ନିର୍ଦ୍ଦେଶନାମାକୁ ବେଖାତିର: ଯାଞ୍ଚହେଉନି ସ୍କୁଲ ବ୍ୟାଗ, ପରିବହନ ଗାଡ଼ି

କେନ୍ଦ୍ରାପଡା ଅଫିସ, ୨୧।୯: କେନ୍ଦ୍ର ସରକାରଙ୍କ ମାନବ ସମ୍ଭଳ ବିଭାଗ ପକ୍ଷରୁ ଛାତୀଛାତ୍ରଙ୍କ ସ୍କୁଲ ବ୍ୟାଗ ବୋଝର ନିର୍ଦ୍ଦିଷ୍ଟ ଓଜନ ପାଇଁ ୨୦୧୮ରେ ନିୟମ ହୋଇଛି। ରାଜ୍ୟ ସରକାର ୨୦୧୯ ମାର୍ଚ୍ଚ ୮ରେ ଏ ସମ୍ପର୍କରେ ଗାଇଡଲାଇନ ଜାରି କରିଥିବାବେଳେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଏହାକୁ ଲାଗୁ କରାଯିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ସ୍କୁଲ ବ୍ୟାଗ ଓଜନ ୧.୫ କି.ଗ୍ରା., ତୃତୀୟରୁ ପଞ୍ଚମ ଶ୍ରେଣୀ ପାଇଁ ୨ରୁ ୩ କି.ଗ୍ରା., ୬ଷ୍ଠ ଓ ୭ମ ଶ୍ରେଣୀ ପାଇଁ ୪ କି.ଗ୍ରା. ଓ ୮ମରୁ ୧୦ମ ଶ୍ରେଣୀ ପିଲାଙ୍କ ସ୍କୁଲ ବ୍ୟାଗ ଓଜନ ୪.୫ରୁ ୫ କି.ଗ୍ରା. ପର୍ଯ୍ୟନ୍ତ ରହିବ।
ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ପିଲାଙ୍କ ପାଇଁ ପରିବହନ ନୀତି-୨୦୧୬ ପ୍ରଣୟନ ହୋଇଛି। ଏହି ନୀତି ଅନୁଯାୟୀ, ସ୍କୁଲଠାରୁ ଜିଲାସ୍ତରୀୟ ପର୍ଯ୍ୟନ୍ତ କମିଟି ଗଠନ ହେବ। ଏଥିରେ ସ୍କୁଲ ପ୍ରଧାନ ଶିକ୍ଷକ, ପୋଲିସ ସବ ଇନ୍ସପେକ୍ଟର, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଜଣେ କର୍ମକର୍ତ୍ତା, ସ୍ଥାନୀୟ ଏମ୍‌ଭିଆଇ ଓ ଜଣେ ଅଭିଭାବକ ସଦସ୍ୟ ଭାବେ ରହିବେ। ଛୋଟ ଗାଡ଼ି ପରିବର୍ତ୍ତେ ସ୍କୁଲ ବସ୍‌ ନିୟୋଜିତ ହେବ। ବସରେ ରିଫ୍ଲେକ୍ଟିଂ ଟେପ୍‌, ଫିଟ୍‌ନେସ, ବୀମାପତ୍ର, ଧୂଆଁ (ପଲ୍ୟୁସନ) ସାର୍ଟିଫିକେଟ ଓ ଡ୍ରାଇଭିଂ ଲାଇସେନ୍ସ ଠିକ୍‌ ଥିବା ଆବଶ୍ୟକ। ଡ୍ରାଇଭର ଉତ୍ତମ ସ୍ବଭାବର ହେବା ଅବଶ୍ୟକ ଥିବାବେଳେ ଅଭିଜ୍ଞତା ଓ ଦାୟିତ୍ୱ ସମ୍ପନ୍ନ ହାଇଥିବେ। ହେଲେ କେନ୍ଦ୍ରାପଡ଼ା ଜିଲାରେ ଏହି ନିୟମ ଅଦ୍ୟାବଧି ଲାଗୁ ହୋଇନାହିଁ। ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଧିକ ଓଜନର ବ୍ୟାଗ ବହନ କରୁଛନ୍ତି। ସେହିପରି ପିଲାମାନଙ୍କୁ ଛୋଟ ଗାଡ଼ିରେ ଅସୁରକ୍ଷିତ ଭାବେ ସ୍କୁଲକୁ ନିଆଯାଉଛି। ଶିକ୍ଷା ବିଭାଗ ଓ ଜିଲା ପ୍ରଶାସନ ଏ ନେଇ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏଥିସହିତ ସ୍କୁଲ ପରିବହନରେ ନିୟୋଜିତ ମୋଟରଯାନର ଫିଟନେସ, ଡ୍ରାଇଭିଂ ଲାଇସେନ୍ସ ଆଦି ତନଖି କରିବାକୁ ଅଭିଭାବକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri