ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାଟୁ କରୁନି: ଜିଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲଙ୍କ ରାଜ
ଖୋର୍ଦ୍ଧା ଅଫିସ,୨୭ା୯: ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ବେଆଇନ ଭାବେ କାର୍ଯ୍ୟ କରୁଥିବା ମଧ୍ୟସ୍ଥ ଓ ଦଲାଲଙ୍କୁ ହଟାଇବାକୁ ଏସ୍ପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ତେବେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍)ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାଟୁ କରୁନି। ବିଭିନ୍ନ ଘରୋଇ ମେଡିକାଲ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟମାରଣା ପ୍ରତିବାଦ: ଅନୁଗୋଳ ବ୍ଲକ ସମ୍ମୁଖରେ ଭାଜପାର ଧାରଣା
ଅନୁଗୋଳ ଅଫିସ,୨୭।୯: କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଓ ବାଟମାରଣା ପ୍ରତିବାଦରେ ଶୁକ୍ରବାର ଅନୁଗୋଳ ବ୍ଲକ ସମ୍ମୁଖରେ ଭାଜପା ପକ୍ଷରୁ ଧାରଣା ଦିଆଯାଇଛି। ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପୂର୍ବତନ…
ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଜମନକିରା, ୨୭।୯(ଡି.ଏନ୍.ଏ.) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍ ଭୋଜପୁର ପଞ୍ଚାୟତ କୁଇଲାରିଯୋର ରାଜରାସ୍ତା ୨୦୦ କଡ଼ରୁ ଶନିବାର ଭୋର୍ ସମୟରେ ଜଣେ ଯୁବକଙ୍କ ମୃତଦେହକୁ କୁଚୁଣ୍ଡା ପୋଲିସ ଉଦ୍ଧାର କରିଛି। ସେ ହେଲେ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଝିଲ୍ଲି…
ବିଜେପୁରରେ ବିଜେଡିର ମହିଳା ସମାବେଶ : ଏଯାବତ୍ ଘୋଷଣା ହୋଇନାହିଁ ଦଳୀୟ ପ୍ରାର୍ଥୀଙ୍କ ନାମ
ବରଗଡ଼ ଅଫିସ,୨୭।୯: ବରଗଡ଼ ଜିଲା ବିଜେପୁରରେ ଶୁକ୍ରବାର ବିଜେଡିର ମହିଳା ସମାବେଶ ଅନୁଷ୍ଠିତ ହୋଇଛି। ନୂଆଖାଇ ଭେଟ୍ଘାଟ ଅବସରରେ ଏହି ସମାବେଶ ଆୟୋଜନ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ତେବେ ଆଗକୁ ବିଜେପୁର ଉପନିର୍ବାଚନ ଥିବାବେଳେ ବିଜେଡିର ଦଳୀୟ ପ୍ରାର୍ଥୀଙ୍କ ନାମ…
ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ
ପୁରୀ ଅଫିସ, ୨୭।୯: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠରେ ସର୍ଟଶର୍କିଟ ଯୋଗୁ ଏସିରୁ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ଏକ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ:ଭାଜପା ପକ୍ଷରୁ ବ୍ଲକ ସମ୍ମୁଖରେ ଧାରଣା
କଣ୍ଟାପଡା,୨୭।୯:(ଡି.ଏନ୍.ଏ.): କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ପ୍ରାଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଓ ବାଟମାରଣା ପ୍ରତିବାଦରେ କଣ୍ଟାପଡ଼ା ବ୍ଲକ ସମ୍ମୁଖରେ ଭାଜପା ପକ୍ଷରୁ ଶୁକ୍ରବାର ଧାରଣା ଦିଆଯାଇଛି। ସ୍ଥାନୀୟ ଭାଜପା ନେତା ଛବି ମଲିକଙ୍କ ନେତୃତ୍ୱରେ କଣ୍ଟାପଡା ବ୍ଲକର ଶତାଧିକ…
ଡ୍ରାଇଭର ଲଳିନ୍ଦ୍ରଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ, ନହେଲେ ଆତ୍ମହତ୍ୟା କରିବି: ଜୁନାଗଡ଼ ପୀଡ଼ିତା
ଜୁନାଗଡ଼,୨୭।୯(ଡି.ଏନ୍.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଞ୍ଚଳରେ ଘଟିଥିବା ଗଣବଳାତ୍କାର ଓ ଭିଡିଓ ଭାଇରାଲ ଘଟଣାରେ ପୀଡ଼ିତା ଗୁରୁବାର ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏକ ୱେବ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଏହି ଘଟଣାରେ ତାଙ୍କୁ ବାଇକ୍ରେ ଲିପ୍ଟ ଦେଇଥିବା ବସ୍…
ଡକାୟତି ଯୋଜନା ପଣ୍ଡ କଲା ବ୍ରଜରାଜନଗର ପୋଲିସ: ୩ ଅଭିଯୁକ୍ତ ଗିରଫ, ୪ ଫେରାର
ଝାରସୁଗୁଡା ଅଫିସ/ଲଖନପୁର, ୨୭।୯(ଡି.ଏନ.ଏ.)-ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଦିନକୁୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଅସାମାଜିକ ବ୍ୟକ୍ତିମାନେ ପୋଲିସକୁ ଚ୍ୟାଲେଞ୍ଜ କରି ଅଞ୍ଚଳରେ ନିଜର କାୟା ବିସ୍ତାର କରିଚାଲିଛନ୍ତି। ପୋଲିସ ମଧ୍ୟ ଏମାନଙ୍କ ଉପରେ କଡା ନଜର…
ରାଜସ୍ବ ଡାକବଙ୍ଗଳାରୁ ଶାଗୁଆନ ଗଛ ଚୋରି ଉଦ୍ୟମ: ଅଭିଯୁକ୍ତ ଫେରାର
ଗଣ୍ଡତୁରୁମ,୨୭।୯(ଡି.ଏନ୍.ଏ.): ବରଗଡ଼ ଜିଲା ଭେଡେନ ତହସିଲ ଅର୍ନ୍ତଗତ ଗଣ୍ଡତୁରୁମସ୍ଥିତ ରାଜସ୍ବ ଡାକବଙ୍ଗଳା ପରିସରରୁ ଗୁରୁବାର ବିଳମ୍ବିତ ରାତିରେ ଶାଗୁଆନ ଗଛ ଚୋରି ଉଦ୍ୟମ ବିଫଳ ହୋଇଛି। ଅଭିଯୁକ୍ତ ଭୟରେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସେ ହେଲେ ଗ୍ରାମର ପ୍ରଫୁଲ୍ଲ ରାଉତିଆ। ପ୍ରକାଶ…
ପରିବହନ କାର୍ଯ୍ୟାଳୟ, ଜିଲା ମୁଖ୍ୟ ଚିକିତ୍ସାଳୟରୁ ୭ ଦଲାଲ ଗିରଫ
ଅନୁଗୋଳ ଅଫିସ,୨୭।୯: ଅନୁଗୋଳ ଜିଲା ପରିବହନ କାର୍ଯ୍ୟାଳୟ ଓ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମୋଟ ୭ ଜଣ ଦଲାଲଙ୍କୁ ଅନୁଗୋଳ ପୋଲିସ ଶୁକ୍ରବାର ଗିରଫ କରିଛି। ମେଡିକାଲର ୪ ଦଲାଲ ଗରିବ ଲୋକଙ୍କୁ ଶୋଷଣ କରିବା ସହ ଡାକ୍ତରମାନଙ୍କୁ ବିଭିନ୍ନ ସମୟରେ…
ଡାକ୍ତରଙ୍କ ଅବହେଳାରୁ ସେବାଶ୍ରମ ଛାତ୍ରୀଙ୍କ ମୃତ୍ୟୁ : ଅଭିଯୋଗ ଆଣିଲେ ପରିବାର ଲୋକେ
କୋରାପୁଟ/ନାରାୟଣପାଟଣା,୨୭।୯(ସ୍ବ.ପ୍ର/ଡି.ଏନ୍.ଏ.): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ଓଡିଆପେଣ୍ଠ ସେବାଶ୍ରମର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଜ୍ୱରରେ ପୀଡିତ ହୋଇ ନାରାୟଣପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ତେବେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଅଲସି ମିନିଆକା(୮)। ଡାକ୍ତରଙ୍କ ଅବହେଳା…
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଦ୍ୱିତୀୟ ଦିନରେ ଜିଲା ଓକିଲ ସଂଘର ବନ୍ଦ ପାଳନ
ଦେବଗଡ଼ ୨୭।୯: ଦେବଗଡ଼ ଜିଲା ଓକିଲ ସଂଘ ପକ୍ଷରୁ ପଞ୍ଚିମ ଓଡ଼ିଶା ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଚାଲିଥିବା ବନ୍ଦ ପାଳନ ଶୁକ୍ରବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଏଥିରେ ସମସ୍ତ ସରକାରୀ ବେସରକାରୀ କୋର୍ଟ କଚେରୀ, ପୋଷ୍ଟ ଅଫିସ,…

