ଆମ ଜିଲା ଖବର

ଅଳିଆପକାକୁ ନେଇ ବିବାଦ: ଡ୍ରାଇଭରଙ୍କୁ ବାନ୍ଧିଲେ, ଗାଡ଼ି ଅଟକ ରଖିଲେ

ଅନୁଗୋଳ ଅଫିସ, ୧୨।୯- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କଲୋନୀ ପଛପଟେ ପୌରପାଳିକା ଟ୍ରାକ୍ଟର ଅଳିଆ ପକାଇବାକୁ ନେଇ ବୁଧବାର ସୃଷ୍ଟି ହୋଇଥିଲା ବିବାଦ। କଲୋନୀବାସୀ ଏହାକୁ ଦୃଢ଼ ବିରୋଧ କରିବା ସହ ଟ୍ରାକ୍ଟର ଚାଳକଙ୍କୁ ବାନ୍ଧି ଗାଡ଼ିକୁ ଅଟକ ରଖିଥିଲେ।…

ମୋବାଇଲ କୋର୍ଟରେ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୧୨ା୯: ଗତ ୨ ଦିନ ଧରି ପରିବହନ ମାଜିଷ୍ଟ୍ରେଟ ଅନୁରାଧା ଶର୍ମାଙ୍କ ମୋବାଇଲ କୋର୍ଟ ଜରିଆରେ ଟ୍ରାଫିକ ନିୟମ ଉଲ୍ଲଂଘନ ଓ ପରିବହନ ନିୟମ ଉଲ୍ଲଂଘନ କରିଥିବା ଯାନବାହନ ଗୁଡିକରୁ ୧ ଲକ୍ଷ ୫୦ ହଜାର ଟଙ୍କାର ଜରିମାନା ଆଦାୟ…

ଚାଷୀ ସମାବେଶରେ ମନ୍ତ୍ରୀ, ବିଧାୟକ:  ଚାଷ ପ୍ରତି ଆଗ୍ରହ ରଖିଲେ ବିକାଶ ହେବ

ଛତ୍ରପୁର,୧୨ା୯(ଡି.ଏନ.ଏ.)-ଛତ୍ରପୁରସ୍ଥିତ ସଂସ୍କୃତି ଭବନଠାରେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ବୁଧବାର ଚାଷୀ ସମାବେଶ ଆୟୋଜନ ହୋଇଥିଲା। ଶ୍ରମିକ ନେତା ରାଜେନ୍ଦ୍ର ଦାଶ ସ୍ବାଗତ ସମ୍ଭାଷଣ ଦେଇଥିବା ବେଳେ ମହାସଭା ସମ୍ପାଦକ ସୀମାଞ୍ଚଳ ନାହାକ, ସଭାପତି ତ୍ରିନାଥ ବିଶ୍ୱାଳ ଏହାକୁ ସଂଯୋଜନା କରିବା…

ବିଦ୍ୟୁତ୍‌ ବିଲ୍‌ ଆଦାୟ ଦାୟିତ୍ୱ ପ୍ରଦାନରେ ରାଜନୈତିକ ଚାପ:  ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

କନିଷି,୧୨ା୯(ଡି.ଏନ.ଏ.)-ବ୍ରହ୍ମପୁର ସାଉଥ୍‌କୋ ୟୁଟିଲିଟି ଅଧୀନ କନିଷି ସବଡିଭିଜନର ସ୍ବୟଂ ସହାୟିକା ଗୋଷ୍ଠୀକୁ ବିଦ୍ୟୁତ୍‌ ବିଲ ଆଦାୟ ଦାୟିତ୍ୱ ପ୍ରଦାନରେ ରାଜନୈତିକ ଚାପକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି। ଆଗାମୀ ଦିନରେ ସମାଧାନ, ମହିଳାଙ୍କୁ ନ୍ୟାୟ ନ ମିଳିଲେ ଆନ୍ଦୋଳନ କରାଯିବ ବୋଲି…

ଗର୍ଭବତୀଙ୍କୁ ଟ୍ରାକିଂ ପାଇଁ ଆପ୍‌

ଛତ୍ରପୁର,୧୨ା୯(ଡି.ଏନ.ଏ)-ଗଞ୍ଜାମ ଜିଲାର ସମନ୍ବିତ ଶିଶୁ ବିକାଶ ଯୋଜନା ସମ୍ବନ୍ଧୀୟ ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଛତୁଆ ପ୍ରସ୍ତୁତିରେ ଅନିୟମିତତା ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି।…

‘ଜଙ୍ଗଲରୁ ଆଦିବାସୀଙ୍କୁ ତଡ଼ିବାକୁ ଷଡ଼ଯନ୍ତ୍ର ଚାଲିଛି’

ବ୍ରହ୍ମପୁର ଅଫିସ୍‌, ୧୨ା୯-ଦେଶର ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଆଦିବାସୀ ଓ ବନଜୀବୀଙ୍କୁ ଜଙ୍ଗଲ ଜମିରୁ ଉଚ୍ଛେଦର ଉଦ୍ୟମ ତଥା ଭାରତୀୟ ଜଙ୍ଗଲ ଆଇନ -୧୯୨୭ରେ ପ୍ରସ୍ତାବିତ ସଂଶୋଧନକୁ ତୀବ୍ର ବିରୋଧ କରିଛି ଅଖିଳ ଭାରତ କିଷାନ୍‌ ମଜଦୁର ସଭା(ଏଆଇକେଏମ୍‌ଏସ୍‌)। ବୁଧବାର ସଂଗଠନର…

ମରଣଯନ୍ତା ପାଲଟିଛି କିଡ୍‌କୋ ରାସ୍ତା

ଝୁମ୍ପୁରା, ୧୨।୯(ଡି.ଏନ.ଏ.)-ପଳାଶପଙ୍ଗାଠାରେ ୨୦ନଂ ଜାତୀୟ ରାଜପଥକୁ ଗୋଟିଏ ପାର୍ଶ୍ୱରେ କିଡ୍‌କୋ ରାସ୍ତା ସଂଯୋଗ କରୁଥିବାବେଳେ ଅନ୍ୟପାର୍ଶ୍ୱରେ ବାମେବାରୀ ରାଜ୍ୟ ରାଜପଥକୁ ସଂଯୋଗ କରୁଛି। ଯୋଡା ଖଣି ମଣ୍ଡଳରୁ ଟ୍ରକ ଯୋଗେ ଖଣିଜ ପରିବହନ ହେଉଥିବା ଏହି କିଡ୍‌କୋ ରାସ୍ତା ଖଣିଜ ପରିବହନ…

ରାଶନକାର୍ଡ ପରେ ଅନ୍ତ୍ୟୋଦୟ ଯାଞ୍ଚ

ଭଦ୍ରକ ଅଫିସ, ୧୨।୯- ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ପିଛା ଛାଡୁନି ବିବାଦ। କିଛିଦିନ ତଳେ ଟୁଇଟ୍‌ର ମାତ୍ର ଦେଢ଼ଘଣ୍ଟା ମଧ୍ୟରେ ଜଣେ ହିତାଧିକାରୀଙ୍କୁ ୯ ମାସର ଚାଉଳ ମିଳିବା ଘଟଣା ଲୋକଙ୍କ ମନରୁ ଲିଭିନି। ଏବେ ପୁଣି…

ବାରିପଦା ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ

ବାରିପଦା ଅଫିସ,୧୨ା୯- ରାଜ୍ୟର ସର୍ବପୁରାତନ ସହର ଭାବେ ପରିଚିତ ବାରିପଦା ସହରରେ ଟ୍ରାଫିକ ଅବ୍ୟବସ୍ଥା ଲାଗିରହିଛି। ଏଠାରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ତଥା ଅଟୋମେଟିକ ଲାଇଟ ପୋଷ୍ଟ, ଆବଶ୍ୟକ କର୍ମଚାରୀ ତଥା ଭିତ୍ତିଭୂମି ଅଭାବ ରହିଛି। ଜିଲା…

ଭୁଶୁଡିଲା ପୁରୁଣା ପୋଲ: ୩ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ

ଖୁଣ୍ଟା,୧୨ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ବଡଫେଣି ପଞ୍ଚାୟତ ଅଧୀନ ଛତ୍ରମା ଓ ବଡ଼ ସାତଶୋଲ ଗ୍ରାମ ମଧ୍ୟବର୍ତ୍ତୀ ଆରଡି ରାସ୍ତାର ଗଙ୍ଗାହାର ନଦୀ ଉପରେ ଥିବା ଏକ ପୁରୁଣା ପୋଲ ବୁଧବାର ପୂର୍ବାହ୍ନରେ ଭୁଶୁଡି ପଡିଛି। ଫଳରେ ପୋଲର ଅପର…

ବହଳଦାର ପ୍ରସିଦ୍ଧ ଇନ୍ଦ୍ରଉତ୍ସବ ଆରମ୍ଭ

ବହଳଦା,୧୨ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବହଳଦାର ପ୍ରସିଦ୍ଧ ଇନ୍ଦ୍ରଉତ୍ସବ ମଙ୍ଗଳବାର ରାତିରେ ଆରମ୍ଭ ହୋଇଛି । ରାଜାରାଜୁଡା ସମୟରୁ ଆରମ୍ଭ ହୋଇଥିବା ଏହି ନିଆରା ଓ ସ୍ବତନ୍ତ୍ର ଉତ୍ସବ ନିରବିଚ୍ଛନ୍ନ ଭାବେ ଚାଲିଅସୁଛି ା ଏହା ଆଉ କୈଣସିଠାରେ ଦେଖାଯାଏ ନାହିଁ ା…

କଲ୍ୟାଣୀଗ୍ରାମର ୧୫ ପରିବାର ଜଳବନ୍ଦୀ

ବାହାନଗା,୧୨।୯(ଡି.ଏନ.ଏ.-ବାଲେଶ୍ୱର ଜିଲା ବାହାନଗା ବ୍ଳକ କଲ୍ୟାଣୀ ଗ୍ରାମର ୬ ନମ୍ବର ୱାର୍ଡର ୧୫ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଗ୍ରାମରେ ନୂଆ କରି ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡକ ସେମାନଙ୍କ ଲାଗି ଦୁଃଖ ଆଣି ଦେଇଛି । ରାସ୍ତା ଉଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?