ଆମ ଜିଲା ଖବର

ସରକାରୀ ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ରୀ

ବନ୍ତ, ୨୭।୧୦(ଡି.ଏନ୍‌.ଏ.)-ଭିନ୍ନକ୍ଷମ ପ୍ରମାଣପତ୍ରରେ ତଥ୍ୟଗତ ତ୍ରୁଟି ରହିବା ଯୋଗୁ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ସୁରେଶ ଚନ୍ଦ୍ର ଦ୍ୱିବେଦୀଙ୍କ ଝିଅ ବର୍ଷାରାଣୀ(୧୩) ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ସେ ଏବେ ନିଳୋକ ହରିହର ନୋଡାଲ ଉ.ପ୍ରା. ବିଦ୍ୟାଳୟରେ…

ତାଲିମ ନେଲେ ୬୦ ଶିକ୍ଷୟିତ୍ରୀଶିକ୍ଷକ

ବାରିପଦା ଅଫିସ, ୨୭ା୧୦-କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନର ଭୁବନେଶ୍ୱର କେନ୍ଦ୍ର ଓ ମୟୂରଭଞ୍ଜ ଜିଲା ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ବାରିପଦା ମହାରାଣୀ ପ୍ରେମ କୁମାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ନବୀକରଣ ପାଠ୍ୟକ୍ରମ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

ଲଗାଣ ବର୍ଷାରେ ମହିଳାଙ୍କ ଘର ଭାଙ୍ଗିଲା

ସୋର, ୨୭ା୧୦(ଡି.ଏନ.ଏ.)-ସୋର ବ୍ଲକ ଅନ୍ତର୍ଗତ ସବିରା ପଞ୍ଚାୟତ ଅଧୀନ ବଣପାରିଆ ଗ୍ରାମର ଜଣେ ବିଧବାଙ୍କ ଘର ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସ୍ବର୍ଗତ ଶମ୍ବୁନାଥ ବାରିକଙ୍କ ସ୍ତ୍ରୀ ମୀନା(୩୨)ଙ୍କର ଘର ଭୁଶୁଡି ପଡିଛି। ମୀନାଙ୍କର ୩ଟି ପିଲାଙ୍କ ସହ ଅଳ୍ପ କିଛି…

ଟ୍ରାନ୍ସଫର୍ମରରେ ଲାଗି ୫ ମଇଁଷି ମୃତ

କୁକୁଡ଼ାଖଣ୍ଡି,୨୭।୧୦- କୁକୁଡ଼ାଖଣ୍ଡି ବ୍ଲକ ଗୁରୁଣ୍ଠୀ ପଞ୍ଚାୟତ ପଞ୍ଚଶକ୍ତି ମନ୍ଦିର ସମ୍ମୁଖରେ ଥିବା ରାଇସ ମିଲ ପାର୍ଶ୍ୱ ଏକ ମୁକୁଳା ଟ୍ରାନ୍ସଫର୍ମରେ ଲାଗି ଡି.ରବି ପାତ୍ରଙ୍କ ୫ଟି ମଇଁଷିର ମୃତ୍ୟୁ ଘଟିଛି। ମଇଁଷି ମିଲ ନିକଟସ୍ଥ ପଡ଼ିଆରେ ଚରୁଥିବା ବେଳେ ଗୋଟେ ମଇଁଷି…

ଲଗାଣ ବର୍ଷା: କାନ୍ଥ ପଡ଼ି ଜଣେ ଗୁରୁତର

ମାର୍ଶାଘାଇ, ୨୭।୧୦ (ଡି.ଏନ୍‌.ଏ.)- ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ ବହୁ କ୍ଷୟକ୍ଷତି ଘଟିଛି। ମାର୍ଶାଘାଇ ବ୍ଲକର ତାଳସଙ୍ଗା ଗ୍ରାମରେ ଲଗାଣ ବର୍ଷା ପରେ କାନ୍ଥ ଭୁଷୁଡ଼ି ପଡ଼ିବାରୁ…

ଦୀପାବଳି ଖୁସି ବଦଳରେ ଚାଷୀଙ୍କୁ ଚିନ୍ତା, ୨୫୦ ଏକର ଜମି ଜଳମଗ୍ନ

କାଶୀନଗର,୨୭ା୧୦(ଡି.ଏନ୍‌.ଏ.): ଲଘୁଚାପ ପ୍ରଭାବରେ ଗତ ୩ ଦିନର ଲଗାଣ ବର୍ଷା ଚାଷୀଙ୍କ ବର୍ଷକର ଶ୍ରମ ଉପରେ ଦାଉ ସାଧିଛି। ଉଜାଡ଼ିଦେଇଛି ଏକର ଏକର ଫସଲ। ଅମଳ ବେଳ ସମୟରେ କାଶୀନଗର ବ୍ଲକ୍‌ ଓ ଏନ୍‌ଏସିର ପ୍ରାୟ ୨୫୦ ଏକର ଜମିରେ ଧାନଚାଷ…

ଦୀପାବଳୀ ପାଇଁ ଜୟପୁରରେ ଫୁଲ, ବାଣ ବଜାର

ଜୟପୁର,୨୭ା୧୦(ଡି.ଏନ୍‌.ଏ.): ଦୀପାବଳି ପାଇଁ ଜୟପୁର ସହରର ବଜାର ଚଳଚଞ୍ଚଳ ହୋଇଛି ା ରବିବାର ଦୀପାବଳି ପର୍ବ ପାଳନ ଲାଗି ସହରର ଦୈନିକ ବଜାର ମୁଖ୍ୟରାସ୍ତାରେ ମଣ୍ଡା, ସେବତୀ ଫୁଲର ପସରା ବସିଛି ା ଗ୍ରାମାଞ୍ଚଳରୁ ଆସିଥିବା ମହିଳା ଓ ଅନ୍ୟ ବେପାରୀ…

ଲାଇକ୍‌, ଭିଉଜ୍‌ ଜିଣୁଛି ଜୟପୁର ବିଧାୟକଙ୍କ ଗୀତ

ଜୟପୁର,୨୭ା୧୦(ନି.ପ୍ର.): ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ବାହିନୀପତି ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମ ମଞ୍ଚରେ ଲୋକଙ୍କ ସହ କେତେବେଳେ ଆଦିବାସୀ ନୃତ୍ୟରେ ନାଚିଛନ୍ତି ତ କେତେବେଳେ ଅର୍କେଷ୍ଟ୍ରାର ତାଳରେ ଡ୍ୟାନ୍ସ…

ବେଦମାତା ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୨୭।୧୦ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମା’ ଭଦ୍ରକାଳୀଙ୍କ ସପ୍ତ ମାତୃକା ବେଶ ପୂଜା ଉତ୍ସବ ରବିବାରଠାରୁ ଆରମ୍ଭ ହୋଇଛି। ସକାଳେ ପବିତ୍ର ସାଳନ୍ଦୀ ନଦୀର ଆହାରପଦା ଘାଟରୁ ମାନସିକଧାରୀମାନେ ଏକ ପଟୁଆରରେ ଘଟ ଆଣି ମଣ୍ଡପରେ…

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ପୁଣି ୫ ପରିବାର ଜମି ହସ୍ତାନ୍ତର କଲେ

ପୁରୀ ଅଫିସ,୨୭ା୧୦: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଜାରି ରହିଛି। ଗତ ୨୧ ତାରିଖରେ ପ୍ରଥମକରି ୫ ପରିବାର ସରକାରଙ୍କୁ ପ୍ରତ୍ୟକ୍ଷ ଜମି ବିକିଥିବାବେଳେ ୨୨ତାରିଖରେ ୬ ପରିବାର ଏଥିରେ ସାମିଲ ହୋଇଥିଲେ। ଶୁକ୍ରବାର ପୁଣି ୫ ପରିବାର ପ୍ରଶାସନ…

କଣ୍ଢେଇ ନାଚରେ ପର୍ଯ୍ୟଟନ ସଚେତନ କରୁଛନ୍ତି ତେଲେଙ୍ଗାନାର ମାଧବୀଲତା

କୋରାପୁଟ,୨୭ା୧୦(ସ୍ବ.ପ୍ର.): ପ୍ରତି ଗ୍ରାମ ଓ ସହରାଞ୍ଚଳରେ ରୋଡ ଶୋ ହେଉଛି। ପାରମ୍ପରିକ ଷ୍ଟେଜ ଶୋ କରାଯାଉଛି। ଏହି ଶୋଗୁଡ଼ିକରେ କଣ୍ଢେଇ ନାଚ ପ୍ରଦର୍ଶନ କରି ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି ତେଲେଙ୍ଗାନାର ଜଣେ ମହିଳା। ସେ ହେଲେ ଜି. ମାଧବୀଲତା।…

ଆଜି ଦୀପାବଳି: ପୟା ଶ୍ରାଦ୍ଧ ଲାଗି ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ,୨୭।୧୦: ପବିତ୍ର ଦୀପାବଳି ଅବସରରେ ରବିବାର ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ବାଇଶି ପାହାଚରେ ଶ୍ରାଦ୍ଧ ଦେବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ପୁରୀକୁ ଆସିଥିବା ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?