ଆମ ଜିଲା ଖବର

ଚତୁର୍ଥ ରାଜ୍ୟସ୍ତରୀୟ ଟେନିସ୍‌ ଭଲିବଲ ଚାମ୍ପିୟନଶିପ୍‌: ଭାଗ ନେଲେ ୧୦ ଜିଲାରୁ ୪୦ ଟିମ୍‌

ସିମୁଳିଆ, ୨୦ା୧୦(ଡି.ଏନ୍‌.ଏ.)-ଚତୁର୍ଥ ରାଜ୍ୟସ୍ତରୀୟ ସବ୍‌ଜୁନିୟର ଓ ଜୁନିୟର ଟେନିସ୍‌ ଭଲିବଲ ଚମ୍ପିୟନଶିପ୍‌-୨୦୧୯ ଶନିବାର ସିମୁଳିଆର ରଘୁନାରାୟଣ ହାଇସ୍କୁଲ ପରିସର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି ା ଦୁଇଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ,…

ବେଆଇନ ବାଣ କାରଖାନାରେ ଚଢ଼ାଉ : ୧୨ ଗିରଫ

କଟକ ଅଫିସ, ୧୯ା୧୦: ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର, ହାତୀଖାନା ଓ ତ୍ରିଲୋଚନପୁର ଗଁାରେ ଥିବା ୮ଟି ବେଆଇନ ବାଣ କାରଖାନା ଉପରେ ଶନିବାର ଭୋରରେ କମିଶନରେଟ୍‌ ପୋଲିସ ଚଢାଉ କରିଥିଲା। ସେଠାରୁ ବାଣ ତିଆରିରେ ବ୍ୟବହୃତ ବିସ୍ଫୋରକ ରାସାୟନିକ ଦ୍ରବ୍ୟ…

ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ: ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଶୋଭାଯାତ୍ରା

ବାଲିଆପାଳ,୧୯।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଚୌମୁଖଠାରେ ନିର୍ମାଣ ହେବାକୁ ଯାଉଥିବା ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ କରି ଶନିବାର ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ଏହାପରେ ତହସିଲ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଥିଲା। ବନ୍ଦର ଦ୍ୱାରା କ୍ଷତିଗ୍ରସ୍ତ…

ପଶ୍ଚିମବଙ୍ଗରେ ହିନ୍ଦୁ ପରିବାରକୁ ହତ୍ୟା ଘଟଣା : ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବଜରଙ୍ଗ ଦଳର ଦାବିପତ୍ର

ଫୁଲବାଣୀ ଅଫିସ, ୧୯ା୧୦: ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ପ୍ରକାଶ ପାଲ ଏବଂ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କ ସହ ୮ ବର୍ଷର ନିଷ୍ପାପ ପୁଅକୁ ଅତି ଜଘନ୍ୟ ଭାବେ ଗତ ୧୦ ତାରିଖରେ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ରାଷ୍ଟ୍ରର ହିନ୍ଦୁ…

ବାଟାଗୁଡାକୁ ନିଶାମୁକ୍ତ ପାଇଁ ଏକାଠି ହେଲେ ମହିଳା

ଫୁଲବାଣୀ ଅଫିସ,୧୯ା୧୦: କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ବାଟାଗୁଡା ପଞ୍ଚାୟତର ମହିଳାମାନେ ଏକତ୍ରିତ ହୋଇଛନ୍ତି। ପଞ୍ଚାାୟତରେ ଆଉ ମଦ ପୁରାଇ ଦେବେ ନାହିଁ। କେହି ଚୋରାରେ ବିକିଲେ ତାଙ୍କୁ ଗ୍ରାମରେ କୌଣସି ପ୍ରକାର ସହଯୋଗ କରାଯିବ ନାହିଁ। ପଞ୍ଚାୟତ ବୈଠକ ନିଷ୍ପତି…

ଜମୁଛି ଲକ୍ଷ୍ମୀପୂଜା, କମ୍ପୁଛି ମଣ୍ଡପ

ହିନ୍ଦୋଳ,୧୯ା୧୦(ଡି.ଏନ.ଏ): ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଉତ୍ସବ ମୁଖର ହୋଇଉଠିଛି ସାରା ଢେଙ୍କାନାଳ ଜିଲା। ପୂରପଲ୍ଲୀଠାରୁ ଆରମ୍ଭ କରି ସାରା ସହରରେ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହେଉଛି ମା’ଙ୍କ ମଣ୍ଡପ। ଅନୁକୂଳ ପାଗ ସାଙ୍ଗକୁ ସାରେ ଦର୍ଶକଙ୍କ ଭିଡ଼କୁ ନେଇ ସବୁଠି ସୃଷ୍ଟି ହୋଇଛି…

ଧୂଳିଧୂଆଁରେ ଅଞ୍ଚଳବାସୀ ଅତିଷ୍ଠ : ୧ ହଜାର ପୋଷ୍ଟକାର୍ଡ ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କୁ ପଠାଯିବ ଅଭିଯୋଗ

ବଡ଼ବିଲ,୧୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳବାସୀ ବିପର୍ଯ୍ୟସ୍ତ ରାସ୍ତାଘାଟ, ଟ୍ରାଫିକ ସମସ୍ୟା, ପ୍ରଦୂଷଣରେ ଅତିଷ୍ଠ ହୋଇପଡ଼ିଛନ୍ତି। ଧୂଳିଧୂଆଁ ଜନିତ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧିପାଉଛି। ତେବେ ଏ ନେଇ…

ବେଆଇନ କରତକଳରେ ଚଢ଼ାଉ : କାଠ, ଯନ୍ତ୍ରାଂଶ ଜବତ

ଚାନ୍ଦବାଲି, ୧୯।୧୦ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଏକ ବେଆଇନ କରତକଳରେ ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଶନିବାର ଚଢାଉ କରାଯାଇଛି। ଚାନ୍ଦବାଲି କଲେଜ ନିକଟରେ ଥିବା କରତକଳରେ ଚଢ଼ାଉ କରାଯାଇ ବିଭିନ୍ନ ଯନ୍ତ୍ରାଂଶ ସହିତ କେତେକ କାଠଗଡ଼,…

ଏଟିଏମ୍‌ କାର୍ଡ ଚୋରି କରି ୪.୧୫ ଲକ୍ଷ ଉଠାଣ: ବ୍ୟାଙ୍କ କର୍ମଚାରୀ ଗିରଫ

ବନ୍ତ,୧୯।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ଜଣେ ଗ୍ରାହକଙ୍କ ଜମାଖାତାରୁ ୬୬ ହଜାର ୮୧୩ ଟଙ୍କା ଗାଏବ ନେଇ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଖବର ଗତ ୫ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଫଳରେ…

ଖମନଖୋଲରେ ମାଓବାଦୀ ପୋଷ୍ଟର

ବାଲିଗୁଡ଼ା,୧୯।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମନଖୋଲ ଛକରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। ଏଥିରେ ଉଲ୍ଲେଖ ଅଛି, ଗ୍ରାମବାସୀ ଭାଇମାନେ ଜାଣନ୍ତୁ, ପୋଲିସମାନେ କହୁଛନ୍ତି, ସେମାନେ ଲୋକଙ୍କ ପାଇଁ କାମ କରୁଛନ୍ତି; ଯେଉଁଠି ପାଇବେ ସେଇଠେ ପଶି ଖାଇବେ।…

ସୁନାମାଳି ଗୁନ୍ଥିବା ଆଳରେ ଠକେଇ : ୪ ମହିଳା ଗିରଫ

ହିଞ୍ଜିଳିକାଟୁ,୧୯।୧୦(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ମାଳି ଗୁନ୍ଥିବା ଆଳରେ ଠକେଇ ହୋଇଛି। ସୁନାମାଳି ବଦଳରେ ନକଲି ମାଳି ଦେଇଥିବା ଅଭିଯୋଗରେ ଶୁକ୍ରବାର ସ୍ଥାନୀୟ ପୋଲିସ ୪ ଜଣ ଅଣଓଡ଼ିଆ ମହିଳାଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ଶିବ…

ଡାକ୍ତର ନାହାନ୍ତି: ଖରାସାହାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ବାହାନଗା, ୧୯।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ଖରାସାହାପୁରଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ଶନିବାର ଗ୍ରାମବାସୀ ତାଲାପକାଇ ଧାରଣାରେ ବସିଛନ୍ତି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭୟ ପଣ୍ଡା ଡେପୁଟେସନରେ ନିଯୁକ୍ତି ପାଇବାରୁ ସେଠାରେ ଫାର୍ମାସିିଷ୍ଟ ଡାକ୍ତରଙ୍କ ବଦଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?