୨୬ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

ପୁରୀ ଅଫିସ, ୧୫ା୧୧: ପୁରୀ ସହରରେ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଥିବାବେଳେ ଏବେ ଏଥିରେ ମହିଳା ମାନଙ୍କୁ ବ୍ୟବହାର କରାଯାଉଛି। ଫଳରେ କଲେଜ ବିଦ୍ୟାର୍ଥୀ, ଯୁବପିଢି ବର୍ତ୍ତମାନ ନିଶା ସେବନ କରି ବିପଥଗାମୀ ହେଉଛନ୍ତି। ସହର ଗଳିକନ୍ଦିରେ ଏହି ବେପାର ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି। ଏହାର ଚୋର କଳିକତା ଏବଂ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ଶୁକ୍ରବାର ପୁରୀ ଅବକାରୀ ପୋଲିସ ବଳିଆପଣ୍ଡା ବିନାୟକ ବସ୍ତିରୁ ୨୬ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି। ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଖୁକୁ ମଣ୍ଡଳ(୪୫)ଙ୍କୁ ଗିରଫ କରିଛି। ଖୁକୁ ଓ ତାଙ୍କ ସ୍ବାମୀ ଗୋଲଖ ମୂଳତଃ ବଙ୍ଗଳାଦେଶ ବାସିନ୍ଦା ହୋଇଥିବାବେଳେ ଏହି ବସ୍ତିରେ ରହି ବ୍ରାଉନସୁଗାର ସହ ନିଶା କାରବାର କରୁଥିବା ଅବକାରୀ ପୋଲିସ ସୂଚନା ଦେଇଛି। ଜବତ ବ୍ରାଉନସୁଗାରର ହାରାହାରି ମୂଲ୍ୟ ୩ଲକ୍ଷରୁ ଊର୍ଦ୍ଧ୍ୱ ବୋଲି ଜଣାପଡିଛି। ଅବକାରୀ ଆଇଆଇସି ବିକାଶ କୁମାର ନାୟକଙ୍କ ନେତୃତ୍ୱରେ ଏସ୍‌ଆଇ ପ୍ରକାଶ କୁମାର ସାହୁ, ସନ୍ତୋଷ କୁମାର ନାୟକଙ୍କୁ ନେଇ ଗଠିତ ଏକ ଟିମ୍‌ ଗ୍ରାହକ ସାଜି ଉକ୍ତ ଅଞ୍ଚଳରେ ଚଢାଉ କରିଥିଲେ। ଖୁକୁ ଏକ ପୁଡ଼ିଆ ପ୍ୟାକେଟ ଧରି ଛକରେ ବିକ୍ରି କରୁଥିଲେ। ଏହି ସମୟରେ ବ୍ରାଉନସୁଗାର କିଣବା ବାହାନରେ ତାଙ୍କୁ ଧରିଥିଲେ।
ସେହିପରି ବେଆଇନ ମଦ ବିକ୍ରି ଅଭିଯୋଗରେ ଅବକାରୀ ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଜବତ ୨୧ଶହ ଲିଟର ଗୁଡପୋଚ ଓ ୨ଶହ ଲିଟର ରନ୍ଧା ମଦ ନଷ୍ଟ କରାଯାଇଛି। ଗିରଫ ମାନେ ସୁରେନ୍ଦ୍ର ବେହେରା(୪୨), ରବି ନାୟକ(୪୫), ରବିନ୍ଦ୍ର ପ୍ରଧାନ(୪୦)। ଶୁକ୍ରବାର ପୁରୀ ଅବକାରୀ ପୋଲିସ ଚନ୍ଦନପୁର, ବୀରନରସିଂହପୁର, ବାଲି ନୋଲିଆ ସାହି ପ୍ରଭୃତି ସ୍ଥାନରେ ଚଢାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri