କ୍ଷତିପୂରଣ ଦାବିରେ ଚାଷୀଙ୍କ ବିକ୍ଷୋଭ

ଖଇରା, ୧୬।୧୧(ଡି.ଏନ.ଏ.)-ବୁଲବୁଲ ବାତ୍ୟାରେ ନଷ୍ଟ ହୋଇଥିବା ଚାଷ ପାଇଁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଖଇରା ବ୍ଲକ ଅଧୀନ ମହତୀପୁର ପଞ୍ଚାୟତର ଶତାଧିକ ଚାଷୀ ବୁଧବାର ଖଇରା ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଥମେ ଚାଷୀ ପ୍ରଫୁଲ୍ଲ କୁମାର ସାହୁ, ଉମାକାନ୍ତ ଗିରି, ପୂର୍ବତନ ସରପଞ୍ଚ ବସନ୍ତ କୁମାର ପାତ୍ର, ଅଭିମନ୍ୟୁ ପରମାଣିକ, ରମାକାନ୍ତ ଗିରି, ମନୋଜ କୁମାର ପାତ୍ର, ମହେନ୍ଦ୍ର ପ୍ରସାଦ ମହଲା, କ୍ଷୀରୋଦ କୁମାର ପାତ୍ର, ପୂର୍ଣ୍ଣଚନ୍ଦ୍ର ଗିରି, ସରପଞ୍ଚ ସଞ୍ଜୟ ସେଠୀଙ୍କ ନେତୃତ୍ୱରେ ଶୋଭାଯାତ୍ରା ପୋଷ୍ଟ ଅଫିସ ଛକରୁ ବାହାରି ତହସିଲରେ ପହଞ୍ଚିଥିଲା। ପରେ ତହସିଲଦାର ପ୍ରଦୀପ ସାହୁଙ୍କ ଅନୁପସ୍ଥିତିରେ ଚାଷୀମାନେ ଅତିରିକ୍ତ ତହସିଲଦାର ଭାନୁମତି ମାଝିଙ୍କ ଜରିଆରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିସହ ସମସ୍ତ ଋଣ ଛାଡ, ଫସଲବୀମା ଅର୍ଥ ପ୍ରଦାନ କରିବାକୁ ମଧ୍ୟ ଅନୁରୋଧ କରାଯାଇଥିଲା। ମହିଳା ଚାଷୀ କଳ୍ପନା ଜେନା ନଷ୍ଟ ହୋଇଥିବା ଛତୁ ଫାର୍ମ ବାବଦରେ କ୍ଷତିପୂରଣ ପାଇଁ ସ୍ବତନ୍ତ୍ର ଭାବେ ଦାବିପତ୍ର ଦେଇଥିଲେ। ଅତିରିକ୍ତ ତହସିଲଦାର ଯଥାସମ୍ଭବ ସରକାରଙ୍କ ନିୟମକୁ ଭିତ୍ତି କରି କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?