୋର୍ଦ୍ଧା ଜିଲା ଦେଇ ଅତିକ୍ରମ କରିଥିବା କୋଲକାତା-ମାଡ୍ରାସ ୧୬ ନଂ. ଓ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥରେ ଲୁଟେରା ସକ୍ରିୟ ହୋଇ ପଡିଛନ୍ତି। ଦିନବେଳା କାଁ ଭାଁ ଲୁଟ୍‌ ହେଉଥିବାବେଳେ ସନ୍ଧ୍ୟାରେ ରାଜପଥ ନିରାପଦ ନୁହେଁ।…

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲା : ଆଶୀର୍ବାଦଙ୍କ ସହ ୩ଜଣଙ୍କ ବିରୋଧରେ ଚାର୍ଜଶିଟ୍‌

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ସିବିଆଇର ପ୍ରାଥମିକ ଚାର୍ଜଶିଟ୍‌ ସିବିଆଇ କୋର୍ଟରେ ଗୁରୁବାର ଦାଖଲ କରିଛି। ସିବିଆଇ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ସହ ଅନ୍ୟ ଦୁଇ ଜଣଙ୍କ ନାମରେ ଏହି ଚାର୍ଜଶିଟ୍‌ ଦାଖଲ କରିଛି। ଅନ୍ୟ…

ପରିବାରର ୪ ସଦସ୍ୟଙ୍କୁ ହାଣି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା,ସୁନାଗହଣା

ଆଳି,୩୦।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ହାଡ଼ିବନ୍ଧୁ ସାହୁଙ୍କ ଘରେ ଡକାୟତି କରିବା ସହ ଘରର ସଦସ୍ୟଙ୍କୁ ଡକାୟତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତମାନେ ସମସ୍ତେ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ପ୍ରକାଶ ଯେ, ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?