ଆମ ଜିଲା ଖବର

ଗଳୁଛି ପାଣି, ଛତାଧରି ପଢ଼ିଲେ ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ, ୯ା୮- କନ୍ଧମାଳ ଜିଲା କ. ନୂଆଗଁ। ବ୍ଲକ ସାଇନପଡ଼ା ପଞ୍ଚାୟତର ତିଲକପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ଅସୁରକ୍ଷିତ। ସାମାନ୍ୟ ବର୍ଷା ହେଲେ ଶ୍ରେଶୀ ଗୃହରେ ପାଣି ଗଳୁଛି। ପିଲାମାନେ ପଢ଼ିବାକୁ ହଇରାଣ ହେଉଛନ୍ତି। ପ୍ରାୟ ୬ ବର୍ଷ…

ରାଜ୍ୟ ଦଳ ଚୟନ ଶିବିରରେ ଗଞ୍ଜାମରୁ ୬ ଖେଳାଳି

ବ୍ରହ୍ମପୁର ଅଫିସ୍‌,୯ା୮- କଟକରେ ଶୁକ୍ରବାରରୁ ଓଡ଼ିଶା ୧୬ ବର୍ଷରୁ କମ୍‌ କ୍ରିକେଟ ଦଳ ଚୟନ ପାଇଁ ଶିବିର ଆୟୋଜିତ ହେଉଛି। ଏଥିରେ ଭାଗନେବା ପାଇଁ ଗଞ୍ଜାମ ଦଳରୁ ୬ଜଣ ଖେଳାଳି ମନୋନୀତ ହୋଇଛନ୍ତି। ସେମାନେ ହେଲେ ଆହ୍ବାନ ପଟ୍ଟନାୟକ, ଦୀପକ ଦାସ,…

୧୦ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ

ବ୍ରହ୍ମପୁର ଅଫିସ,୯ା୮- ବଡବଜାର ପୋଲିସ ଗୁରୁବାର ପାଣିଗ୍ରାହୀ ପେଣ୍ଠରେ ଥିବା ଏକ ଗୁଟ୍‌ଖା କାରଖାନାରେ ଚଢାଉ କରି ବିପୁଳ ପରିମାଣର ଗୁଟ୍‌ଖା ଜବତ କରିଛି। ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ା ସେ ହେଲେ କାରଖରାନାର କର୍ମଚାରୀ ପାଣିଗ୍ରାହୀପେଣ୍ଠର ହରିହର ଦାସ।…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା କ୍ରିୟାନୁଷ୍ଠାନ କମିଟି

ବ୍ରହ୍ମପୁର ଅଫିସ୍‌, ୯ା୮-ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ବ୍ରହ୍ମପୁରରୁ ଛତ୍ରପୁରକୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର ଏବଂ ଜିଲାପାଳଙ୍କ ପ୍ରସ୍ତାବକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବ୍ରହ୍ମପୁରର ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଉଛି। ଅନ୍ୟପଟେ ଏହି ପ୍ରସଙ୍ଗରେ…

ପୋଲ ଉପରେ ୩ଫୁଟ ବର୍ଷା ପାଣି: ବିଦ୍ୟାଳୟକୁ ଯିବା ଆସିବା ବାଧାପ୍ରାପ୍ତ; ରଶି ଟାଣି ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରାଗଲା

ତେଲକୋଇ, ୯।୮(ଡି.ଏନ.ଏ.)-ତେଲକୋଇ ବ୍ଲକ ଅଧୀନରେ ଥିବା ଓରିଆ ପଞ୍ଚାୟତ ପିଟାନାଳିରେ ରହିଛି ଆଦର୍ଶ ବିଦ୍ୟାଳୟ। ଲଗାଣ ବର୍ଷା ହେଲେ ଘାଟିରୁ ପାଣି ଯାକ ଏହି ନାଳ ମଧ୍ୟକୁ ଆସିଥାଏ। ଏହା ଉପରେ ପାଣି ଚାଲେ। ଲୋକଙ୍କ ସହ ଛାତ୍ରୀଛାତ୍ର ଯାତାୟାତରେ ବହୁ…

ବଲାଣିରୁ ଚାଲିବ ଟାଟା-ବଡବିଲ ପାସେଞ୍ଜର: ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକଙ୍କ ବଲାଣି ପରିଦର୍ଶନ

କେନ୍ଦୁଝର , ୯ା୮ (ସ୍ବ.ପ୍ର) – ଅନେକ ବର୍ଷ ପରେ ବଲାଣି ବାସୀଙ୍କର ସ୍ବପ୍ନ ସାକାର ହେବାକୁ ଯାଉଛି। ଟାଟା- ବଡବିଲ ପାସେଞ୍ଜର ଟ୍ରେନ୍‌ ଅଳ୍ପ କିଛି ମାସ ମଧ୍ୟରେ ବଲାଣିରୁ ଖାଦାନ ଷ୍ଟେଶନରୁ ଚାଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି…

ବର୍ଷାରେ ଜୀବନଜୀବିକା

କେନ୍ଦୁଝର,୯।୮(ସ୍ବ.ପ୍ର.)-କେନ୍ଦୁଝରରେ ଲଗାଣ ବର୍ଷାରେ ରାସ୍ତାଘାଟ, ହାଟବଜାର ଆଦିରେ ବିଭିନ୍ନ ରକମର ଛତୁ ଓ ଚୁନା ମାଛ ଅନେକ ସ୍ଥାନରେ ମିଳୁଛି। ଏହି ପାହାଡି ଇଲାକାରେ ଏହି ସମୟରେ ବିଭିନ୍ନ ପ୍ରକାରର ଛତୁ ଫୁଟିଥାଏ। କେତେକ ଜଙ୍ଗଲରୁ ଛତୁକୁ ସଂଗ୍ରହ କରି ନିଜେ…

ରାସ୍ତାରେ ପୁଣି ପଡ଼ୁଛି ପିଲେଟ: ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର; ପ୍ରତିଦିନ ଟ୍ରକ, ଡମ୍ପରରେ ହେଉଛି ପରିବହନ

ଯୋଡ଼ା, ୯।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହର ଦେଇ ଯାଇଥିବା ରାଜ୍ୟ ରାଜପଥ ନଂ ୨ ମୁଖ୍ୟ ରାସ୍ତାରେ ଟ୍ରକ, ଡମ୍ପର ଦ୍ୱାରା ପରିବହନ ହେଉଥିବା ଲୁହାପଥର ଗୋଲି ପିଲେଟ୍‌ ରାସ୍ତାରେ ପଡୁଥିବାରୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା…

ଫଳକରେ ଶହୀଦ ପୀଠ ଭାଗ୍ୟ

ବାସୁଦେବପୁର, ୯।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ରକ୍ତତୀର୍ଥ ଇରମ ଶହୀଦ ପୀଠର ଉନ୍ନତୀକରଣ କେବଳ ରାଜ୍ୟ ସଂସ୍କୃତି ପର୍ଯ୍ୟଟନ ବିଭାଗର ଫଳକରେ ଅଟକି ରହିଛି। ବିଭିନ୍ନ ସମୟରେ ବିବାଦରେ ଛନ୍ଦି ହୋଇଥିବାରୁ ଶହୀଦ ପୀଠ ଉନ୍ନତୀକରଣ ଦିଗରେ…

ଦ୍ୱାରଶୁଣି ଘାଟିରେ ୫୦ ଫୁଟ ତଳକୁ ଖସିଲା ଟ୍ରକ

ବାଙ୍ଗିରିପୋଷି,୯ା୮(ଡି.ଏନ୍‌.ଏ.)- ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିର ପ୍ରଥମ ବାଙ୍କରେ କଲିକତା ଅଭିମୁଖେ ଯାଉଥିବା ଏକ ସ୍ପଞ୍ଜ ରୋଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାରୁ ୫୦ ଫୁଟ ତଳକୁ ଖସି ପଡିଛି ା ଏହି ଦୁର୍ଘଟଣାରେ ଟ୍ରକ ଚାଳକ ଗୁରୁତର…

ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଦିଗହରା: ଭଙ୍ଗା ଘରେ ଅସହାୟ ମହିଳା

କପ୍ତିପଦା,୯ା୮(ଡ଼ି.ଏନ୍‌.ଏ.)- ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ହିତାଧିକାରୀମାନଙ୍କୁ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ପକ୍କା ଘର ଯୋଗାଇ ଦେବାକୁ ନିୟମ କରିଛନ୍ତି। ପ୍ରକୃତ ହିତାଧିକାରୀ କିପରି ଏହି ଯୋଜନାରେ ସାମିଲ ହେବେ ସେଥିନେଇ ପ୍ରତି ପଞ୍ଚାୟତରେ ଗ୍ରାମସଭା ଓ ପଲ୍ଲିସଭା…

ବାରିପଦା ବିଦ୍ୟୁତ୍‌ ଡିଭିଜନ : ଜାଲ୍‌ ଚେକ୍‌ରେ ଟାର୍ଗେଟ ପୂରଣ ଘଟଣା; ୩ ଅଧିକାରୀ ନିଲମ୍ବିତ

ଧରିତ୍ରୀ ପ୍ରଭାବ ବାରିପଦା ଅଫିସ,୯।୮- ମୟୂରଭଞ୍ଜ ଜିଲା ବାରିପଦା ବିଦ୍ୟୁତ୍‌ ଡିଭିଜନରେ ବିଲ୍‌ ଆଦାୟ ଟାର୍ଗେଟ ପୂରଣ ପାଇଁ ଜାଲ୍‌ ଚେକ୍‌ ଦେଇ ବିଭାଗକୁ ଠକିଥିବା ୩ ଅଧିକାରୀଙ୍କୁ ବୁଧବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏ ନେଇ କେବଳ ‘ଧରିତ୍ରୀ’ରେ ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri