ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଗୋପାଳପୁର,୨୪ା୧୦-ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଗୋଳନ୍ଥରା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଯୁବକ ଚକୋଲେଟ ଦେବା ବାହାନାରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ଡାକି ନେଇ ବଳାତ୍କାର କରିଛନ୍ତି। ବୁଧବାର ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଦେବାନନ୍ଦ ଦାସ। ଅପରାହ୍ନରେ ବ୍ରହ୍ମପୁର ବଡ଼ ମେଡିକାଲରେ ପୀଡ଼ିତା ଛାତ୍ରୀ ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ଗୁରୁବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଛାତ୍ରୀଙ୍କ ବୟାନ ରେକର୍ଡ କରାଯିବ। ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଛାତ୍ରୀଙ୍କ ବାପା ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରୁଛନ୍ତି। ମା’ ମଧ୍ୟ ଗାଁରେ କାମ କରିବାକୁ ଯାଇଥିଲେ। ଗତ ୧୮ ତାରିଖ ସନ୍ଧ୍ୟାରେ ଛାତ୍ରୀ ଜଣକ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ଦେବାନନ୍ଦ ତାଙ୍କୁ ଏକୁଟିଆ ଦେଖି ଚକୋଲେଟ ଦେବା ବାହାନାରେ ନିଜ ଘରକୁ ଡାକି ନେଇ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ କାହାରିକୁ ନ କହିବା ପାଇଁ ତାଙ୍କୁ ଧମକ ଦେଇଥିଲେ। ଛାତ୍ରୀ ଜଣକ କାନ୍ଦି କାନ୍ଦି ଘରକୁ ଯାଇ ଏ ସମ୍ପର୍କରେ ମା’ ଓ ଜେଜେ ମା’ଙ୍କୁ କହିଥିଲେ। ଛାତ୍ରୀଙ୍କ ପରିବାର ଦଳିତ ଶ୍ରେଣୀର ହୋଇଥିବାରୁ ଦେବାନନ୍ଦଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ସାହସ ଜୁଟାଇ ପାରି ନ ଥିଲେ। ପୂର୍ବରୁ ବିଭିନ୍ନ ସମୟରେ ଦେବାନନ୍ଦ କୌଣସି ନା କୌଣସି କାରଣକୁ ନେଇ ଗ୍ରାମବାସୀଙ୍କୁ ଗାଳିଗୁଲଜ କରିବା ସହ ଟେକାପଥର ମାଡ଼ କରୁଥିଲେ। ମଙ୍ଗଳବାର ସକାଳେ ସେ ଏପରି ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଇତିମଧ୍ୟରେ ଛାତ୍ରୀଙ୍କୁ ବଳାତ୍କାର ଘଟଣା ଗ୍ରାମରେ ପ୍ରଚାରିତ ହୋଇଯାଇଥିଲା। ଗ୍ରାମବାସୀ ଏ ନେଇ ଗୋଳନ୍ଥରା ଥାନାରେ ଜଣାଇଥିଲେ। ପୋଲିସ ବୁଧବାର ଅଭିଯୁକ୍ତ ଦେବାନନ୍ଦଙ୍କୁ କାବୁ କରି ପଚରାଉଚୁରା ଜାରି ରଖିଛି । ପୀଡ଼ିତା ଛାତ୍ରୀଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପ୍ରକାରେ ପୋଲିସ ନଂ. ୨୬୫/୧୯ରେ ଏକ ପୋକ୍‌ସୋ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪...

ବ୍ଲକ ଅଧ୍ୟକ୍ଷ ପଦବୀରୁ ଦୈତାରୀ ବେହେରାଙ୍କ ଇସ୍ତଫା

ଖଲ୍ଲିକୋଟ,୨୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ବିଧାୟିକାଙ୍କ ସ୍ବାମୀ ଦୈତାରୀ ବେହେରା। ବ୍ୟକ୍ତିଗତ କାରଣରୁ ସେ ଅଧ୍ୟକ୍ଷ...

ବିଦ୍ୟୁତ୍‌ ଆଘାତରେ ବାପାଙ୍କ ଜୀବନ ଗଲା, ପୁଅ ଗୁରୁତର

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମରେ ସୋମବାର ସକାଳେ ପରିବା ବାଡ଼ିରେ ଛିଡ଼ି ପଡ଼ିଥିବା ଏକ ଉଚ୍ଚ...

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ ବିଜୟ ପାଇଁ ପୂଜାର୍ଚ୍ଚନା

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ରେକର୍ଡ ସଂଖ୍ୟକ ବ୍ୟବଧାନରେ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ପାଇଁ...

ଏପ୍ରିଲ ୩୦ରେ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରିବେ ମାରାଥନ ରାଲି

ଭୁବନେଶ୍ୱର, ୨୨।୪: ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ହିଞ୍ଜିଳି ବିଧାନସଭା...

ବନ୍ଦ ଘରୁ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ, ୨୧।୪(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟର ଏସଏସଟି ଶିକ୍ଷକଙ୍କ ଗଳିତ ମୃତଦେହ ରବିବାର ରେଗିଡି ସାହିର ଏକ ଭଡ଼ା ଘରୁ ଉଦ୍ଧାର...

ରାଜନୀତିର ହଟ୍‌ସ୍ପଟ୍‌ ଗୋପାଳପୁର: ପ୍ରଚାର ମଇଦାନକୁ ଓହ୍ଲାଇଲା ଭାଜପା

ଗୋପାଳପୁର,୨୧ା୪(ନବୀନ ରାଜ ଆଚାରୀ): ରାଜ୍ୟ ରାଜନୀତିରେ ହଟସ୍ପଟ୍‌ ରୂପେ ପରିଚିତ ଗୋପାଳପୁର ନିର୍ବାଚନ ମଣ୍ଡଳୀ। ଏଠାରେ କେଉଁ ଦଳର ପ୍ରାର୍ଥୀ ବାଜି ମାରିବେ ସେ ନେଇ...

ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବ୍ରହ୍ମପୁର,୨୧ା୪(ନରସିଂହ ସାହୁ): ଗୋପାଳପୁର ବିଧାନସଭା କ୍ଷେତ୍ର ପାଇଁ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ହୋଇଛନ୍ତି ଉମା ଚରଣ ନାୟକ। ସେ ଶନିବାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କଳିଙ୍ଗ ବିଜୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri