ଆମ ଜିଲା ଖବର

ମା’ଙ୍କ ଚକ୍ଷୁଦାନ କଲେ ସନ୍ତାନ

ବ୍ରହ୍ମପୁର ଅଫିସ,୧୮।୯: ଗଞ୍ଜାମ ଜିଲା ବ୍ରହ୍ମପୁର ସହର ବଡ଼ବଜାର ଚନ୍ଦ୍ରମା ସାହି ନିବାସୀ ଭି.ଦମୟନ୍ତୀଙ୍କ ୯୨ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ପରେ ତାଙ୍କ ସନ୍ତାନ ଦମୟନ୍ତୀଙ୍କ ଚକ୍ଷୁଦାନ କରାଇଛନ୍ତି। ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ଫ୍ରେଣ୍ଡସ୍‌ ହେଲ୍‌ପିଂ…

କୋଇଲା ବୋଝେଇ ଟ୍ରେନ୍‌ ଲାଇନଚ୍ୟୁତ: ବେଦାନ୍ତ ପ୍ରକଳ୍ପକୁ କୋଇଲା ପରିବହନ ବାଧାପ୍ରାପ୍ତ

ଝାରସୁଗୁଡ଼ା ଅଫିସ /ଲଖନପୁର,୧୮।୯(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ଲହଣ୍ଡାବୁଡ଼ ଲେଭଲ କ୍ରସିଂ ନିକଟରେ ବେଦାନ୍ତ କମ୍ପାନୀର ଏକ ମାଲବାହୀ ଟ୍ରେନ୍‌ ବୁଧବାର ସକାଳେ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ଟି ସୁନ୍ଦରଗଡ଼ ବସୁନ୍ଧରା କୋଇଲା ଖଣିରୁ କୋଇଲା ବୋଝେଇ କରି ଝାରସୁଗୁଡ଼ା ଯାଉଥିବା ବେଳେ ୩ଟି…

ଅଜଣା ଗାଡ଼ି ଧକ୍କାରେ ମାଛ ବ୍ୟବସାୟୀ ମୃତ

ବାରଙ୍ଗ, ୧୮।୯(ଡି.ଏନ୍‌.ଏ.): କଟକ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଗ୍ରାମ ଦୁଲାଦେଇ ଛକ ରାସ୍ତାରେ ବୁଧବାର ସକାଳେ ଅଜଣା ଗାଡ଼ି ଧକ୍କାରେ ଜଣେ ମାଛ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରଘୁନାଥପୁର ଗ୍ରାମରେ ଭଡ଼ା ଘରନେଇ ରହୁଥିବା ବିଜୟ କୁମାର…

କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ: ଯୁବ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା ଅଫିସ,୧୮।୯: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ମଣିକୁଣ୍ଡ ଛକରେ ଘଟିଥିବା ଗୁଳିକାଣ୍ଡରେ ବୁଧବାର ସକାଳେ ଜଣେ ଯୁବ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାଣିତ୍ରୀ ଗ୍ରାମର ଉମେଶ ଚନ୍ଦ୍ର ସାହୁଙ୍କ ପୁଅ ଗଗନ ବିହାରୀ (୨୮)। ସୂଚନାଯୋଗ୍ୟ,…

ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ: ଜଳିଗଲା ହୋଟେଲର ସମସ୍ତ ଆସବାବପତ୍ର

ବ୍ରହ୍ମପୁର ଅଫିସ, ୧୮।୯: ବ୍ରହ୍ମପୁର ସହରର ୨ଟି ସ୍ଥାନରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ଆଶୁତୋଷ ହସ୍ପିଟାଲ ନିକଟରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟଦେଇ ଯାଇଥିବା ଓରଟେଲ୍‌ ତାରରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ତାର ଜଳିଯିବା ସହ ସେଟ୍‌ଅପ୍‌ ବକ୍ସ…

ଗାଡି ଧକ୍କାରେ ଯୁବକ ଗୁରୁତର : ମେଡିକାଲରେ ଅବ୍ୟବସ୍ଥା ନେଇ ଉତ୍ତେଜନା

ସୁକିନ୍ଦା,୧୮ା୯(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ଦୁଧୂଯୋରି ଗ୍ରାମ ପଞ୍ଚାୟତ ମଙ୍ଗଳପୁର ପାଞ୍ଚଗୋଛିଆ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜ ପଥରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ଦାନଗଦୀ…

ବ୍ରାହ୍ମଣୀ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରତ୍ନଗିରି,୧୮ା୯(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅନ୍ୟାସିପୁର ଖରଦାସାହି ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ମଙ୍ଗଳବାର ଏକ ଯୁବକଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଯୁବକ ଜଣଙ୍କ ବାଲିବିଲି ପଞ୍ଚାୟତ ଅଧୀନ କୋରଡାପିପଲ ଗ୍ରାମର ବିଦ୍ୟାଧର ପାତ୍ର(୩୫)। ଏ…

ରାସ୍ତା ମରାମତି କଲେ ସୁକିନ୍ଦା ଭୀମଆର୍ମି କର୍ମକର୍ତ୍ତା

ସୁକିନ୍ଦା,୧୮ା୯(ଡି.ଏନ୍‌.ଏ.) : ଯାଜପୁର ଜିଲାର ଖଣିଖାଦାନ ସହ ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ୫୩ ନମ୍ବର ଯାତୀୟ ରାଜପଥ ଶୋଚନୀୟ ହୋଇପଡିଛି। ସୁକିନ୍ଦାଠାରୁ ଡୁବୁରୀ ପର୍ଯ୍ୟନ୍ତ ରାସ୍ତା ଖାଲଖମାରେ ଭରି ରହିଥିବାରୁ ଯାତାୟାତରେ ବହୁ ସମସ୍ୟା ଦେଖାଦେଉଛି। ଏ ନେଇ ବହୁବାର ଅଭିଯୋଗ…

ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଗୁରୁତର

କୋରେଇ,୧୮ା୯(ସ୍ବ:ପ୍ର.): ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଞ୍ଚାୟତ ଧନତ୍ରୀ ଗ୍ରାମରେ ମଙ୍ଗଳବାର ପାରିବାରିକ ଗଣ୍ଡଗୋଳ ଘଟିଛି। ଏଥିରେ ସାନଭାଇର ଠେଙ୍ଗା ମାଡ଼ରେ ବଡ଼ଭାଇ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ବଡ଼ଭାଇ ପଦ ମଲିକ ଥାନାରେ ପହଞ୍ଚତ୍ ଅଭିଯୋଗ କରିଥିଲେ। ଏ ନେଇ…

ଗୋଳକୁଣ୍ଡ ନିମ୍ନ ମୌଳିକ ବିଦ୍ୟାଳୟ: ଭୁଶୁଡିଲା ବିଦ୍ୟାଳୟ ପାଚେରି

ବରୀ,୧୮।୯(ସ୍ବ.ପ୍ର.): ଯାଜପୁର ଜିଲା ବରୀ ବ୍ଲକ ଅଧୀନ ଗୌଳକୁଣ୍ଡ ପଞ୍ଚାୟତର ସର୍ବପୁରାତନ ନିମ୍ନ ମୌଳିକ ବିଦ୍ୟାଳୟର ପାଚେରି ମଙ୍ଗଳବାର ଭୁଶୁଡି ପଡ଼ିଛି। ୧୦ବର୍ଷ ତଳେ ଏହି ପାଚେରି ନିର୍ମାଣ ହୋଇଥିଲା। ଗତ ବର୍ଷା ମାଡ଼ ଖାଇ ପାଚେରୀ ଦୁର୍ବଳ ହୋଇପଡ଼ିଥିବା କୁହାଯାଉଛି।…

ସୁଧୁରୁନି ବ୍ୟାସନଗର ସହରରେ ବିଦ୍ୟୁତ୍‌ ସେବା : ଚାନ୍ଦାମା, ମୁଣ୍ଡୋମାଳ ସବ୍‌ଷ୍ଟେଶନ ଅଧପନ୍ତରିଆ

ଯାଜପୁର ଅଫିସ,୧୮ା୯ : ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ୨୬ ୱାର୍ଡ଼ ବିଶିଷ୍ଟ କ୍ରୋମନଗରୀ ବ୍ୟାସନଗର ପୌରାଞ୍ଚଳରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଭାରତ ସରକାରଙ୍କ ଶକ୍ତିି ମନ୍ତ୍ରଣାଳୟର ନୋଟିଫାଏଡ ଯୋଜନାରେ କୋଟି କୋଟି ଟଙ୍କା…

ଚାଷ ପାଇଁ ଭିତ୍ତିଭୂମି ନାହିଁ : ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୧୮ା୯ : ଶିଳ୍ପ ଓ ଅନ୍ୟାନ୍ୟ ଭିତ୍ତିଭୂମି ନ ଥିବାରୁ କେନ୍ଦ୍ରାପଡ଼ା ଜିଲାବାସୀ କୃଷିକୁ ଆଦରି ନେଇଛନ୍ତି। ଜିଲାର ୬୮ ପ୍ରତିଶତ ଅଞ୍ଚଳରେ ଖରିଫ ଚାଷ କରି ଜୀବିକାନିର୍ବାହ କରୁଛନ୍ତି। ତେବେ ଚାଷ ପାଇଁ ଭିତ୍ତିଭୂମି ନ ଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?