ଓଡଗାଁ ଏନ୍‌ଏସି: ଜବରଦଖଲରେ ସରକାରୀ ଜମି, ରାସ୍ତା

ଓଡ଼ଗାଁ,୨୪ା୧୦(ସ୍ବ.ପ୍ର.): ଓଡ଼ଗାଁ ଏନ୍‌ଏସି ଅଞ୍ଚଳରେ ଦିନକୁ ଦିନ ଘରୋଇ ଜାଗାବାଡି କିଣାବିକାରେ ଅହେତୁକ ଦଲାଲି ବୃଦ୍ଧି ପାଇଛି। ଏଥିଯୋଗୁ ସରକାରୀ ଜାଗାବାଡି, ରାସ୍ତା ପାର୍ଶ୍ୱ, ସରକାରୀ ଅଫିସ ଓ କଲେଜ ସଂଲଗ୍ନ ବହୁ ମୂଲ୍ୟବାନ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଉଛି। ଏପରି କି ସରକାରୀ ବାବୁଙ୍କ ଅଣଦେଖାରୁ ସେମାନେ ରାତାରାତି ପକ୍କା ଦୋକାନ ଘର ତୋଳିବାରେ ସମର୍ଥ ହେଉଛନ୍ତି। ଅନ୍ୟପକ୍ଷେ ପରିବା ବଜାରରେ ଏନ୍‌ଏସି ତରଫରୁ ଆବଣ୍ଟନ ହୋଇଥିବା ବହୁ ଦୋକାନ ଘର ଅବ୍ୟବହୃତ ହୋଇପଡିରହୁଛି। ଫଳରେ ପାର୍କିଂ ପାଇଁ ଉଦ୍ଦିଷ୍ଟ ଖାଲି ସ୍ଥାନରେ ଲୋକେ ବାଇକ୍‌ କିମ୍ବା ସାଇକେଲଟିଏ ରଖିବାକୁ ସ୍ଥାନାଭାବ ଦେଖାଦେଇଛି। ଏହା ସହିତ ବସ୍‌ଷ୍ଟାଣ୍ଡ ନିମନ୍ତେ ଉଦ୍ଦିଷ୍ଟ ସ୍ଥାନକୁ ଜବରଦଖଲ କରାଯାଇ ବହୁ ଦୋକାନ ଘର କରାଯାଇଥିବାରୁ ଯାନବାହନ ପ୍ରବେଶ କରିବାରେ ଘୋର ଅସୁବିଧା ସୃଷ୍ଟି ହେଉଛି। କଲେଜ ସାମ୍‌ନାରେ ବହୁ ଜଙ୍ଗଲ କିସମ ଜମି ତଥା ପ୍ରାକୃତିକ ନାଳକୁ କେତେକ ଜବରଦଖଲକାରୀ ପୋତି ପକ୍କା ଘର ନିର୍ମାଣ କରିଛନ୍ତି। ଅନୁରୂପ ଭାବେ କ୍ଷୁଦ୍ର ଜଳ ସେଚନ ଅନୁବିଭାଗ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଚେରି ତଥା ୨୧ ନମ୍ବର ରାଜ୍ୟ ରାଜପଥକୁ ଲାଗି ରହିଥିବା ଖାଲି ସ୍ଥାନରେ କେତେକ ଜବରଦଖଲକାରୀ ଦୋକାନ ଘର ନିର୍ମାଣ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ଏ ନେଇ ଏନ୍‌ଏସି ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଅପେକ୍ଷା କରନ୍ତୁ ସବୁ ସଫା ହୋଇଯିବେ ବୋଲି ମତ ରଖିଥିଲେ। ବିଭାଗୀୟ ସହକାରୀ ଯନ୍ତ୍ରୀ କମ୍ପାନୀ ବେହେରାଙ୍କୁ ପଚାରିବାରୁ ସେ ସମ୍ପୃକ୍ତ ଜବରଦଖଲକାରୀଙ୍କୁ ଘର ନ କରିବା ନିମନ୍ତେ ତାଗିଦ୍‌ କରିଥିବା କହିଛନ୍ତି। ଅନ୍ୟପକ୍ଷେ ବିଗତ ଦିନରେ ନୟାଗଡ଼ ଉପଜିଲାପାଳ, ତହସିଲଦାର ଓ ନିର୍ବାହୀ ଅଧିକାରୀ ସ୍ଥାନୀୟ ପୋଲିସ ସହାୟତାରେ ସରକାରୀ ପଲିଟେକ୍‌ନିକ ଓ ବ୍ଲକ ଛକରେ ଥିବା ତିନୋଟି ଦୋକାନ ଘରକୁ ଜେସିବି ସାହାଯ୍ୟରେ ଭାଙ୍ଗି ଦେଇଥିଲେ। ଏପରି କି ଏକ ସରକାରୀ ଜାଗାରେ ସ୍ଥାନୀୟ ହସ କ୍ଲବ ଦ୍ୱାରା ନିର୍ମାଣ କରାଯାଇଥିବା ପତାକା ପୋଷ୍ଟକୁ ମଧ୍ୟ ଭାଙ୍ଗିଦିଆଯାଇଥିଲା। ବର୍ତ୍ତମାନ ପତାକା ପୋଷ୍ଟ ବ୍ୟତୀୟ ଅନ୍ୟ ସବୁ ଦୋକାନ ଜବରଦଖଲକାରୀଙ୍କ ଦ୍ୱାରା ପୂର୍ବବତ୍‌ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି। ଏ ଦିଗରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?