ଆମ ଜିଲା ଖବର

ଜଳସମ୍ପଦ ମନ୍ତ୍ରୀଙ୍କ ଗସ୍ତ: ମଙ୍ଗଳା ଦର୍ଶନ ସହ ନଦୀ ବନ୍ଧବାଡ଼ ବୁଲି ଦେଖିଲେ

କାକଟପୁର,୧୨।୯(ଡି.ଏନ୍‌.ଏ.): ରାଜ୍ୟ ଜଳ ସମ୍ପଦ ବିଭାଗ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର କାକଟପୁର ଏବଂ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ପରିଦର୍ଶନ କରିଛନ୍ତି। ମନ୍ତ୍ରୀଙ୍କୁ ସ୍ଥାନୀୟ ବିଧାୟକ ତଥା କ୍ରୀଡ଼ା, ଯୁବ-ବ୍ୟାପାର, ଆଇଟି ବିଭାଗ ମନ୍ତ୍ରୀ…

ଓଭରଟେକ୍‌ କରିବା ବେଳେ ପୋଲକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର

ଚନ୍ଦ୍ରଗିରି,୧୨।୯ (ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ପତି ଗୋବିନ୍ଦପୁର ଗ୍ରାମ ନିକଟ କିନିବିନି ପଲୋରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ…

ବିପୁଳ ପରିମାଣର ମଦ ଜବତ : ୪ ଗିରଫ

ଦାରିଙ୍ଗବାଡ଼ି,୧୨।୯(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଗୁରୁବାର ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ବିଭିନ୍ନ ସ୍ଥାନରୁ ୯୨ ଲିଟର ଚୋରା ଦେଶୀ ମଦ ଜବତ ସହ ୪ ଜଣକୁ ଗିରଫ କରାଯାଇଥିବା ଆଇଆଇସି…

ବିପଦସଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର : ଅଭିଯୋଗ ସତ୍ତ୍ୱେ ଧ୍ୟାନ ଦେଉନାହାନ୍ତି ଅଧିକାରୀ

କେସିଙ୍ଗା,୧୨।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ରେଲ୍‌ଓ୍ବେ ଗେଟ୍‌ ନିକଟରେ ୧୦୦ କେଭି ବିଶିଷ୍ଟ ବିଦ୍ୟୁତ୍‌ ଟାନ୍ସଫର୍ମର ସ୍ଥାପନ କରାଯାଇଛି। ଜାତୀୟ ରାଜପଥର ପୂର୍ବ ଦିଗରେ ବିପଦସଙ୍କୁଳ ଅବସ୍ଥାରେ ଦୀର୍ଘବର୍ଷ ଧରି ଏହି ଟ୍ରାନ୍ସଫର୍ମରଟି ରହିଛି। ରେଳଫାଟକଠାରୁ ମାତ୍ର ୨୦ ଫୁଟ…

ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ବାବୁଲାଙ୍କୁ ଚିହ୍ନିଲେ ପରିବାର ଲୋକେ

କେନ୍ଦୁଝର,୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ସିଲିସୁଆଁ ଗ୍ରାମରୁ କିଛିମାସ ତଳେ ନିଖୋଜ ହୋଇଯାଇଥିବା ବାବୁଲା ମୁଣ୍ତା ବିଶାଖାପାଟଣାରେ ଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ତାଙ୍କର ଫଟୋ ଭାଇରାଲ ହେବା ପରେ ପରିବାର ଲୋକେ ଚିହ୍ନିପାରି ଯୋଗାଯୋଗ…

କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ : ଜଣେ ଅଟକ

ଆନନ୍ଦପୁର,୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ଅଟକ ଥିବା ଜଣାପଡ଼ିଛି। ଗୁରୁବାର ଅପରାହ୍ନରେ ଆନନ୍ଦପୁର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ସେଠୀ ବିଦ୍ୟାଳୟ ପରିସରରେ ଥିବା…

ଶୌଚାଳୟ ଯାଇଥିବା ବେଳେ ତାଲା ପକାଇ କର୍ତ୍ତୃପକ୍ଷ ଛୁ’, ଘଣ୍ଟାଏ ପରେ ଛାତ୍ର ଉଦ୍ଧାର

ବାଲେଶ୍ୱର ଅଫିସ,୧୨।୯: ବାଲେଶ୍ୱର ସହରର ମଠସାହି ମହାବୀର ନୋଡାଲ ସ୍କୁଲରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଶୌଚାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ତାଲା ପକାଇ ପଳାଇଥିଲେ। ପ୍ରାୟ ୧ ଘଣ୍ଟା ବନ୍ଦ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ପଡ଼ୋଶୀଙ୍କ ବାରଣ୍ଡାରେ ଆଶ୍ରୟ ନେଲେ ବୃଦ୍ଧ ଦମ୍ପତି

କୋଟଗଡ଼, ୧୨। ୯(ଡି.ଏନ୍‌.ଏ.): ସରକାରଙ୍କ ତରଫରୁ ବାସହୀନଙ୍କୁ ଗୃହ ଯୋଗାଇ ଦେବା ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ କନ୍ଧମାଳ ଜିଲା କୋଟଗଡ ବ୍ଳକ ଯୁଡ଼ାବାଲି ପଞ୍ଚାୟତ ଗୁମପଦର ଗ୍ରାମର ପାଇନା ମଲିକ(୬୦)ଙ୍କ ପାଇଁ ସେସବୁ ସାତସପନ ପାଲଟିଛି। ସ୍ତ୍ରୀଙ୍କ…

ଗୁଧିରାମପଡ଼ାରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ପାଟଣା, ୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣିଘାଟି ପଞ୍ଚାୟତ ଗୁଧିରାମପଡ଼ା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଥିଲା। ୫ ଦିନ ପରେ ଗୁରୁବାର ଘଟଗାଁ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।…

ଦାଦାବଟି ମାଗିବା ସହ ବୋମାମାଡ଼ ମାମଲା : ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୨।୯: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅଞ୍ଚଳରେ ଦାଦାବଟି ମାଗିବା ସହ ଜଣେ ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼ କରିଥିବା ମାମଲାର ଶୁଣାଣି କରି ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଏସିଜେଏମ୍‌ )ସରୋଜ କୁମାର ଦାସ ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କୁ…

ଅର୍ଜୁନପୁର ଛକରେ ଦୁର୍ଘଟଣା: ପୋଲିସ ଭ୍ୟାନ୍‌ ଧକ୍କାରେ ୨ ମୃତ

ସୋନପୁର,୧୨।୯(ନି.ପ୍ର.): ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ସୋନପୁର ଥାନା ଅର୍ଜୁନପୁର ଛକରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ପୋଲିସ ଭ୍ୟାନ୍‌ ଏକ ବାଇକ୍‌କୁ ମୁହାଁମୁହିଁ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ବାଇକ୍‌ଟି ବଲାଙ୍ଗୀରରୁ ସୋନପୁର ଅଭିମୁଖେ ଆସୁଥିବା ବେଳେ…

ଟ୍ରେନ୍‌ ଲାଇନ୍‌ ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର/ରାଇସୁଆଁ,୧୨।୯(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ହରିଡ଼ାଗୋଠ ନିକଟ ଟ୍ରେନ୍‌ ଲାଇନ୍‌ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି। ମୃତଦେହଟି ମୁହଁମାଡ଼ି ପଡ଼ିଥିଲା। ଏଥିସହ ତାଙ୍କର ଗୋଟିଏ ପାଦ କଟି ପଡ଼ିଥିବା ବେଳେ ମୁଣ୍ଡରେ କ୍ଷତଚିହ୍ନ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?