ଲୋକଲଜ୍ଜା ସହି ନ ପାରି ମହିଳାଙ୍କ ଆତ୍ମହତ୍ୟା : ତରବରିଆ ଭାବେ ମୃତଦେହ ପୋଡ଼ିଦେଲେ ସମ୍ପର୍କୀୟ, ଜୁଇ ନିକଟରେ ନୀରବଦ୍ରଷ୍ଟା ସାଜିଲା ପୋଲିସ

ନୟାଗଡ଼ ଅଫିସ,୧୪ା୧୦: ନୟାଗଡ଼ ଜିଲା ଇଟାମାଟି ଥାନା ନାଟୁଗାଁ ପଞ୍ଚାୟତ ଖେଡ଼ବାରଣା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଲୋକଲଜ୍ଜା କାରଣରୁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ମୃତକ ହେଲେ ଲୀଳାବତୀ ନାୟକ (୪୩)। ମହିଳାଙ୍କ ସମ୍ପର୍କୀୟମାନେ କହିବା ପ୍ରକାରେ ଲୀଳାବତୀଙ୍କ ସ୍ବାମୀ ରୂପେନ୍ଦ୍ର କୁମାର ନାୟକ କେରଳରେ ରହି କାମ କରନ୍ତି। ବଡ଼ଝିଅ ବାହା ହୋଇସାରିଥିବା ବେଳେ ଲୀଳାବତୀଙ୍କ ପାଖରେ ମଝିଆ ଝିଅ ଓ ସାନ ପୁଅ ରୁହନ୍ତି। କିଛିଦିନ ତଳେ ରୂପେନ୍ଦ୍ର ବ୍ୟାଙ୍କ୍‌ ଆକାଉଣ୍ଟରେ ୫୦ ହଜାର ଟଙ୍କା ପଠାଇଥିଲେ। ଶୁକ୍ରବାର ଉକ୍ତ ଟଙ୍କାକୁ ଲୀଳାବତୀ ଉଠାଇଥିଲେ। ବିଳମ୍ବିତ ରାତିରେ ଲୀଳାବତୀଙ୍କ ଘରକୁ ସେହି ଗ୍ରାମର କୃଷ୍ଣଚନ୍ଦ୍ର ନାୟକ ଯାଇ ଟଙ୍କା ମାଗିବା ସହ ତାଙ୍କୁ ଅସଦାଚରଣ କରିଥିଲେ। ଶନିବାର ସକାଳେ ଏ ନେଇ ଲୀଳାବତୀ ଗ୍ରାମ କମିଟିକୁ ଜଣାଇଥିଲେ। ରାତିରେ ଗ୍ରାମରେ ବୈଠକ ହୋଇ ଏହାର ନିଷ୍ପତ୍ତି ହେବାର ଥିଲା। ମାତ୍ର କୌଣସି କାରଣରୁ ଶନିବାର ବଦଳରେ ରବିବାର ଅପରାହ୍ନରେ ଏ ନେଇ ବୈଠକ ହେବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଥିଲା। ଗ୍ରାମରେ ବୈଠକ ନ ବସିବା ଓ ଲୋକଲଜ୍ଜା ସହି ନ ପାରି ଲୀଳାବତୀ ଆତ୍ମହତ୍ୟା କରିଥିବା ସମ୍ପର୍କୀୟଙ୍କଠାରୁ ପ୍ରକାଶ। ରବିବାର ସକାଳୁ ମଝିଆ ଝିଅ ଓ ପୁଅ ଉଠି ଲୀଳାବତୀ ବେକରେ ରଶି ଲଗାଇ ଝୁଲୁଥିବା ଦେଖିଥିଲେ। ପରେ ଏ ନେଇ ସେମାନେ ତାଙ୍କ ଜେଜେବାପାଙ୍କୁ କହିଥିଲେ। ଜେଜେବାପା ଗ୍ରାମବାସୀ ଓ ସମ୍ପର୍କୀୟଙ୍କୁ ଜଣାଇଥିଲେ। ସମ୍ପର୍କୀୟମାନେ କିଛି ଅଘଟଣ ଘଟିବା ଆଶଙ୍କା କରି ତରବରିଆ ଭାବେ ମୃତଦେହ ପୋଡ଼ି ଦେଇଥିଲେ। ଖବର ପାଇ ଇଟାମାଟି ପୋଲିସ ପହଞ୍ଚତ୍ଥିଲେ ମଧ୍ୟ ନିଆଁ ଲିଭାଇ ମୃତଦେହ ଜବତ କରିବା ପରିବର୍ତ୍ତେ ଜୁଇ ପାଖରେ ନୀରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଥିଲା। ପରେ ପୋଲିସ ଲୀଳାବତୀଙ୍କ ପରିବାର ଓ ସମ୍ପର୍କୀୟଙ୍କଠାରୁ ବୟାନ ଆଣିଥିଲା। ଅନ୍ୟପଟେ ଉକ୍ତ ୫୦ ହଜାର ଟଙ୍କାକୁ କୃଷ୍ଣଚନ୍ଦ୍ର ନେଇଯାଇଥିବା ଲୀଳାବତୀଙ୍କ ମଝିଆ ଝିଅ ଅଭିଯୋଗ କରିଛନ୍ତି। ପୋଲିସ କୃଷ୍ଣଚନ୍ଦ୍ରଙ୍କ ଘରେ ପହଞ୍ଚତ୍ଥିବା ବେଳେ ତାଙ୍କ ପରିବାର ଘରେ ତାଲା ପକାଇ କେଉଁଆଡ଼େ ଫେରାର୍‌ ହୋଇଯାଇଛନ୍ତି। ପରେ ପୋଲିସ ମଶାଣିରୁ ହାଡ଼ ଓ ପାଉଁଶ ଜବତ କରିଥିଲା। ସୋମବାର ଲୀଳାବତୀଙ୍କ ସ୍ବାମୀ ରୂପେନ୍ଦ୍ର କେରଳରୁ ଆସିବା ପରେ ଏ ନେଇ ଇଟାମାଟି ଥାନାରେ ଅଭିଯୋଗ କରିବେ ବୋଲି ଜଣାପଡ଼ିଛି। ଏ ନେଇ ଇଟାମାଟି ଥାନାରେ କୌଣସି ଅଭିଯୋଗ ହୋଇନାହିଁ, ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିବା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି। ଗ୍ରାମ ସଭାପତି ଗ୍ରାମରେ ନ ଥିବାରୁ ତାଙ୍କମତାମତ ମିଳପାରିନାହିଁ । ଗ୍ରାମର କୌଣସି ଲୋକ ମଧ୍ୟ ଏ ନେଇ କୌଣସି ମତ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri