ଡିହଡୋଳ ଫରେଷ୍ଟ ସେକ୍ସନରେ ଦନ୍ତା ଆତଙ୍କ: ୨ଚାଷୀଙ୍କୁ ଦାନ୍ତରେ ଭୁସିଦେଲା
ପରଜଙ୍ଗ, ୧୨।୯(ଡି.ଏନ.ଏ.) – ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡ଼ୋଳ ଫରେଷ୍ଟ ସେକ୍ସନରେ ବୁଧବାର ଏକ ଦନ୍ତାହାତୀ ଆତଙ୍କ ସୃଷ୍ଟି କରିଛି। ହାତୀ ଦାନ୍ତରେ ଭୁସିଦେବାରୁ ୨ଜଣ ଚାଷୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଚାନ୍ଦପୁର ଗ୍ରାମର ପଞ୍ଚାନନ ସାହୁ (୫୦)…
ବୈଠକରେ ସୀମିତ ସଡ଼କ ସୁରକ୍ଷା: ରାଜପଥ କଡ଼ ପାଲଟିଛି ପାର୍କିଂସ୍ଥଳୀ
ନୟାଗଡ଼ ଅଫିସ,୧୨।୯: ନୟାଗଡ଼ ସହରରେ ସଡ଼କ ସୁରକ୍ଷା ଯୋଜନା ପ୍ରହସନ ପାଲଟିଛି। ସହର ମଧ୍ୟ ଦେଇ ଜାତୀୟ ରାଜପଥ-୫୭ ଓ ରାଜ୍ୟ ରାଜପଥ-୨୧ ଯାଇଥିବା ବେଳେ ଏହି ରାସ୍ତାକଡ଼ ବର୍ତ୍ତମାନ ଅଘୋଷିତ ପାର୍କିଂ ସ୍ଥଳୀ ପାଲଟିଛି। ସେହିପରି ଉଠା ଦୋକାନୀଙ୍କ କବ୍ଜାରେ…
ଟାଉନ ପ୍ଲାନିଂ ଅଞ୍ଚଳବାସୀ ଜଳବନ୍ଦୀ
ଢେଙ୍କାନାଳ ଅଫିସ, ୧୨।୯ – ଲଘୁଚାପଜନିତ ଲଗାଣ ବର୍ଷାରେ ଢେଙ୍କାନାଳ ସହରର ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଟାଉନପ୍ଲାନିଂ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅଞ୍ଚଳବାସୀ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। କଲୋନୀ ରାସ୍ତାରେ ଆଣ୍ଠୁଏ ଉଚ୍ଚତାର ପାଣି ଚାଲୁଛି। ଲୋକମାନେ…
ଗଛରେ ପିଟିହେଲା ଯାତ୍ରୀବାହୀ ବସ୍, ୧୦ ଗୁରୁତର
ଗଣିଆ,୧୨ା୯(ଡି.ଏନ.ଏ.): ନୟାଗଡ଼ରୁ କୁମ୍ଭାରପଡା ଯାଉଥିବା ଏକ ଯାତ୍ରୀବାହୀ ବସ୍ ବୁଧବାର କିଶୋରପ୍ରସାଦ ପଞ୍ଚାୟତ ଗୋପାଳପ୍ରସାଦ ନିକଟରେ ଏକ ଆମ୍ବଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗାଡିରେ ଥିବା ୧୦ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗଣିଆ ପୋଲିସ ଓ ଅଗ୍ନିଶମ ବିଭାଗ…
ଖଙ୍ଗୁରୀ ସେବାଶ୍ରମ ବନ୍ଦ ହେବା ଆଶଙ୍କା: ୫ ଶ୍ରେଣୀରେ ପଢୁଛନ୍ତି ୧୧ ଛାତ୍ରୀଛାତ୍ର
ନୂଆଗାଁ,୧୨ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତରେ ଥିବା ଖଙ୍ଗୁରୀ ସେବାଶ୍ରମ ବନ୍ଦ ହେବା ଆଶଙ୍କା ଉପୁଜିଛି। ୫ ଶ୍ରେଣୀରେ ବର୍ତ୍ତମାନ ଏଠାରେ ପଢୁଛନ୍ତି ମାତ୍ର ୧୧ ଛାତ୍ରୀଛାତ୍ର। ହଷ୍ଟେଲ ସୁବିଧା ନ ଥିବାରୁ ଏଠାରୁ ଅଭିଭାବକମାନେ ମୁହଁ…
ଚାଷୀଙ୍କୁ ମିଳୁନି, କଳାବଜାର ଆଶଙ୍କା
ଢେଙ୍କାନାଳ ଅଫିସ, ୧୨।୯ – ଢେଙ୍କାନାଳରେ ୟୁରିଆ ସାରର ବ୍ୟାପକ ଅଭାବ ଦେଖାଦେଇଛି। ଜିଲାର ଅଧା ଚାଷୀ ସାର ପାଇନାହାନ୍ତି। ଧାନଚାଷ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଠିକଣା ସମୟରେ ୟୁରିଆ ଅଭାବ ସେମାନଙ୍କ ଚିନ୍ତା ବଢ଼ାଇଛି। ଅନ୍ୟପଟେ ସାର କଳାବଜାର ପାଇଁ…
ମା’ ବିରଜାଙ୍କ ଦୁର୍ଗୋତ୍ସବ ପାଇଁ ପ୍ରସ୍ତୁତି
ଯାଜପୁର ଟାଉନ,୧୨।୯(ଡିଏନଏ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଚଳିତ ବର୍ଷ ପାର୍ବଣ ଯାତ୍ରା ତଥା ଦୁର୍ଗୋସତ୍ବ ପାଇଁ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପ୍ରଶାସନ ଓ ସେବାୟତ ପରିଷଦ ମଧ୍ୟରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୨ଟା ୩୦ରେ ମନ୍ଦିର…
ସିଡିଏମ୍ଓ ଦାୟିତ୍ୱ ନେଲେ ଅମରେନ୍ଦ୍ର ନାଥ
ଅନୁଗୋଳ ଅଫିସ, ୧୨।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ୪ ମାସ ପରେ ବୁଧବାର ପୁଣି ଥରେ ଦାୟିତ୍ୱ ନେଇଛନ୍ତି ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି। ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ କୁମାର ବେହେରାଙ୍କ ଠାରୁ ପୂର୍ବାହ୍ନରେ ବିଧିବଦ୍ଧ…
କାଷ୍ଟ ହାଉସ-ବି ବିଶ୍ୱକର୍ମା ପୂଜା ପ୍ରସ୍ତୁତି: ୭ ଦିନ ଚାଲିବ ଅନ୍ନପ୍ରସାଦ ବଣ୍ଟନ
ବଅଁରପାଳ, ୧୨।୯ (ଡି.ଏନ୍.ଏ) – ନାଲକୋର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଆସନ୍ତା ୧୭ ତାରିଖଠାରୁ ଅନୁଷ୍ଠିତ ହେବ। ଏହି ପୂଜା ପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ନାଲ୍କୋ କାଷ୍ଟ ହାଉସ-ବି ପୂଜା କମିଟି ପକ୍ଷରୁ…
୨ ବ୍ରାଉନସୁଗାର ବ୍ୟବସାୟୀ ଗିରଫ
ଯାଜପୁର ଟାଉନ,୧୨।୯(ଡିଏନଏ): ଯାଜପୁର ସହରରେ ଅନେକ ଯୁବକ ବ୍ରାଉନସୁଗାର ସେବନ କରୁଛନ୍ତି। ଏହି ସହରର ବିଭିନ୍ନ ମଠ, ମନ୍ଦିର ଓ ନଦୀପଠା ଆଦି ନିଛାଟିଆ ସ୍ଥାନରୁ ଆରମ୍ଭ କରି ଜନଗହଳିପୂର୍ଣ୍ଣ ମାର୍କେଟ ଓ ବସଷ୍ଟାଣ୍ଡରେ ମଧ୍ୟ ଯୁବପିଢ଼ି ବ୍ରାଉନସୁଗାର ସେବନ କରୁଥିବା…
ବଦ୍ରାଙ୍କୁ ଜିଲା ପ୍ରଶାସନର ସମ୍ବର୍ଦ୍ଧନା
ଅନୁଗୋଳ ଅଫିସ, ୧୨।୯ – ଉପସ୍ଥିତ ବୁଦ୍ଧି ଖଟାଇ ଚଳନ୍ତା ଟ୍ରେନ୍ ତଳୁ ନିଜ ସହପାଠିନୀ ପ୍ରମିଳାଙ୍କୁ ଟାଣି ଆଣି ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଥିବା ତାଳଚେରର ୧୦ ବର୍ଷୀୟା ବାଳିକା ଶ୍ରୀମତୀ ବଦ୍ରାଙ୍କୁ ତାଙ୍କର ଅଦମ୍ୟ ସାହସିକତା ପାଇଁ…
ବୌଦ୍ଧ ବିହାର ରତ୍ନଗିରି ଅସୁରକ୍ଷିତ: ସୁରକ୍ଷା ନାଁରେ କୋଟିକୋଟି ଟଙ୍କା ହରିଲୁଟ୍
ବରୀ,୧୨।୯ (ସ୍ବ.ପ୍ର): ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ବିହାର ରତ୍ନଗିରି ପାହାଡ଼ ଅସୁରକ୍ଷିତ ହୋଇପଡ଼ିଛି। ଏହାର ସୁରକ୍ଷା ପାଇଁ ଆସୁଥିବା ଅର୍ଥ ବାଟମାରଣା ହେଉଛି। ବିଗତ ୧୦ବର୍ଷ ଭିତରେ ସୁରକ୍ଷା ନାଁରେ କୋଟିକୋଟି ଟଙ୍କା ହରିଲୁଟ୍…

