ଲୋକଲଜ୍ଜା ସହି ନ ପାରି ମହିଳାଙ୍କ ଆତ୍ମହତ୍ୟା : ତରବରିଆ ଭାବେ ମୃତଦେହ ପୋଡ଼ିଦେଲେ ସମ୍ପର୍କୀୟ, ଜୁଇ ନିକଟରେ ନୀରବଦ୍ରଷ୍ଟା ସାଜିଲା ପୋଲିସ

ନୟାଗଡ଼ ଅଫିସ,୧୪ା୧୦: ନୟାଗଡ଼ ଜିଲା ଇଟାମାଟି ଥାନା ନାଟୁଗାଁ ପଞ୍ଚାୟତ ଖେଡ଼ବାରଣା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଲୋକଲଜ୍ଜା କାରଣରୁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ମୃତକ ହେଲେ ଲୀଳାବତୀ ନାୟକ (୪୩)। ମହିଳାଙ୍କ ସମ୍ପର୍କୀୟମାନେ କହିବା ପ୍ରକାରେ ଲୀଳାବତୀଙ୍କ ସ୍ବାମୀ ରୂପେନ୍ଦ୍ର କୁମାର ନାୟକ କେରଳରେ ରହି କାମ କରନ୍ତି। ବଡ଼ଝିଅ ବାହା ହୋଇସାରିଥିବା ବେଳେ ଲୀଳାବତୀଙ୍କ ପାଖରେ ମଝିଆ ଝିଅ ଓ ସାନ ପୁଅ ରୁହନ୍ତି। କିଛିଦିନ ତଳେ ରୂପେନ୍ଦ୍ର ବ୍ୟାଙ୍କ୍‌ ଆକାଉଣ୍ଟରେ ୫୦ ହଜାର ଟଙ୍କା ପଠାଇଥିଲେ। ଶୁକ୍ରବାର ଉକ୍ତ ଟଙ୍କାକୁ ଲୀଳାବତୀ ଉଠାଇଥିଲେ। ବିଳମ୍ବିତ ରାତିରେ ଲୀଳାବତୀଙ୍କ ଘରକୁ ସେହି ଗ୍ରାମର କୃଷ୍ଣଚନ୍ଦ୍ର ନାୟକ ଯାଇ ଟଙ୍କା ମାଗିବା ସହ ତାଙ୍କୁ ଅସଦାଚରଣ କରିଥିଲେ। ଶନିବାର ସକାଳେ ଏ ନେଇ ଲୀଳାବତୀ ଗ୍ରାମ କମିଟିକୁ ଜଣାଇଥିଲେ। ରାତିରେ ଗ୍ରାମରେ ବୈଠକ ହୋଇ ଏହାର ନିଷ୍ପତ୍ତି ହେବାର ଥିଲା। ମାତ୍ର କୌଣସି କାରଣରୁ ଶନିବାର ବଦଳରେ ରବିବାର ଅପରାହ୍ନରେ ଏ ନେଇ ବୈଠକ ହେବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଥିଲା। ଗ୍ରାମରେ ବୈଠକ ନ ବସିବା ଓ ଲୋକଲଜ୍ଜା ସହି ନ ପାରି ଲୀଳାବତୀ ଆତ୍ମହତ୍ୟା କରିଥିବା ସମ୍ପର୍କୀୟଙ୍କଠାରୁ ପ୍ରକାଶ। ରବିବାର ସକାଳୁ ମଝିଆ ଝିଅ ଓ ପୁଅ ଉଠି ଲୀଳାବତୀ ବେକରେ ରଶି ଲଗାଇ ଝୁଲୁଥିବା ଦେଖିଥିଲେ। ପରେ ଏ ନେଇ ସେମାନେ ତାଙ୍କ ଜେଜେବାପାଙ୍କୁ କହିଥିଲେ। ଜେଜେବାପା ଗ୍ରାମବାସୀ ଓ ସମ୍ପର୍କୀୟଙ୍କୁ ଜଣାଇଥିଲେ। ସମ୍ପର୍କୀୟମାନେ କିଛି ଅଘଟଣ ଘଟିବା ଆଶଙ୍କା କରି ତରବରିଆ ଭାବେ ମୃତଦେହ ପୋଡ଼ି ଦେଇଥିଲେ। ଖବର ପାଇ ଇଟାମାଟି ପୋଲିସ ପହଞ୍ଚତ୍ଥିଲେ ମଧ୍ୟ ନିଆଁ ଲିଭାଇ ମୃତଦେହ ଜବତ କରିବା ପରିବର୍ତ୍ତେ ଜୁଇ ପାଖରେ ନୀରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଥିଲା। ପରେ ପୋଲିସ ଲୀଳାବତୀଙ୍କ ପରିବାର ଓ ସମ୍ପର୍କୀୟଙ୍କଠାରୁ ବୟାନ ଆଣିଥିଲା। ଅନ୍ୟପଟେ ଉକ୍ତ ୫୦ ହଜାର ଟଙ୍କାକୁ କୃଷ୍ଣଚନ୍ଦ୍ର ନେଇଯାଇଥିବା ଲୀଳାବତୀଙ୍କ ମଝିଆ ଝିଅ ଅଭିଯୋଗ କରିଛନ୍ତି। ପୋଲିସ କୃଷ୍ଣଚନ୍ଦ୍ରଙ୍କ ଘରେ ପହଞ୍ଚତ୍ଥିବା ବେଳେ ତାଙ୍କ ପରିବାର ଘରେ ତାଲା ପକାଇ କେଉଁଆଡ଼େ ଫେରାର୍‌ ହୋଇଯାଇଛନ୍ତି। ପରେ ପୋଲିସ ମଶାଣିରୁ ହାଡ଼ ଓ ପାଉଁଶ ଜବତ କରିଥିଲା। ସୋମବାର ଲୀଳାବତୀଙ୍କ ସ୍ବାମୀ ରୂପେନ୍ଦ୍ର କେରଳରୁ ଆସିବା ପରେ ଏ ନେଇ ଇଟାମାଟି ଥାନାରେ ଅଭିଯୋଗ କରିବେ ବୋଲି ଜଣାପଡ଼ିଛି। ଏ ନେଇ ଇଟାମାଟି ଥାନାରେ କୌଣସି ଅଭିଯୋଗ ହୋଇନାହିଁ, ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିବା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି। ଗ୍ରାମ ସଭାପତି ଗ୍ରାମରେ ନ ଥିବାରୁ ତାଙ୍କମତାମତ ମିଳପାରିନାହିଁ । ଗ୍ରାମର କୌଣସି ଲୋକ ମଧ୍ୟ ଏ ନେଇ କୌଣସି ମତ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?