ଆମ ଜିଲା ଖବର

ଟ୍ରାକ୍ଟର ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ସୁନ୍ଦରଗଡ଼ରେ ଉତ୍ତେଜନା: ରାସ୍ତାରୋକୋ

ସୁନ୍ଦରଗଡ଼, ୨୬।୧୦ (ଡି.ଏନ୍‌.ଏ.) : ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସିଆଁବାହାଲଠାରେ ଶନିବାର ସକାଳେ ଦୁର୍ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସକାଳ ପ୍ରାୟ ୯ଟା ବେଳେ ଏକ ଟ୍ରାକ୍ଟର ଧକ୍କାରେ ତୁରିିଆ ବାର୍ଲା (୮୦) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ…

ଦୀପାବଳି ପାଇଁ ବନ୍ଦ ରହିବ ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ

ପୁରୀ ଅଫିସ,୨୬ା୧୦:ରବିବାର ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ। ମହାପ୍ରଭୁଙ୍କୁ ଦର୍ଶନ କରି ବାଇଶି ପାହାଚରେ ପୟାଶ୍ରାଦ୍ଧ କରିବା ପରେ ସିଂହଦ୍ୱାରରେ କାଉଁରିଆ କାଠି ଜାଳି ବଡ ବଡୁଆଙ୍କୁ ଡାକଦେବେ ଅନେକ ଶ୍ରଦ୍ଧାଳୁ। ଏଥିପାଇଁ ରାଜ୍ୟର…

ମାନସିକ ଚାପରୁ ମୁକୁଳି ବାତ୍ୟା ଅନୁଭୂତି ବଖାଣିଲେ ପିଲା

ପୁରୀ ଅଫିସ,୨୬ା୧୦: ବାତ୍ୟା ଫନୀରେ ପୁରୀ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଲକ୍ଷାଧିକ ଗଛ, ଘର, ବିଦ୍ୟୁତ୍‌ଖୁଣ୍ଟ ଭାଙ୍ଗି ପଡ଼ିିଥିଲା। ବାତ୍ୟା ପରେ ବିଦ୍ୟୁତ୍‌ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଅନେକ ଲୋକ ପିଇବା ପାଣି ପାଇଁ ହୀନସ୍ତା ହୋଇଥିଲେ। ସ୍କୁଲ, କଲେଜ…

ବେଆଇନ ମେଡିସିନ ବିକ୍ରି ଅଭିଯୋଗ : ହୋମିଓପାଥିତ୍କ ଡାକ୍ତର ଗିରଫ

କୋରାପୁଟ,୨୬।୧୦(ସ୍ବ.ପ୍ର.) : କୋରାପୁଟ ସହରର ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ଏକ ହୋମିଓପାଥିକ୍‌ କ୍ଲିନିକ୍‌ରେ ବେଆଇନ ମେଡିସିନ୍‌ ରଖିବା ଅଭିଯୋଗରେ ଶନିବାର କୋରାପୁଟ ଟାଉନ ପୋଲିସ ଜଣେ ଡାକ୍ତରଙ୍କୁ ଗିରଫ କରିଛି। ଏଥିସହିତ କ୍ଲିନିକରୁ ବହୁ ମେଡିସିନ୍‌ ମଧ୍ୟ ଜବତ କରାଯାଇଥିବା ଟାଉନ…

ନିଶା ବ୍ୟବସାୟକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ : ଦାଦା ଗୁରୁତର, ବର୍ତ୍ତିଗଲେ ପୁତୁରା

ବାଲେଶ୍ୱର ଅଫିସ, ୨୬।୧୦: ବାଲେଶ୍ୱର ସଦର ଥାନା ଅଧୀନ ରସାଳପୁର ଛେଳିଆପଦା ଛକ ନିକଟସ୍ଥ କାଳିମଣ୍ଡପ ପଡ଼ିଆରେ ଜଣେ ଦୁର୍ବୃତ୍ତ ନିଶା ବ୍ୟବସାୟକୁ କେନ୍ଦ୍ର କରି ଶନିବାର ମଧ୍ୟାହ୍ନ ୧୨ଟାରେ ଦାଦା ଓ ପୁତୁରାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଧାରୁଆ…

କାର୍‌ ଓଲଟିଲା, ୫ ଗୁରୁତର

ସୋର, ୨୬।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ୧୬ନଂ. ଜାତୀୟ ରାଜପଥ ଦହିସଡ଼ାଠାରେ ଶନିବାର ଅପରାହ୍ନ ସମୟରେ ଏକ କାର୍‌ (ନଂ. କେଏ୦୩ଏମ୍‌ଏକ୍ସ-୩୮୭୩) ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଘଟଣାସ୍ଥଳରେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଜାତୀୟ ରାଜପଥ ଆମ୍ବୁଲାନ୍ସ ଓ…

ସୁନ୍ଦରଗଡ଼ରେ ଇସ୍ରୋର ସ୍ବତନ୍ତ୍ର ପ୍ରଦର୍ଶନ ଯାନ : ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ଛାତ୍ରୀଛାତ୍ର

ସୁନ୍ଦରଗଡ଼, ୨୬।୧୦ (ଡି.ଏନ୍‌.ଏ. )-ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଭ୍ରାମ୍ୟମାଣ ପ୍ରଦର୍ଶନ ଯାନ ଶନିବାର ସୁନ୍ଦରଗଡ ଠାରେ ପହଞ୍ଚିଥିଲା। ସୁନ୍ଦରଗଡରେ ଥିବା ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ପ୍ରାୟ ୨୦୦୦ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ ଓ ଜନସାଧାରଣଙ୍କ ପ୍ରଦର୍ଶନ ପାଇଁ ଏହି…

ଏଡିଏମ୍‌ଓଙ୍କୁ ନିଲମ୍ବନର ଅଭିନବ ପ୍ରତିବାଦ : ପୋଷାକରେ ପ୍ଲିଜ ସସ୍‌ପେଣ୍ଡ ମି ବ୍ୟାଜ୍‌ ଲଗାଇଲେ କାର୍ଯ୍ୟରତ ଡାକ୍ତର

ବରଗଡ଼ ଅଫିସ,୨୬।୧୦: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସିଥିବା ୨୭ଜଣ ମହିଳାଙ୍କୁ ନିଶ୍ଚେତକ ଇଞ୍ଜେକସନ ଦେଇ ସେମାନଙ୍କୁ ବିନା ଅସ୍ତ୍ରୋପଚାରରେ ଘରକୁ ଫେରାଇ ଦେବା ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ଘଟଣାରେ ସ୍ବାସ୍ଥ୍ୟ…

ବାଣ ବେପାର ନେଇ ଚିନ୍ତାରେ ବ୍ୟବସାୟୀ

ଆନନ୍ଦପୁର,୨୬।୧୦(ସ୍ବ.ପ୍ର.):କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ପକ୍ଷରୁ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ବାଣ ବିକ୍ରି ପାଇଁ ଅନୁମତି ମିଳିଥିବା ବେଳେ ଜନବସତି ଠାରୁ ଦୂରରେ ମାତ୍ର ୪ଟି ସ୍ଥାନରେ ବାଣ ବିକ୍ରି ଦୋକାନକୁ ଅନୁମତି ମିଳିଛି। ତେବେ…

ଏମ୍‌ସିଏଲ୍‌ ଜଗନ୍ନାଥ କୋଇଲା ଖଣିରେ ଅଗ୍ନିକାଣ୍ଡ: ଜଳିଗଲା ପିସି ମେଶିନ

ତାଳଚେର,୨୬।୧୦(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଏମ୍‌ସିଏଲ୍‌ଠାରେ ଥିବା ଜଗନ୍ନାଥ କୋଇଲା ଖଣିରେ ଶନିବାର ଅଗ୍ନିକାଣ୍ଡ ଘଟି ଏକ ପିସି ମେଶିନ ସମ୍ପୂର୍ଣ୍ଣ ଜଳିଯାଇଛି। ଦୁର୍ଘଟଣାରେ ଗାଡ଼ିଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖଣିରେ କାମ କରୁଥିବା ବେଳେ ହଠାତ୍‌ ପିସିରେ ନିଆଁ…

ପୋତା ଯାଇଥିବା ମୃତଦେହ ଉଦ୍ଧାର କଲା ପୋଲିସ

ଆନନ୍ଦପୁର,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅତା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ତରବରିଆ ଭାବେ ମୃତଦେହ ପୋତି ଦେଇଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ…

କୁସୁମୀ ନଦୀର ପ୍ରବଳ ସ୍ରୋତରେ ଭାସିଯାଇ ଯୁବକ ନିଖୋଜ

ଖଣ୍ଡପଡ଼ା,୨୬ା୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କୁସୁମୀ ନଦୀରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଜଳ ପତନ ବୃଦ୍ଧିପାଇଛି। ନଦୀର ପ୍ରବଳ ସ୍ରୋତରେ ଖଣ୍ଡପଡ଼ା ସହରାଞ୍ଚଳ ୪ନଂ. ୱାର୍ଡ ମାଳିସାହିର ଶୁଧାଂସୁ ଶେଖର ମହାପାତ୍ର(୩୩) ଶନିବାର ଭାସିଯାଇ ନିଖୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?