୫-ଟି ସଚିବଙ୍କ ବାରିପଦା ମେଡିକାଲ କଲେଜ ପରିଦର୍ଶନ : ‘୪ ମାସ ମଧ୍ୟରେ ଉନ୍ନତ ଭିତ୍ତିଭୂମି ଗଢ’

ବାରିପଦା ଅଫିସ,୧୪ା୧୦- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ରବିବାର ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ପରିଦର୍ଶନ କରିଛନ୍ତି। ହସ୍ପିଟାଲ ପରିଦର୍ଶନ ବେଳେ ୱାର୍ଡକୁ ଯାଇ ରୋଗୀମାନଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ। ମେଡିକାଲ କଲେଜର ରୋଗୀମାନେ କିଭଳି ସେବା ପାଉଛନ୍ତିି ସେ ନେଇ ପଚାରି ବୁଝିଥିଲେ। ପରେ ମେଡିକାଲ କଲେଜର ସମସ୍ତ ବିଭାଗର ମୁଖ୍ୟମାନଙ୍କ ସହିତ ଆଲୋଚନା କରି ଆସନ୍ତା ୪ ମାସ ମଧ୍ୟରେ ମେଡିକାଲ କଲେଜର ଭିତ୍ତିଭୂମିକୁ ଆହୁରି ବୃଦ୍ଧି କରି ରାଜ୍ୟରେ ଭଲ ର଼୍ୟାଙ୍କ ଆଣିବାକୁ କହିଥିଲେ। ଏହି ଅବସରରେ ଏଠାରେ ଖାଲି ପଡିଥିବା ପଦବୀ ପୂରଣ କରିବା ପାଇଁ ଡାକ୍ତରମାନେ ଜଣାଇଥିଲେ। ମେଡିକାଲ କଲେଜରେ ଯେକୌଣସି ଆବଶ୍ୟକତା ସମ୍ପର୍କରେ ଜିଲାପାଳଙ୍କ ଜରିଆରେ ତାଙ୍କୁ ଅବଗତ କରାଗଲେ ସେ ସମାଧାନ କରିବେ ବୋଲି ପ୍ରକାଶ କରିିଥିଲେ।
୫-ଟି ସଚିବ ମେଡିକାଲ କଲେଜ ପରିଦର୍ଶନ କରିବା ପରେ ସ୍ଥିତି ପରଖି ସନ୍ତୁଷ୍ଟ ହୋଇଛନ୍ତି ବୋଲି ଜିଲାପାଳ ବିନିତ ଭରଦ୍ୱାଜ ସୂଚନା ଦେଇଛନ୍ତିି। ୫-ଟି ସଚିବଙ୍କ ସହିତ ରାଜ୍ୟ ସରକାରଙ୍କ ଉନ୍ନୟନ ସଚିବ ସୁରେଶ ମହାପାତ୍ର ଓ ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ପ୍ରମୁଖ ଆସିଥିଲେ। ଅପରାହ୍ନ ୩ଟା୫୦ରେ ହେଲିକପ୍ଟର ଯୋଗେ ଆସି ସେ ବାରିପଦା ଛଉ ପଡ଼ିିଆଠାରେ ଓହ୍ଲାଇଥିଲେ। ୪ଟା ୫ରେ ମେଡିକାଲ କଲେଜରେ ପହଞ୍ଚି ୨୦ ମିନିଟ ରହିଥିଲେ। ସେଠାରେ ବୈଠକ ସାରି ମେଡିକାଲ କଲେଜରୁ ଛଉ ପଡ଼ିଆସ୍ଥିତ ହ୍ୟାଲିପ୍ୟାଡକୁ ଫେରିଥିଲେ। ପରେ ୪ଟା୪୦ରେ ସେ ଭୁବନେଶ୍ୱର ଫେରିଯାଇଥିଲେ। ୫-ଟି ସଚିବଙ୍କ ଏହି ଗସ୍ତ ବେଳେ ଜିଲାପାଳ ବିନୀତ ଭରଦ୍ୱାଜ, ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡା, ମେଡିକାଲ କଲେଜ ସୁପରିଟେଣ୍ଡଣ୍ଟ ଡା. ବିଏନ ମହାପାତ୍ର, ସିଡିଏମଓ ଡା.ପ୍ରଦୀପ କୁମାର ମହାପାତ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲା ପ୍ରୋଗ୍ରାମ ମ୍ୟାନେଜର ଅନୀଲ ମହାନ୍ତି, ହସ୍ପିଟାଲ ମ୍ୟାନେଜର ଡା.ବିନୋଦିନୀ ଦାଶ, ଡା.ସମୀର ମହାପାତ୍ର, ବିଭିନ୍ନ ବିଭାଗର ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏସପି ପରମାର ସ୍ମିଥ ପୁରୁଷୋତ୍ତମଦାସ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ଛଉ ପଡ଼ିିଆରୁ ମେଡିକାଲ କଲେଜ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri