ବର୍ତ୍ତିକା ପେଟ୍ରନ ଆଓ୍ବାର୍ଡ ପାଇବେ ମୀନା ମହାନ୍ତି
ବାରିପଦା ଅଫିସ, ୨୭ା୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବାରିପଦା ସହର ବାଘଡାରୋଡର ମୀନା ମହାନ୍ତିଙ୍କୁ ମିଳିବ ବର୍ତ୍ତିକା ପେଟ୍ରନ ଆଓ୍ବାର୍ଡ-୨୦୧୯। ଓଡ଼ିଶା ହସ୍ତତନ୍ତ କାର୍ଣ୍ଣିଭାଲ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଭୁବନେଶ୍ୱରସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଆସନ୍ତା ନଭେମ୍ବର ୩ ତାରିଖରେ ଏହି…
ଭାଲୁ ଆକ୍ରମଣରେ ଜଣେ ଗୁରୁତର
କେନ୍ଦୁଝର, ୨୭ା୧୦(ସ୍ବ.ପ୍ର.)-କେନ୍ଦୁଝର ସଦର ରେଞ୍ଜ ଓ ଘଟଗାଁ ବ୍ଲକ ଅନ୍ତର୍ଗତ ନିମିଘରା ଗ୍ରାମରେ ରବିବାର ସକାଳେ ଶୌଚ ହେବାକୁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଆହତ ହୋଇଥିବା ଜଣାପଡିଛି। ତାଙ୍କ ନଁା ସମ୍ରାଟ ସେନାପତି(୫୦)। ସେ ସକାଳ…
ଜି.ଉଦୟଗିରିରେ ଶ୍ୟାମାକାଳୀ ପୂଜା
ଜି.ଉଦୟଗିରି, ୨୭।୧୦(ଡି.ଏନ୍.ଏ.)- ଜି. ଉଦୟଗିରି ବନ୍ଧ ଛକ କାଳୀ ପୂଜା ମଣ୍ଡପରେ ରବିବାର ମା’ କାଳୀଙ୍କ ପୂଜା ଆରମ୍ଭ ହୋଇଛି। ପୂଜା କମିଟି ସଭାପତି ଅଜିତ କୁମାର ସାହୁ କର୍ତ୍ତା ଭାବେ ପୂଜାରେ ବସି ଥିଲେ। ପ୍ରଥମେ ମା’ଙ୍କ ଘଟକୁ ଆବାହନ…
ଗଛରେ ପିଟିହେଲା ଚିପ୍ସ ବୋଝେଇ ଟ୍ରକ୍
କାମାକ୍ଷାନଗର, ୨୭ା୧୦(ଡି.ଏନ.ଏ.)- ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା ତଣ୍ଡିମୁଣ୍ଡା ନିକଟରେ ରବିବାର ସକାଳେ ଏକ ଚିପ୍ସ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍ଟି କଙ୍କଡାହାଡ ଆଡୁ କାମାକ୍ଷାନଗର ଅଭିମୁଖେ ଯାଉଥିବା ବେଳେ ଭାଲୁମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ…
ଗୁଣି ଗାରେଡ଼ି ନେଇ ସଚେତନତା ସଭା
ଭଞ୍ଜନଗର,୨୭।୧୦(ଡି.ଏନ.ଏ)-ଭଞ୍ଜନଗର ନିକଟ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ପକ୍ଷରୁ ହେତୁବାଦୀ ସମାଜ ସହାୟତାରେ ଗୁଣି ଗାରେଡ଼ି ଉପରେ ଏକ ସଚେତନତା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କ ମଧ୍ୟରେ ଏବେବି ଗୁଣି ଉପରେ ଅନ୍ଧ ବିଶ୍ୱାସ ଭରି ରହିଛି। ଏଥିପାଇଁ ବିଭିନ୍ନ ସମୟରେ…
ଭଞ୍ଜନଗରରେ କାଳୀ ପୂଜା
ଭଞ୍ଜନଗର,୨୭।୧୦(ଡି.ଏନ.ଏ)-ଭଞ୍ଜନଗର ଜଳସମ୍ପଦ ବିଭାଗ ପକ୍ଷରୁ ଡହରେ ରବିବାର କାଳୀ ପୂଜା ପାଳିତ ହେଉଛି। ରାତିରେ ପୂଜା ସମ୍ପୂର୍ଣ୍ଣ ହେବାପରେ ଦେବୀଙ୍କ ମୁହଁ ଖୋଲିବ। ସେହିଭଳି ବନ ବିଭାଗ ପକ୍ଷରୁ ସ୍ଥାନୀୟ ହାର୍ଟ ନଗରରେ କାଳୀ ପୂଜା ହେବ। ଓଡ଼ିଶା ବନ ଉନ୍ନୟନ…
ଭୁଶୁଡ଼ିଲା କାନ୍ଥ, ଶିଶୁପୁତ୍ର ମୃତ
ଦିଗପହଣ୍ଡି,୨୭।୧୦(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ପଞ୍ଚାୟତ ବଜ୍ରଗୁମ୍ମା ଗଁ।ଅନୁସୂଚିତ ଜାତି ସାହିରେ ଶନିବାର ଭୋରରୁ ଘର ଭୁଶୁଡି ଜଣେ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। କାନ୍ଥତଳେ ଚାପି ହୋଇ ଅନ୍ୟ ୪ଜଣ ମଧ୍ୟ ଆହତ ହୋଇଛନ୍ତି। ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ଚିକିତ୍ସା…
୨୮ରୁ ରାଜ୍ୟସ୍ତରୀୟ ଗୋ-ନବରାତ୍ର ମହୋତ୍ସବ, ପ୍ରସ୍ତୁତି ଶେଷ
ରାଜନଗର, ୨୭।୧୦ (ଡି.ଏନ୍.ଏ.)-ରାଜନଗର ବ୍ଲକ ଅଧୀନ ମହିଷାସୁର ପଞ୍ଚାୟତ ପଡ଼ିଆଠାରେ ୨୮ ତାରିଖଠାରୁ ରାଜ୍ୟସ୍ତରୀୟ ଗୋ-ନବରାତ୍ର ମହୋତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଉପଲକ୍ଷେ ଅନ୍ତର୍ଜାତୀୟ କ୍ରିୟାଯୋଗ ସଂସ୍ଥା ମୁଖ୍ୟ ପରମପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ…
ପ୍ରଦୂଷଣମୁକ୍ତ ଦୀପାବଳି ପାଇଁ ସଚେତନତା
ବ୍ରହ୍ମପୁର ଅଫିସ୍,୨୭ । ୧୦-ଦୀପାବଳି ଉତ୍ସବ ଅବସରରେ ବାଣି ଫୁଟାଉଥିବା ଯୋଗୁ ପ୍ରଦୁଷଣ ହୋଇଥାଏ। ଏହା କେବଳ ମଣିଷ ନୁହଁ, ପଶୁ ପକ୍ଷୀଙ୍କୁ ମଧ୍ୟ ପ୍ରଭାବିତ କରିଥାଏ। ଏଣୁ ପ୍ରଦୂଷଣମୁକ୍ତ ଦୀପାବଳି ପାଇଁ ଶନିବାର ବ୍ରହ୍ମପୁରରେ ବିଭିନ୍ନ ସଂଗଠନ ପକ୍ଷରୁ ସଚେତନତା…
ଟ୍ରକ୍ ପଛରେ ପିଟିଲା ଟ୍ରକ୍, ଖଲାସି ଗୁରୁତର
ଛେଣ୍ଡିପଦା, ୨୭।୧୦(ସ୍ବ.ପ୍ର.)- ଅନୁଗୋଳ ଜିଲା ନିଶା ଥାନା ଅନ୍ତର୍ଗତ ୬୩ ନଂ ରାଜ୍ୟ ରାଜପଥର ରାଇଝରଣଠାରେ ରବିବାର ଏକ ଟ୍ରକ୍ ଆଉ ଏକ ଟ୍ରକ୍ ପଛରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଖଲାସି ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ପରିଚୟ…
ହାତୀ ଆକ୍ରମଣରେ ଜଣେ ଗୁରୁତର, ଗୋଟିଏ ଘର ଭାଙ୍ଗିଲେ
ଝୁମ୍ପୁରା, ୨୭।୧୦ (ଡି.ଏନ.ଏ.): ଝୁମ୍ପୁରା ବ୍ଲକ ଅନ୍ତର୍ଗତ ମଲଦା ଓ ବସନ୍ତପୁର ପଞ୍ଚାୟତରେ ୨ଦିନ ହେଲା ହାତୀପଲ ଆତଙ୍କ ଖେଳାଇ ଚାଲିଛନ୍ତି। ଧାନ ପାଚି ଆସୁଥିବା ବେଳେ ବହୁ ସଂଖ୍ୟାରେ ହାତୀ ଆସି ଫସଲ ନଷ୍ଟ କରୁଥିବାରୁ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ…
ଚଳଚଞ୍ଚଳ କାଳୀମଣ୍ଡପ ପଡିଆ: ୩୦ ଲକ୍ଷରେ ପୂଜା ଆୟୋଜନ
ତାଳଚେର,୨୭ା୧୦(ନି.ପ୍ର.)- ମା’ ଶ୍ୟାମାକାଳୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ହୋଇଉଠିଛି ତାଳଚେର ଏମ୍ସିଏଲ ନନ୍ଦିରାସ୍ଥିତ କାଳୀମଣ୍ଡପ ପଡିଆ। ନନ୍ଦିରା ଭୂତଳ କୋଇଲା ଖଣି ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ଶ୍ୟାମାକାଳୀଙ୍କ ମୃଣ୍ମୟୀ ପ୍ରତିମା ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଛି। ମଣ୍ଡପ ସମ୍ମୁଖରେ ୭୫…

