ଆମ ଜିଲା ଖବର

ଋଣଭାର ଶୁଝି ନ ପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ

ଧାମନଗର,୧୮।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବମକୁରା ପଞ୍ଚାୟତ ଦେଉଳଡ଼ିହ ନୂଆପାଟଣା ଗ୍ରାମର ଜଣେ ଚାଷୀଙ୍କର ବୁଧବାର ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ଉମାକାନ୍ତ ଲେଙ୍କା (୫୮)। ଋଣଭାର ଶୁଝି ନ ପାରି ସେ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ…

ଯୁକ୍ତ ୩ ପରୀକ୍ଷା ଫି’ ବୃଦ୍ଧି ପ୍ରତିବାଦ: କଲେଜ ପରିସରରେ ନିଆଁ

ବସ୍ତା,୧୮।୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣ କଲେଜରେ ବୁଧବାର ଛାତ୍ର ଅଶାନ୍ତି ଦେଖାଦେଇଛି। କଲେଜର ଯୁକ୍ତ ୩ ପରୀକ୍ଷା ଫି’ ଅହେତୁକ ବୃଦ୍ଧି ପ୍ରତିବାଦରେ କଲେଜ ଛାତୀଛାତ୍ର ମୁଖ୍ୟ ଫାଟକ ବନ୍ଦ କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି।…

ମଶାଧୂପରୁ ଅଗ୍ନିକାଣ୍ଡ: ୧୨ ଗୃହପାଳିତ ପ୍ରାଣୀ ଜୀବନ୍ତ ଦଗ୍ଧ

ମାର୍ଶାଘାଇ, ୧୮।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ପରକୂଳା ପଞ୍ଚାୟତ ଆଙ୍କୋ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୨ ଗୃହପାଳିତ ପ୍ରାଣୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଗ୍ରାମର କ୍ଷେତ୍ରବାସୀ ରାଉତଙ୍କ ୨ ବଖରା ବାସଗୃହ ସମେତ ୨ ବଖରା…

ଭୂତକୋଠି ପାଲଟିଛି ଡାକବଙ୍ଗଳା

ମୁନିଗୁଡ଼ା,୧୮।୯(ଡି.ଏନ୍‌.ଏ.) : ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ବହୁ ପୁରାତନ ଗେଷ୍ଟ୍‌ ହାଉସ୍‌ ତଥା ଡାକବଙ୍ଗଳା ଭୂତକୋଠି ପାଲଟିଛି। ୩/୪ ଏକର ପରିମିତ ଜାଗାରେ ଥିବା ଏହି ସରକାରୀ ଡାକବଙ୍ଗଳାରେ ଉଚ୍ଚ ପଦାଧିକାରୀମାନେ…

ଷ୍ଟେଟ ବ୍ୟାଙ୍କ ଶାଖା ଉଚ୍ଛେଦକୁ ନେଇ ପ୍ରତିବାଦ: ଜିଲାପାଳ ଅଫିସ ଆଗରେ ଧାରଣା

ବରଗଡ଼ ଅଫିସ, ୧୮।୯: ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗାସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖା ଉଚ୍ଛେଦ ପ୍ରତିବାଦରେ ବୁଧବାର ବୁଗବୁଗା ଗ୍ରାମବାସୀ ଜିଲାପାଳ ଅଫିସ ଆଗରେ ଧାରଣା ଦେଇଛନ୍ତି। ଧାରଣାରେ ଶତାଧିକ ଗ୍ରାମବାସୀ ସାମିଲ ହୋଇ ବ୍ୟାଙ୍କ ଉଚ୍ଛେଦ ନ କରିବାକୁ…

ବାର୍‌ହା ଆକ୍ରମଣରେ ଜଣେ ଗୁରୁତର

ମହାକାଳପଡ଼ା,୧୮।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବନାଞ୍ଚଳ ଅଧୀନ ସ୍ଥାନୀୟ ଜମ୍ବୁ ଗ୍ରାମର ଧନଞ୍ଜୟ ଗାଇନ(୩୫)ଙ୍କୁ ଏକ ଜଙ୍ଗଲୀ ବାର୍‌ହା ଆକ୍ରମଣ କରିଛି। ଫଳରେ ତାଙ୍କର ଡାହାଣ ହାତର ଆଙ୍ଗୁଠି କଟି ଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଧନଞ୍ଜୟ ବାଡ଼ିପଟେ ଶୌଚ ହେବାକୁ…

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ୨ଲକ୍ଷ ଝାମ୍ପିନେଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୧୮।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବା ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ ନିକଟରୁ ବୁଧବାର ପୂର୍ବାହ୍ନରେ ୨ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଲୁଟ୍‌ର ଶିକାର ହୋଇଛନ୍ତି ସିମନବାଡ଼ି ଓ ବୁଡ଼ାଗୁଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ…

ଆତଙ୍କବାଦୀ ପ୍ରବେଶ ପ୍ରତିହତ ଲାଗି ସାଗର କବଚ ସମରାଭ୍ୟାସ

ଭୋଗରାଇ,୧୮।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ତାଳସାରୀ ମେରାଇନ ଥାନା ପକ୍ଷରୁ ବୁଧବାର ସାଗର କବଚ ସମରାଭ୍ୟାସ ଆରମ୍ଭ ହୋଇଛି। ଏଥିରେ ଚନ୍ଦନେଶ୍ୱର ଫାଣ୍ଡିର ଏକ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ହୋଇ ଆତଙ୍କବାଦୀ ପ୍ରବେଶ ପ୍ରତିହତ ପାଇଁ ସମୁଦ୍ରରେ ତଲାସି ଅଭିଯାନ…

ଛାତ୍ର ର଼୍ୟାଗିଂ ଘଟଣା: ସିଡବ୍ଲୁସିଙ୍କୁ ଭେଟିଲେ ପରିବାରବର୍ଗ; ଅଧ୍ୟକ୍ଷଙ୍କୁ ଗିରଫ ନ କଲେ ରାସ୍ତାରୋକୋ ଚେତାବନୀ

ସମ୍ବଲପୁର,୧୮।୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ପରଧିଆପାଲି ବୈଦିକ ଇଣ୍ଟରନ୍ୟାଶନାଲ ସ୍କୁଲରେ ଜଣେ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ମଙ୍ଗଳବାର ଶାସନ ଥାନାରେ ଅଭିଯୋଗ ହୋଇଥିଲ। ଥାନାରେ ଏକ ମାମଲା ରୁଜୁକରି ଅତିରିକ୍ତ ଏସ୍‌ପି ପି.କେ. ମହାପାତ୍ର ତଦନ୍ତ ଜାରି ରଖିଥିବା…

ସଂଗଠିତ ହେଲେ ଦାବି ହାସଲ କରିପାରିବେ ଚାଷୀ

ତିହିଡ଼ି,୧୮।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ସ୍ଥିତ ଦୀନଦୟାଲ ଭବନରେ ବୁଧବାର ମଧ୍ୟାହ୍ନରେ ନବ ନିର୍ମାଣ କୃଷକ ସଂଗଠନର ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋଡକ ଶାଖା ସଭାପତି ଜୟପ୍ରକାଶ ମଲିକ ପୌରୋହିତ୍ୟ କରିଥିଲେ। ସଂଗଠନର ରାଜ୍ୟ ସଂଯୋଜକ ଉମାକାନ୍ତ ଭାରତୀ,ଜିଲା…

ମଦ ନେଲା ଜୀବନ: ନିଶାରେ ସ୍ତ୍ରୀଙ୍କୁ ପିଟି ମାରିଦେଲେ ସ୍ବାମୀ

ରେମୁଣା,୧୮।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ସେରଗଡ଼ ପଞ୍ଚାୟତ ୯ନଂ ଓ୍ବାର୍ଡରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ଜଣେ ସ୍ବାମୀ ସ୍ତ୍ରୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକ ହେଲେ ବାସନ୍ତି ସିଂ(୩୦)। ଖବର ପାଇ ପୋଲିସ…

ଟ୍ୟାଙ୍କର ଧକ୍କାରେ ଛାତ୍ରୀ ମୃତ, ୨ ଗୁରୁତର

କୁଜଙ୍ଗ, ୧୮।୯(ସ୍ବ.ପ୍ର.): କଟକ-ପାରାରୀପ ରାସ୍ତାର ପଙ୍କପାଳ ଛକ କୁଜଙ୍ଗ ନିକଟରେ ବୁଧବାର ଟ୍ୟାଙ୍କର ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୃତ ଛାତ୍ରୀ ହେଲେ ପଙ୍କପାଳ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ତଥା ମନ୍ତ୍ରୀପଡ଼ା ନିବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?