ବନ୍ୟପ୍ରାଣୀ ସପ୍ତାହ : ଡାବୁଗାଁ ବ୍ଲକର ୩ ଛାତ୍ରୀଛାତ୍ର ପୁରସ୍କୃତ

ଡାବୁଗାଁ,୫।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଜଣେ ଛାତ୍ରୀ ଓ ୨ ଜଣ ଛାତ୍ରଙ୍କ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ପୁରସ୍କୃତ ହୋଇଛନ୍ତି। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଅଧୀନ ମୃଗ ବିହାର ପରିସରରେ ଜିଲା ବନ ବିଭାଗ ପକ୍ଷରୁ ଶନିବାର ଜିଲାସ୍ତରୀୟ ୬୫ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଜିଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ଡାବୁଗାଁ ବ୍ଲକ ସରସତୀ ଶିଶୁ ମନ୍ଦିରର ଛାତ୍ର ଆନିଶ କୁମାର ବେହେରା (୧ମ) ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଅର୍ପିତା ତ୍ରିପାଠୀ (୩ୟ) ଏବଂ ବରିଷ୍ଠ ବିଭାଗରେ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ର ସାଇ ଅଂଶୁମାନ ପରିଚ୍ଛା (୧ମ) ସ୍ଥାନ ଅଧିକାର କରିଥିଲେ। ଉକ୍ତ କୃତୀ ଛାତ୍ରୀଛାତ୍ରଙ୍କୁ ମୁଖ୍ୟ ଅତିଥି ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝି ପୁରସ୍କୃତ କରିଥିଲେ। ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା ଓ ସହକାରୀ ବନ ସଂରକ୍ଷକ ଧନଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri