Posted inଭଦ୍ରକ

ପାର୍ବଣ: ଗଁ।ଠୁ ସହର ଉତ୍ସବମୁଖର

ଭଦ୍ରକ ଅଫିସ, ୬।୧୦- ପାର୍ବଣ ପାଇଁ ଗଁ।ଠୁ ସହର ସବୁଠି ଉତ୍ସବମୁଖର। ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳ ପରିବେଶ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି। ଜିଲା ମୁଖ୍ୟାଳୟ, ବିଭିନ୍ନ ବ୍ଲକ ଓ ଗ୍ରାମାଞ୍ଚଳରେ ଚଳିତବର୍ଷ ୧୨୨ଟି ଛୋଟବଡ଼ ଅସ୍ଥାୟୀ ପୂଜାମଣ୍ଡପରେ ମା’ ଦୁର୍ଗାଙ୍କୁ ଆବାହନ କରାଯାଇଛି। ଭଦ୍ରକ ସହରରେ ପ୍ରାୟ ୨୦ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।

ଶନିବାର ସ୍ଥାୟୀ ମନ୍ଦିରରେ ଅଷ୍ଟମୀ ପୂଜା ସମ୍ପନ୍ନ ହୋଇଥିବା ବେଳେ ଅସ୍ଥାୟୀ ମଣ୍ଡପରେ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ସହରର ଗାନ୍ଧୀପଡ଼ିଆ, ବାଇପାସ୍‌, ବଙ୍କବାସୁଳୀ ମନ୍ଦିର, ଚରମ୍ପା ସ୍କୁଲ ରୋଡ, ଆରଡି ରୋଡ୍‌ ପ୍ରାଚୀନଗର, ଚରମ୍ପା ଏରେଇଁ, ଷ୍ଟେଶନ ରୋଡ ବଜାର କମିଟି, ପୁରୁଣା ଓଏସ୍‌ଆର୍‌ଟିସି କ୍ୟାମ୍ପସ, ଚରମ୍ପା ଡଗରାସାହି, ଜାନୁଗଞ୍ଜ, ଗବସାହି, ସଙ୍ଗତ, ପୁରୁଣାବଜାର, ଗରଦପୁର ଭଳି ବିଭିନ୍ନ ସ୍ଥାନରେ ମଣ୍ଡପରେ ମା’ଙ୍କୁ ଆରାଧନା କରାଯାଉଛି। ପ୍ରଶାସନିକ କଟକଣା କାରଣରୁ ସହରରେ ମୁଖ୍ୟରାସ୍ତା ଉପରେ କୌଣସି ତୋରଣ ହୋଇ ନ ଥିଲେ ମଧ୍ୟ ପୂଜା ମଣ୍ଡପ ନିକଟରେ ସ୍ବାଗତ ତୋରଣ ଆକର୍ଷଣ ସାଜିଛି। ଗାନ୍ଧୀପଡ଼ିଆ ପୂଜା ମଣ୍ଡପ ପକ୍ଷରୁ ବିନା ହେଲ୍‌ମେଟରେ ଗାଡ଼ି ଚଳାଇଲେ ବିପଦ ବାରୁଆଳୀ ବେଶ୍‌ ଚିତାକର୍ଷକ ହୋଇଛି। ପ୍ରତି ମଣ୍ଡପରେ ଅତ୍ୟଧିକ ଶବ୍ଦ ପ୍ରଦୂଷଣ କରାଯାଇପାରିବ ନାହିଁ ବୋଲି ପ୍ରଶାସନିକ ହୁଇପ୍‌ ଜାରି କରାଯାଇଛି। ଏହାକୁ ଆଖି ଆଗରେ ରଖି ପୂଜା ମଣ୍ଡପ କର୍ମକର୍ତ୍ତା ସତର୍କ ଅଛନ୍ତି। ସହରର ମୁଖ୍ୟରାସ୍ତା ଡିଭାଇଡର ତଥା ପାର୍ଶ୍ୱରେ ରଙ୍ଗିନ ଲିଚୁମାଳରେ ସହର ଝଲସୁଛି। ପ୍ରାୟତଃ ଅନ୍ୟ ବର୍ଷ ଅପେକ୍ଷା ଚଳିତବର୍ଷ ମଣ୍ଡପଗୁଡ଼ିକରେ ଖର୍ଚ୍ଚକାଟ୍‌ କରାଯାଇଥିବା କମିଟି କର୍ମକର୍ତ୍ତା ପ୍ରତିକ୍ରିୟା ରଖିଛନ୍ତି। ଶନିବାର ସପ୍ତମୀ ପୂଜା ସରିଥିବା ବେଳେ ରବିବାର ମହାଷ୍ଟମୀ, ସୋମବାର ନବମୀ ପୂଜା ଓ ମଙ୍ଗଳବାର ଦଶହରା ଉତ୍ସବ ଅନୁଷ୍ଠିତ ହେବ। ପ୍ରାୟ ସମସ୍ତ ମଣ୍ଡପରେ ଆସନ୍ତା ୯ ତାରିଖରେ ଭସାଣି ଉତ୍ସବ ପାଳନ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri