ଆମ ଜିଲା ଖବର

ରାଶନ କାର୍ଡରେ ଆଧାର ସଂଯୋଗ : ବାଦ୍‌ ପଡ଼ିପାରନ୍ତି ୪୫ ହଜାର ହିତାଧିକାରୀ

ନୟାଗଡ଼ ଅଫିସ,୧୮।୯ : ନୟାଗଡ଼ ଜିଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ (ଏନ୍‌ଏଫ୍‌ଏସ୍‌ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌)ରେ ରାଶନ ସାମଗ୍ରୀ ନେଉଥିବା ୪୫ ହଜାର ହିତାଧିକାରୀ ବାଦ୍‌ ପଡିବା ସମ୍ଭାବନା ରହିଛି। ସରକାର ସେପ୍ଟେମ୍ବର ୧୫ ତାରିଖ…

ଅପରାଧ ରୋକିବାକୁ ଦିବ୍ୟଜ୍ୟୋତି କ୍ଲବର ପ୍ରୟାସ: ଲଗାଗଲା ୫ ସିସିଟିଭି କ୍ୟାମେରା

ଢେଙ୍କାନାଳ ଅଫିସ, ୧୮।୯-ଗଣପର୍ବ ଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତ ହେଉଛି ଢେଙ୍କାନାଳ। ହେଲେ ସହରରେ ଆପରାଧିକ କାର୍ଯ୍ୟକଳାପ ରୋକିବା ଦିଗରେ ପୋଲିସକୁ ଆଖିଦୃଶିଆ ସଫଳତା ମିଳିନାହିଁ। ପାର୍ବଣ ପୂର୍ବରୁ ସହରତଳି ଅଞ୍ଚଳରେ ମଦ୍ୟପ, ଅସାମାଜିକଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବାକୁ…

ଭୁଲ ଇଞ୍ଜେକ୍‌ଶନରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ: ମେଡିକାଲରେ ଚାପା ଉତ୍ତେଜନା

ଅନୁଗୋଳ ଅଫିସ, ୧୮।୯-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ମୃତ୍ୟୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ ଇଞ୍ଜେକ୍‌ଶନ କାରଣରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ମେଡିକାଲ କର୍ତ୍ତୃପକ୍ଷ ଏପରି ଅଭିଯୋଗକୁ…

ଶୋଚନୀୟ ଅବସ୍ଥାରେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ: ୫୫ ବର୍ଷ ହେଲା ଚାଲିଛି ଭଡ଼ାଘରେ

ତାଳଚେର,୧୮ା୯(ନି.ପ୍ର.)-ତାଳଚେର ବଲଣ୍ଡାଠାରେ ଥିବା ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ନିୟୋଜନ କାର୍ଯ୍ୟାଳୟ (ସ୍ପେଶିଆଲ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଫିସ) ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘ ୫୫ ବର୍ଷ ହେଲା ଏମ୍‌ସିଏଲ୍‌ର ଏକ ଭଡା ଘରେ ଚାଲୁଥିବା ଏହି ଅଫିସ ଗୃହ ୩ ମାସ ହେଲା…

ଜିଲା ଖଣିଜ ପାଣ୍ଠି କାର୍ଯ୍ୟକାରିତା ସମୀକ୍ଷା: ଆୟବୃଦ୍ଧି ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପରାମର୍ଶ

ଅନୁଗୋଳ ଅଫିସ, ୧୮।୯-ଅନୁଗୋଳ ଜିଲା ଖଣିଜ ପାଣ୍ଠିରେ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଜିଲାପାଳ ମନୋଜ କୁମାର ମହାନ୍ତି ମଙ୍ଗଳବାର ସମୀକ୍ଷା କରିଛନ୍ତି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଅନୁଷ୍ଠିତ ଏହି…

ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ, ୨୪୦ ଷ୍ଟଲ

ବଅଁରପାଳ,୧୮।୯(ଡି.ଏନ.ଏ.)-ବିଶ୍ୱକର୍ମା ପୂଜା ଅବସରରେ ନାଲ୍‌କୋଠାରେ ଆୟୋଜିତ ଜାତୀୟ ପଲିଶ୍ରୀ ମେଳା ଉଦ୍‌ଘାଟିତ ହୋଇଛି। ଜିଲାପାଳ ମନୋଜ କୁମାର ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ…

ନାଲ୍‌କୋରେ ୨୩ ମଣ୍ଡପରେ ଦେବଶିଳ୍ପୀଙ୍କୁ ଆରାଧନା: ପ୍ରଥମ ଦିନରେ ୩୦ ହଜାର ଶ୍ରଦ୍ଧାଳୁ

ବଅଁରପାଳ, ୧୮।୯ (ଡି.ଏନ୍‌.ଏ.)-ଅନୁଗୋଳ ଜିଲା ନାଲ୍‌କୋର ଗଣପର୍ବ ଭାବେ ପରିଚିତ ବିଶ୍ୱକର୍ମା ପୂଜା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ୨୩ଟି ମଣ୍ଡପରେ ପ୍ରଭୁ ଦେବଶିଳ୍ପୀଙ୍କୁ ଆରାଧନା କରାଯାଉଥିବା ବେଳେ ପୂଜା ଦେଖିବାକୁ ପ୍ରଥମ ଦିନରେ ପ୍ରାୟ ୩୦ ହଜାରରୁ…

୨ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ରାଇକିଆ,୧୮ା୯(ଡ଼ି.ଏନ.ଏ)- ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଇ ନାବାଳିକାଙ୍କୁ ପୃଥକ ସମୟରେ ବଳାତ୍କାର କରିଥିବା ଅଭିଯୋଗରେ କନ୍ଧମାଳ ଜିଲା ରାଇକିଆ ଥାନା ପୋଲିସ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ଅଞ୍ଚଳର ସୁନୀଲ ଦିଗାଲ।…

ସ୍କୁଲ ବନ୍ଦ କରିଦେଲେ, ପାଠ ଛାଡ଼ିଲେ ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ, ୧୮ା୯ -ବଣ ପାହାଡଘେରା କନ୍ଧମାଳ ଜିଲାର ଅନେକ ସ୍ଥାନକୁ ଏବେ ବି ଯାତାୟାତ ସୁବିଧା ନାହିଁ। ରାସ୍ତା ଘାଟ ଅଭାବରୁ ସର୍ବଦା ଶିକ୍ଷା, ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଛି। ଏଭଳି ସ୍ଥିତିରେ ଶିକ୍ଷାର ଆଲୋକ ଦେଖି ନ ଥିବା…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ କୋଟିପତି କନିଷ୍ଠ କିରାଣି

ବ୍ରହ୍ମପୁର ଅଫିସ,୧୮ା୮-ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ହୋଇଥିବା ୱାରେଣ୍ଟ ବଳରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମ୍‌କେସିଜି ମେଡିକାଲ କଲେଜ କନିଷ୍ଠ କିରାଣି ଅଜିତ କୁମାର ସାହୁଙ୍କର ୫ ସ୍ଥାନରେ ମଙ୍ଗଳବାର ଭିଜିଲାନ୍ସ ଏକ କାଳୀନ ଚଢାଉ କରିଛି।…

ସରକାରୀ ସୁବିଧା ଦାବିକଲେ ଚାଳକ

ବ୍ରହ୍ମପୁର ଅଫିସ୍‌,୧୮ା୯-ଓଡ଼ିଶା ମୋଟର୍‌ ଚାଳକ ସଂଘ ବ୍ରହ୍ମପୁର ଶାଖା ପକ୍ଷରୁ ମଙ୍ଗଳବାର ସକାଳେ ଚାଳକ ଦିବସ ପାଳନ କରାଯାଇଛି । ଏହି ଅବସରରେ ସକାଳେ ବହୁ ସଂଖ୍ୟାରେ ଗାଡ଼ି ଚାଳକ ପୁରୁଣା ବସ୍‌ଷ୍ଟାଣ୍ଡରେ ଏକାଠି ହୋଇଥିଲେ। ସେଠାରୁ ଏକ ରାଲିରେ ବାହାରି…

ଭଷାଣି ବେଳେ ଯୁବକଙ୍କୁ ହତ୍ୟା ଉଦ୍ୟମ: ୭ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ

ବ୍ରହ୍ମପୁର ଅଫିସ,୧୮ା୯-ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଭାବିନୀପୁର ଗ୍ରାମରେ ଗତ ୧୫ ତାରିଖ ରାତିରେ ଗଣେଶ ମୂର୍ତ୍ତି ଭାଷାଣି ବେଳେ ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଫେରାର ଥିବା ୭ ଅଭିଯୁକ୍ତଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ସେମାନେ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?