ଆମ ଜିଲା ଖବର

ଚାଷୀଙ୍କୁ ସ୍ବାବଲମ୍ବୀ କରୁଛି ‘ମୋ ମାଛ ପୋଖରୀ’

ବାସୁଦେବପୁର, ୨୩।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ। ମାଛ ଚାଷ ଓ ଉପତ୍ାଦନ କ୍ଷେତ୍ରରେ ଏହି ବ୍ଲକ ଅଞ୍ଚଳରେ ଆବଶ୍ୟକ ଭିତ୍ତିଭୂମି ରହିଛି। ମାଛ ଚାଷ କରି ଚାଷୀମାନେ ଆତ୍ମନିର୍ଭରଶୀଳ ହେବା ସହିତ ରୋଜଗାରକ୍ଷମ ହୋଇପାରିଛନ୍ତି।…

ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀ ଅସୁସ୍ଥ

ଠାକୁରମୁଣ୍ଡା,୨୩ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ଘୋଷଦା ଗ୍ରାମରେ ଥିବା ମା’ ଅମ୍ବିକା ଏଲ.ଏମ.ବାଳିକା ଉଚ୍ଚ ବିଦ୍ୟାଳୟରେ ରବିବାର ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି।…

ବିଦ୍ୟୁତ୍‌ ଆଘାତରେ ଯୁବକ ଗୁରୁତର : ଟ୍ରାନ୍ସଫର୍ମର ସ୍ଥାନାନ୍ତର ଦାବି

ଖଣ୍ଡପଡ଼ା,୨୩ା୯(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କିଆଝର ପଞ୍ଚାୟତ ଗିରିଡିପଲ୍ଲୀଠାରେ ରବିବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର ହୋଇଥିଲେ। ସେ ହେଲେ ସୁକାନ୍ତ ପ୍ରଧାନ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଲୋକେ ବିଦ୍ୟାଳୟ…

ସୂର୍ଯ୍ୟନାରାୟଣଙ୍କ ରଥଯାତ୍ରା ପାଇଁ ଦଶପଲ୍ଲାରୁ ଗଲା କାଠ

ନୟାଗଡ଼ ଅଫିସ,୨୩ା୯-କୋଣାର୍କ ସୂର୍ଯ୍ୟ ମନ୍ଦିରରେ ହେବାକୁ ଥିବା ସୂର୍ଯ୍ୟନାରାୟଣ ରଥଯାତ୍ରା ପାଇଁ ରବିବାର ଦଶପଲ୍ଲା ବନ ନିଗମରୁ କାଠ ପଠାଯାଇଛି। ସୌର ବାହ୍ମଣ ପରିଷଦ ଓଡ଼ିଶା ସଭାପତି ପଣ୍ଡିତ ରଘୁନାଥ ଦାଶ ଏବଂ ପଣ୍ଡିତ ମଣ୍ଡଳୀ ଦ୍ୱାରା ଗତ ଅଗଷ୍ଟ ୧୧…

ଆଗ ଭଳି ମିଳୁନି ଇଲିଶି

ରୂପ୍‌ସା, ୨୩।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀ ମୁହାଣରୁ ଧରାଯାଉଥିବା ଇଲିଶି ମାଛର ସ୍ବତନ୍ତ୍ର ଚାହିଦା ରହିଛି। ମତ୍ସ୍ୟଜୀବୀମାନେ ବହୁ ସଂଖ୍ୟାରେ ଇଲିଶି ଧରି ବିକ୍ରି କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଜୁନ୍‌, ଜୁଲାଇ ମାସରୁ ଡିସେମ୍ବର ପର୍ଯ୍ୟନ୍ତ…

ଗ୍ରାମବାସୀଙ୍କ ଦ୍ୱାରା ହରିଣ ଛୁଆ ଉଦ୍ଧାର

ଓଡ଼ଗାଁ, ୨୩।୯(ସ୍ବ.ପ୍ର.)-ଜଙ୍ଗଲ କ୍ଷୟ କାରଣରୁ ବନ୍ୟପ୍ରାଣୀ ଜନବସତି ମୁହାଁ ହେଉଛନ୍ତି। ସେମାନଙ୍କୁ କେତେକ ଖଳପ୍ରକୃତିର ଲୋକ ଶିକାର କରୁଥିବା ବହୁ ନଜିର ରହିଛି ା ଏପରିସ୍ଥଳେ ନୟାଗଡ ଜିଲା ଓଡ଼ଗାଁ ନିକଟସ୍ଥ ବଧୂଲୀପୁର ଗ୍ରାମବାସୀ ରବିବାର ଅପରାହ୍ନରେ ଜଙ୍ଗଲ ନିକଟରୁ ଏକ…

କ୍ରିଟିକାଲ ଏରିଆ’ ଘୋଷିତ ହେବାକୁ ଯାଉଛି ପାରାଦୀପ: ବନ୍ଦ ହେବ ନୂତନ ଶିଳ୍ପାୟନ ବାଟ

ପାରାଦୀପ,୨୩ା୯(ସ୍ବ.ପ୍ର.): ବେଳ ଥାଉ ଥାଉ କେହି ଦୃଷ୍ଟି ଦେଲେନି। ଏବେ ନେଡିଗୁଡ କହୁଣୀକୁ ବହିଗଲାଣି। ବନ୍ଦର ଭିତ୍ତିକ ଶିଳ୍ପ ନଗରୀ ପାରାଦୀପରେ ସୃଷ୍ଟି ହୋଇଛି ଏଭଳି ଅବସ୍ଥା। ଗତ ୨୦ବର୍ଷ ମଧ୍ୟରେ କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ଏବଂ ଜଙ୍ଗଲ କ୍ଷୟ ପ୍ରତି ପ୍ରଦୂଷଣ…

ବ୍ରାଉନ୍‌ସୁଗାର ମାଫିଆ ରାଜାଙ୍କ ଘର ଉପରେ ଚଢ଼ାଉ: ଦୁଇଟି ଦାମୀ ଗାଡ଼ି, ୬୦ ହଜାର ଟଙ୍କା ଜବତ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୩।୯-ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜାଙ୍କୁ ଏସ୍‌ଟିଏଫ୍‌ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ବହୁ ତଥ୍ୟ ଏସ୍‌ଟିଏଫ ହାତରେ ଲାଗିଛି। ତାଙ୍କ ତଥ୍ୟକୁ ଆଧାର କରି ଶନିବାର ଏସ୍‌ଟିଏଫ୍‌ ସହଦେବଖୁଣ୍ଟା ମଡେଲ ଥାନା ବିଚାରଗଞ୍ଜ ଫାଣ୍ଡିର…

ନିର୍ମାଣାଧୀନ କୋଠାରୁ ମିଳିଲା ଝୁଲନ୍ତା ମୃତଦେହ

ଭଦ୍ରକ ଅଫିସ, ୨୨।୯- ଭଦ୍ରକ ଜିଲା ବନ୍ତ ଛକ ନିକଟ ଏକ ନିର୍ମାଣାଧୀନ କୋଠାର ୩ ମହଲାରୁ ରବିବାର ଅପରାହ୍ନରେ ଜଣେ ଅଚିହ୍ନା ଯୁବକଙ୍କ ଝୁଲନ୍ତା ଗଳିତ ମୃତଦେହ ଟାଉନ ଥାନା ପୋଲିସ ଉଦ୍ଧାର କରିଛି। ମୃତଦେହର ପାରିପାର୍ଶ୍ୱିକ ଅବସ୍ଥା ଦେଖି…

ସମବାୟ ସଭାପତିଙ୍କ ହତ୍ୟାକାରୀକୁ ଗିରଫ ଦାବି

ଅମରପାଲି, ୨୨।୯ (ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ସେବା ସମବାୟ ସଭାପତି ପ୍ରଦୀପ ବିଶ୍ୱାଳଙ୍କ ହତ୍ୟା ଘଟଣାକୁ ଚାରିଦିନ ବିତିଲାଣି। ହେଲେ ହତ୍ୟାକାରୀଙ୍କୁ ଗିରଫ କରି ପାରିନି ପୋଲିସ। ମାମଲା ରୁଜୁ କରି ପୋଲିସ ଚୁପ୍‌ ହୋଇ ବସିଛି। ତଦନ୍ତ…

ଠାକୁରଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର:ଡାକ୍ତର ନିଯୁକ୍ତି ନ ହେଲେ ଆନ୍ଦୋଳନ ଚେତାବନୀ

ବଇଣ୍ଡା,୨୨।୯(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଡାକ୍ତର ପଦବୀ ଖାଲି ପଡ଼ିଛି। ଫଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ପୁରଣ କରାଯାଉ ନ ଥିବା ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ…

୨ ନାବାଳିକାଙ୍କୁ ଅପହରଣ ଘଟଣା:୫ କୋର୍ଟଚାଲାଣ

ବଇଣ୍ଡା,୨୨।୯(ଡି.ଏନ.ଏ.)-ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅଞ୍ଚଳର ୧୭ ବର୍ଷିୟା ୨ ଜଣ ନାବାଳିକାଙ୍କୁ ଅପହରଣ କରି ନେଇଥିବା ଅଭିଯୋଗରେ ପୋଲିସ ରବିବାର ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଳାପାଟନାଳୀ ଗ୍ରାମର ସିପୁନ ରାଜହଂସ, ମିଟୁ ସାହୁ, ବିକାଶ ବାରିକ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?