ଆମ ଜିଲା ଖବର

ନୂଆଖାଇ ପାଳନ ବେଳେ ବଚସା: ବନ୍ଧୁଙ୍କୁ ହତ୍ୟା କଲେ ଦୁଇ ସାଙ୍ଗ

କୋଟଗଡ଼,୧୨।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ବେନାରବାହାଲ ଗ୍ରାମରେ ବୁଧବାର ନୂଆଖାଇ ପର୍ବ ପାଳନ ବେଳେ କୌଣସି କାରଣକୁ ନେଇ ତିନି ବନ୍ଧୁଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ କେନ୍ଦ୍ରକରି ଗୁରୁବାର ସକାଳେ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତକ…

ଅଗ୍ନିକାଣ୍ଡରେ ଜଳିଗଲା ତେଜରାତି ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଛତିଆ,୧୨।୯(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ପଞ୍ଚାୟତର ଅମରାବତୀପାଟଣା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ତେଜରାତି ଦୋକାନ ଜଳିଯିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଛତିଆ ବିଟ୍‌…

୭ ମାସ ହେବ ସବ୍‌ଷ୍ଟେଶନ ଅଚଳ : ଶକ୍ତିବିଭାଗର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ

କୋରୁକୋଣ୍ଡା,୧୨।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା କୋରୁକୋଣ୍ଡା ସଦରଠାରେ ସାଉଥ୍‌କୋ ଦ୍ୱାରା ପରିଚାଳିତ ସବ୍‌ଷ୍ଟେଶନଟି ଆଜକୁ ଦୀର୍ଘ ୭ ମାସ ହେବ ଅଚଳ ହୋଇପଡ଼ିଛି। ଫଳରେ ଏନେଇ ଶକ୍ତିବିଭାଗର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଯେ, ଏହି ସବ୍‌ଷ୍ଟେଶନ…

ବ୍ଳକ ସ୍ତରୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଦାରିଙ୍ଗବାଡି,୧୨।୯(ଡ.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ବ୍ଳକ ସ୍ତରୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶିବ ସେଠୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜି’ ଉଦୟଗିରି ବିଧାୟକ…

ଝାରସୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ: ମୃତବ୍ୟକ୍ତିଙ୍କୁ ସାଲାଇନ୍‌, ଇଞ୍ଜେକ୍‌ଶନ

ଝାରସୁଗୁଡ଼ା ଅଫିସ/ଲଖନପୁର, ୧୨।୯(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିସତ୍। ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏପରି କି ଜଣେ ନର୍ସ ସଂପୃକ୍ତ ବ୍ୟକ୍ତିଙ୍କ ମୃତଦେହରେ ସାଲାଇନ୍‌ ଲଗାଇବା ସହ ଇଞ୍ଜେକଶନ ଦେବା ଘଟଣା ଏଠାରେ…

ବଳାତ୍କାର, ହତ୍ୟା ମାମଲାରେ ଦୋଷୀଙ୍କୁ ଫାଶୀ: ତତ୍କାଳୀନ ଆଇଆଇସି, ସରକାରୀ ଓକିଲ ସମ୍ବର୍ଦ୍ଧିତ

କଟକ ଅଫିସ, ୧୨।୯: ଏରସମା ଥାନା ଅଞ୍ଚଳର ନାବାଳିକା ବଳାତ୍କାର ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ କାଳିଆ ଓରଫ ଲବ ମାନାଙ୍କୁ ଜଗତ୍‌ସିଂହପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତ ମଙ୍ଗଳବାର ଫାଶୀ ଦଣ୍ଡରେ…

ସିଂହଦ୍ୱାର ସମ୍ମୁଖରେ ଭଜନ ମଣ୍ଡପ ହେଉ

ପୁରୀ ଅଫିସ, ୧୨।୯: ସିଂହଦ୍ୱାର ସମ୍ମୁଖରେ ଭଜନ ମଣ୍ଡପ ନିର୍ମାଣ ପାଇଁ ଓଡ଼ିଶା ଯୁବ ଚେତନା ସଙ୍ଗଠନ ଦାବି କରିଛି। ଏ ନେଇ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସଙ୍ଗଠନର ରାଜ୍ୟ ସଭାପତି ବଦ୍ରି ମିଶ୍ର ମଙ୍ଗଳବାର ମୁଖ୍ୟମନ୍ତ୍ରୀ…

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ: ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ଛତିଆ,୧୨।୯(ଡି.ଏ.ଏନ.): ଯାଜପୁର ଜିଲାର ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ପଞ୍ଚାୟତର ଅମରାବତୀ ପାଟଣା ଗଁ।ର ଏକ ଦୋକାନରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଉକ୍ତ ଗଁ।ର ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ଦୋକାନରେ ଅଗ୍ନିକାଣ୍ଡ ଘଟିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି…

ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଆନନ୍ଦପୁର,୧୨।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟଠାରେ ନିୟୋଜିତ ଠିକାସଂସ୍ଥାର ସଫେଇ କର୍ମଚାରୀମାନେ ଗୁରୁବାର ପୂର୍ବାହ୍ନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଠିକ୍‌ ସମୟରେ ଦରମା କିମ୍ବା ଅଗ୍ରୀମ ଟଙ୍କା ନ ମିଳିବାରୁ କର୍ମଚାରୀମାନେ ଏହି ଆନ୍ଦୋଳନ କରିଛନ୍ତି। ଦୀର୍ଘ ଦେଢ଼ମାସ…

ନଦୀରୁ ଅଜଣା ମୃତଦେହ ଉଦ୍ଧାର

କଣ୍ଟାମାଳ, ୧୨।୯(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କମଘାଟ ଗାଁର ତେଲ ନଦୀ ଘାଟରୁ ଗୁରୁବାର ଏକ ଅଜଣା ମୃତଦେହ ଉଦ୍ଧାର କରାଯାଇଛି। ସକାଳେ ମୃତଦେହଟି ଏକ କପଡ଼ାରେ ଗୁଡାଇ ହୋଇ ଭାସୁଥିବାର ଦେଖି ଗଁାଲୋକେ କଣ୍ଟାମାଳ…

କଣାସ : ୧୨ ଗାଁ ଜଳମଗ୍ନ

କଣାସ,୧୨।୯(ସ୍ବ.ପ୍ର./ ଡି.ଏନ୍‌.ଏ.): ଉପରମୁଣ୍ଡରେ ବନ୍ୟାଜଳ ନିଷ୍କାସନ ପରେ ତଳମୁଣ୍ଡର ଅଧିକାଂଶ ଗ୍ରାମ ଜଳମଗ୍ନ ହୋଇଯାଇଛି। ପୁରୀ ଜିଲା କଣାସ ବ୍ଲକରେ ଗତ ଦୁଇଦିନ ଧରି ବନ୍ୟାଜଳର ପ୍ରଭାବ ବଢୁଥିବାରୁ ଦୋକନ୍ଦା, ବଡାସ, ଗଡବଳଭଦ୍ରପୁର ପଞ୍ଚାୟତର ୧୨ଟି ଗ୍ରାମ ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ।…

ଘରେ ପଶିଲା ବନ୍ୟାଜଳ: ଖୋର୍ଦ୍ଧାରେ ୩୦ ହଜାର ଲୋକ ଜଳବନ୍ଦୀ

ଖୋର୍ଦ୍ଧା ଅଫିସ,୧୨।୯: ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତର ହିରିମୂଳ, ଡିହଖଳା, ଦୁର୍ଗାପୁର, ଓରବରସିଂ, ମଶାଣିଆ, ତେନ୍ତୁଳିମୂଳ, ରାୟପୁର, ବାଲିକୁଦା, ଲେଖନପୁର, କୃଷ୍ଣପୁର ଆଦି ୧୦ ଗଁ। ଓ ନରଣଗଡ ପଞ୍ଚାୟତର ଧବଳପୁର, ମାନପୁର, ଓରିମି ଓ ବଳପୁର ଆଦି ୪ ଗଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?