କୃଷ୍ଣପ୍ରସାଦରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ: ବୃଦ୍ଧି ପାଉଛି ଅସାମାଜିକ କାର୍ଯ୍ୟ, ନିଷ୍କ୍ରିୟ ପୋଲିସ
କୃଷ୍ଣପ୍ରସାଦ,୩୦ା୭(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ଗତ କିଛିମାସ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଠାରେ ଦିନକୁ ଦିନ ବେଆଇନ ନିଶା କାରବାର, ଚୋରି, ଡକାୟତି, ହତ୍ୟା ଆଦି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଲୋକେ…
ଭଡ଼ାରେ ଲାଗିଛି ପଞ୍ଚାୟତ କାର୍ଯ୍ୟାଳୟ: ନୋଟିସ ପ୍ରଦାନ ପରେ ବି ଖାଲି ହେଉନି ଗୃହ
ନାଉଗଁା,୩୦ା୭(ସ୍ବ.ପ୍ର.): ପଞ୍ଚାୟତ କାର୍ଯ୍ୟାଳୟର ଆଧୁନିକୀକରଣ ପାଇଁ ସରକାର ବିପୁଳ ଅନୁଦାନ ଯୋଗାଇ ଦେଉଛନ୍ତି। କିନ୍ତୁ କେତେକ ଦାୟିତ୍ୱହୀନ ଅଧିକାରୀଙ୍କ ଯୋଗୁ ଏସବୁ ଅନୁଦାନ ଠିକ୍ ଭାବେ ବିନିଯୋଗ ହୋଇପାରୁନାହିଁ। ବିଶେଷ କରି ନାଉଗଁା ବ୍ଲକରେ ଏଭଳି ଦେଖିବାକୁ ମିଳୁଛି। ପଞ୍ଚାୟତ ପ୍ରତିନିଧି…
ମିଳୁନି ଆବାସ ଯୋଜନାରେ ଘର: ପଲିଥିନ ତଳେ ମୂର୍ତ୍ତି କାରିଗରଙ୍କ ପରିବାର
ନାଉଗଁା,୩୦ା୭(ସ୍ବ.ପ୍ର.): ନାଉଗଁା ବ୍ଲକ ଜାମୁଗଁା ପଞ୍ଚାୟତ ରଘୁନାଥପୁର ଗ୍ରାମର ଚନ୍ଦେଶ୍ୱର ଲେଙ୍କା। ଜଣେ ମୂର୍ତ୍ତି କାରିଗର ଭାବେ ସେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା। ଦୀର୍ଘ ୩୦ବର୍ଷ ହେଲା ସେ ଗଣେଶ ପୂଜା, ସରସ୍ବତୀ ପୂଜା, ଖୁଦୁରୁକୁଣୀ ଆଦି ବିଭିନ୍ନ ପର୍ବ ପର୍ବାଣୀରେ…
ନାବାଳିକାଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ ଘଟଣା:ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କଲେ ସହରବାସୀ
ଅନୁଗୋଳ ଅଫିସ, ୩୦।୭ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ଶୁକ୍ରବାର ଜଣେ ୧୦ ବର୍ଷିୟା ବାଳିକାଙ୍କୁ ଉପଯୁକ୍ତ ଚିକିତ୍ସା ନ ଦେଇ ପେଡିଆଟ୍ରିକ୍ ୱାର୍ଡରେ କାର୍ଯ୍ୟରତ ଦିଦି କବାଟ କିଳି ଶୋଇପଡିବା ଏବଂ ଜଣେ ମହିଳା ସୁରକ୍ଷା କର୍ମୀ ଚିକିତ୍ସା…
ଭରତପୁର ଖଣି ଦୁର୍ଘଟଣା ଅଞ୍ଚଳରେ ଏମ୍ସିଏଲ ସିଏମ୍ଡି:‘କୋଲ ଇଣ୍ଡିଆ ଇତିହାସରେ ପ୍ରଥମ’
ତାଳଚେର,୩୦ା୭(ନି.ପ୍ର.) ତାଳଚେର ଭରତପୁର କୋଇଲା ଖଣିରେ ଅତଡା ଖସିବା ଘଟଣା ପରେ ମହାନଦୀ କୋଲ ଫିଲ୍ଡସ (ଏମ୍ସିଏଲ)ର ସିଏମ୍ଡି ଭୋଳନାଥ ଶୁକ୍ଳା ସୋମବାର ଦିନିକିଆ ତାଳଚେର ଗସ୍ତରେ ଆସିଥିଲେ। ପୂର୍ବାହ୍ନ ସାଢେ ୧୦ଟାରେ ସେ ଭରତପୁର କୋଇଲା ଖଣିର ଦୁର୍ଘଟଣାସ୍ଥଳ ପରିଦର୍ଶନ…
ସମସ୍ୟା ଘେରରେ ତାମଡ଼ା ବଜାର:କାଦୁଅ ପାଣିରେ ଚାଲିଛି କିଣାବିକା
ବଅଁରପାଳ, ୩୦।୭(ଡି.ଏନ.ଏ.)ଅନୁଗୋଳ ଜିଲା ବଅଁରପାଳଠାରେ ଥିବା ତାମଡ଼ା ବଜାରରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଏଠାରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଦୋକାନ ଗୃହ ରହିଥିବାବେଳେ ମରାମତି ଅଭାବରୁ ସେଗୁଡ଼ିକ ଶୋଚନୀୟ ହୋଇପଡ଼ିଛି। ଫଳରେ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।…
ଜରାଜୀର୍ଣ୍ଣ ଅବସ୍ଥାରେ ଗାନ୍ଧୀପାର୍କ
ଆଠମଲ୍ଲିକ, ୩୦।୭(ଡି.ଏନ.ଏ.)ଜନସାଧାରଣଙ୍କ ଚିତ୍ତବିନୋଦନ ଏବଂ ଅଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଆଠମଲ୍ଲିକ ସହର ପ୍ରବେଶ ଦ୍ୱାରରେ ନିର୍ମାଣ ହୋଇଥିଲା ଗାନ୍ଧୀପାର୍କ। ହେଲେ ପରିଚାଳନାଗତ ଅବ୍ୟବସ୍ଥାରୁ ଏହା ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ଏକଦା ସହରବାସୀଙ୍କୁ ଆକୃଷ୍ଟ କରୁଥିବା ଉକ୍ତ ପାର୍କକୁ ଏବେ ଲୋକେ…
ନାଲ୍କୋରେ ବି ସମଦଶା
ବଅଁରପାଳ, ୩୦।୭(ଡି.ଏନ.ଏ.)-ତାଳଚେରଠାରେ ଭରତପୁର କୋଇଲା ଖଣି ଦୁର୍ଘଟଣାର ପ୍ରଭାବ ନାଲ୍କୋ ପ୍ଲାଣ୍ଟରେ ମଧ୍ୟ ପଡିଛି। ନବରନତ୍ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋରେ ବର୍ତ୍ତମାନ କୋଇଲା ସଙ୍କଟ ଯୋଗୁ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଛି। ୧୨ଶହ ମେଗାୱାଟ ବିଶିଷ୍ଟ ନାଲ୍କୋ ସିପିପିରେ ୧୦ଟି ୟୁନିଟ…
ଏନ୍ଟିପିସିରେ ଘୋର କୋଇଲା ସଙ୍କଟ
ତାଳଚେର, ୩୦ା୭ (ନି.ପ୍ର.) ଅନୁଗୋଳ ଜିଲା କଣିହାଁ ସ୍ଥିତ ମହାରତ୍ନ କମ୍ପାନୀ ଏନ୍ଟିପିସି ବିଦ୍ୟୁତ୍ ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଦେଖାଦେଇଛି। ଭରତପୁର କୋଇଲା ଖଣିଠାରେ ଅତଡା ଖସିବା ଘଟଣା ପରେ ଗତ ୨୫ ତାରିଖରୁ ସମସ୍ତ ଖଣି ବନ୍ଦ ରହିଛି।…
କୋର୍ଟ ରୁମ୍ରେ ଧସେଇ ପଶିଲେ ଲୋକେ
ଅନୁଗୋଳ ଅଫିସ, ୩୦।୭ ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ କୋର୍ଟରୁମ୍ରେ ସୋମବାର ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହେଲେ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଶିବିର ଆରମ୍ଭ ହେବାରୁ ସେଠାରେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା। ବର୍ଷା ସତ୍ତ୍ୱେ ଲୋକେ ସେମାନଙ୍କ ଅଭିଯୋଗ…
ରୋଟାରୀ କ୍ଲବ ଅନୁଗୋଳ ରୟାଲର ଅଧିଷ୍ଠାନ ଉତ୍ସବ:ସମାଜ ସେବା ବିସ୍ତାରିତ କରିବାକୁ ଆହ୍ବାନ
ଅନୁଗୋଳ ଅଫିସ, ୩୦।୭ଅନୁଗୋଳ ରୋଟାରୀ କ୍ଲବ ରୟାଲର ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ହୋଟେଲ କମଲେଶ କଣ୍ଟିନେଣ୍ଟାଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ପ୍ରଭାତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ଜିଲା ଗଭର୍ନର ରବି ନାରାୟଣ…
ଜାତୀୟ କିକ୍ ବକ୍ସିଂରେ ଚମକିଲେ ଢେଙ୍କାନାଳର କ୍ରୀଡ଼ାବିତ୍
ଢେଙ୍କାନାଳ ଅଫିସ, ୩୦ା୭ ହରିୟାଣାର ରୋହତକରେ ଆୟୋଜିତ ଜାତୀୟ ସିନିୟର କିକ୍ ବକ୍ସିଂ ପ୍ରତିଯୋଗିତାରେ ଚମକିଛନ୍ତି ଢେଙ୍କାନାଳର କ୍ରୀଡ଼ାବିତ୍। ଏଥିରେ ଭାଗ ନେଇଥିବା ଖ୍ୟାତନାମା ମହିଳା କିକ୍ବକ୍ସର କୀର୍ତ୍ତିରାଣୀ ସାହୁ ୩ଟି ସ୍ବର୍ଣ୍ଣପଦକ ହାସଲ କରି ଜିଲାର ଗୌରବ ବଢ଼ାଇଛନ୍ତି। ସେହିପରି…
Archives


