ସୌର ବାଡ଼ ଓ ଟ୍ରେଞ୍ଚ ବିପର୍ଯ୍ୟସ୍ତ ସ୍ଥିିତିରେ

ଚମ୍ପୁଆ, ୧୬ା୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ବର୍ଷର ଅଧାରୁ ଅଧିକ ସମୟ ହାତୀ ଉପଦ୍ରବ ଲାଗି ରହୁଛି ା କେତେବେଳେ ଶିମିଳିପାଳ ଅଞ୍ଚଳରୁ ହାତୀପଲ ଚମ୍ପୁଆ ରେଞ୍ଜକୁ ପଶୁଥିବା ବେଳେ ଆଉ କେତେବେଳେ ଝାଡଖଣ୍ଡ ହାତୀପଲ ପଶି ଜଙ୍ଗଲ ଆଖପାଖ ଅଞ୍ଚଳରେ ପ୍ରଭୂତ ଫସଲ ନଷ୍ଟ କରୁଛନ୍ତି। ହାତୀପଲ ଦିନବେଳା ଜଙ୍ଗଲ ମଧ୍ୟରେ ରହି ସଞ୍ଜ ନଇଁଲେ ଗାଁ ମୁହାଁ ହେଉଛନ୍ତି। ସେମାନେ ବିଲବାଡ଼ିରେ ପଶି ଚାଷଜମିକୁ ଦଳଚକଟିି ନଷ୍ଟ କରି ଦେଉଛନ୍ତି। ହାତୀଉପଦ୍ରବ ଯୋଗୁ ଜଙ୍ଗଲତଳି ଅଞ୍ଚଳ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରାତି ଉଜାଗର ରହୁଥିବା ଏବଂ ଅନେକେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ କରୁଛନ୍ତି। ବନ ବିଭାଗ ହାତୀପଲକୁ ଘଉଡାଇବା ବା ନିୟନ୍ତ୍ରଣ କରିବାରେ ଫେଲ୍‌ ମାରୁଥିବା ବେଳେ ପୂର୍ବରୁ ଜନବସତିମୁହାଁ ହାତୀଙ୍କୁ ରୋକିବା ଲାଗି ଖୋଳାଯାଇଥିବା ସୌରବାଡ ଓ ଟ୍ରେଞ୍ଚ ଏବେ ଭାଙ୍ଗିରୁଜି ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି। ହାତୀପଲ ଅବାଧରେ ଜନବସତିକୁ ପ୍ରବେଶ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଉଲ୍ଲେଖନୀୟ ଯେ, ଚମ୍ପୁଆ ସେକ୍ସନର ରଜିଆ, ପତଳା, କଇଁତା, ସାତହଳିଆ, ମିରିଗିସିଙ୍ଗା, ଅଡଙ୍ଗାପାଳ, ଗୋଧୂଳି, ଟୁଣୁଟୁଣା ଓ କାଟୁଳିକନା ଅଞ୍ଚଳରେ ପ୍ରତି ବର୍ଷ ହାତୀପଲ ପଶି ଉପଦ୍ରବ କରିବା ସହ ଧନଜୀବନ ହାନି ଘଟାଇବା ଦେଖିବାକୁ ମିଳୁଛି। ଏଥିଲାଗି ଏହି ଅଞ୍ଚଳରେ ହାତୀ-ମଣିଷର ଲଢେଇ ପ୍ରାୟତଃ ଲଗି ରହୁଛି। ପତଳା ଓ ରଜିଆ ଅଞ୍ଚଳରେ ହାତୀପଲ ଦୀର୍ଘ ଦିନ ଧରି ରହୁଥିବାରୁ ଉକ୍ତ ଅଞ୍ଚଳବାସୀ ବାରମ୍ବାର ସୁରକ୍ଷା ଦାବି କରି ଆସୁଥିଲେ। ସେମାନଙ୍କ ଦାବିକୁ ଦୃଷ୍ଟିରେ ରଖି ୨୦୧୨-୧୩ ଓ ୨୦୧୩-୧୪ ଆର୍ଥିକ ବର୍ଷରେ ଲକ୍ଷାଧିକ ଟଙ୍କା ବ୍ୟୟରେ ପତଳା ନର୍ସରୀଠାରୁ ପତଳା ଗାଁ ମୁଣ୍ଡ ପର୍ଯ୍ୟନ୍ତ ୨ କି.ମି. ରୁ ଊର୍ଦ୍ଧ୍ୱ ତାରବାଡ ଓ ରଜିଆ ହାଟଠାରୁ କଇଁତା ହାଇସ୍କୁଲ ପର୍ଯ୍ୟନ୍ତ ୭ କି.ମି. ଦୂର ୧୦ ଫୁଟ ଅନ୍ତରରେ ସିମେଣ୍ଟ ଖୁଣ୍ଟ ପୋତାଯାଇ ତାରବାଡ ଘେରା ଯାଇଥିଲା ା କରେଣ୍ଟ ଭୟରେ ହାତୀପଲ ଜଙ୍ଗଲ ମଧ୍ୟରେ ରହି ଆସୁଥିଲେ ା ସମୟ କ୍ରମେ ଏହି ତାରବାଡ ସମ୍ପୂର୍ଣ୍ଣ ନଷ୍ଟ ହେବାରୁ ଉକ୍ତ ସ୍ଥାନରେ ଟ୍ରେଞ୍ଚ ଖୋଳା ଯାଇଥିଲା। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରା ନ ଯିବାରୁ ତାହା କ୍ରମେ ପୋତି ହୋଇ ପଡିଲାଣି। ଏଥିପ୍ରତି ବିଭାଗ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ସ୍ଥିତି ଅଧିକ ଜଟିଳ ରୂପ ନେବ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ଏ ସମ୍ପର୍କରେ ବନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ହାତୀଙ୍କ ଗତିବିଧି ଉପରେ ନିୟମିତ ନଜର ରଖାଯାଇ ହାତୀପଲ ଯେପରି ଗାଁ ମଧ୍ୟକୁ ପ୍ରବେଶ କରି ନ ପାରିବେ ସେଥିସକାଶେ ସ୍ଥାନୀୟ ଯୁବକଙ୍କୁ ନେଇ ହାତୀ ସ୍କ୍ବାଡ ବା ପାରା ଷ୍ଟାଫ୍‌ ଗଠନ କରାଯାଇଛିଏବଂ ହାତୀ ଉପଦ୍ରବ ଜନିତ କ୍ଷୟକ୍ଷତି ଲାଗି ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ସହାୟତା ପ୍ରଦାନ କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ବସଷ୍ଟାଣ୍ଡରେ ଚାଲିଥିଲା ଅବୈଧ ମଦ ବେପାର, ଖବରପାଇ ଅଚାନକ ଚଢାଉ କଲା ପୋଲିସ, ତା’ପରେ…

ହାଟଡିହୀ/ଆନନ୍ଦପୁର,୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଆନନ୍ଦପୁର ବସଷ୍ଟାଣ୍ଡରେ ଅବୈଧ ଭାବେ ମଦ ବେପାର କରୁଥିବା ଜଣେ ଦୋକାନୀକୁ ପୋଲିସ ଗିରଫ କରିଛି…

ପ୍ରହରୀ ଦେଖି ଫେରୁଥିବା ବେଳେ ଭାଲୁ ହାବୁଡରେ ପଡ଼ିଗଲେ ୨ ସାଙ୍ଗ, ତାପରେ ଯାହା ଘଟିଲା…

ପାଟଣା,୧।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡବିଟ ବଡ ନୂଆଗାଁ ହୁଡ଼ି ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି । ସୋମବାର ସକାଳୁ ଭାଲୁ ଆକ୍ରମଣରେ…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ

କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…

ସଘନ ସଂଶୋଧନ (SIR)-୨୦୨୬ : ଘରେ ଘରେ ପହଞ୍ଚୁଛନ୍ତି BLO

ବଞ୍ଚୋ, ୩୧।୫ (ପ୍ରଦୋଷ କୁମାର ବିଶ୍ୱାଳ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

କେନ୍ଦେଇପଶି ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ: ଉପୁଡ଼ିଲା ବଡ଼ ବଡ଼ ଗଛ, ଉଡ଼ିଗଲା ଛପର

ପାଟଣା, ୨୯।୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର କେନ୍ଦେଇପଶି ମୁଖ୍ୟାଳୟ ଓ ଆଖପାଖ  ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ହଠାତ୍ ପ୍ରାୟ ୧ ଘଣ୍ଟା…

ଗୋରୁ ଚାଲାଣ ବେଳେ ମାଡିବସିଲା ପୋଲିସ : ୪ ଗିରଫ

ବଞ୍ଚୋ,୨୯।୫ (ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା  ଘଷିପୁରା ଥାନା  ଅଞ୍ଚଳରେ ଗୁରୁବାର ରାତିରେ ଏକ ପିକ୍-ଅପ୍ ଭ୍ୟାନରେ ଗୋରୁ ଚାଲାଣ କରାଯାଉଥିବା ବେଳେ ପୋଲିସ ଗାଡ଼ିଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri