ଦିଲ୍ଲୀ ଏମ୍‌ସ ଆକାଉଣ୍ଟରୁ ୪.୭୬ କୋଟି ଠକି ନେଲେ ବ୍ୟବସାୟୀ: ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ସନ୍ଦେହ

ଫୁଲବାଣୀ ଅଫିସ, ୨୫ା୧୨- ୪ କୋଟି ୭୬ ଲକ୍ଷ ୪୬ ହଜାର ୬୨୫ ଟଙ୍କା ଦିଲ୍ଲୀ ଏମ୍‌ସ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ)ର ଆକାଉଣ୍ଟରୁ ଚେକ୍‌ ଜରିଆରେ ଫୁଲବାଣୀ ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ଉଠାଣ ହୋଇଛି। ଫୁଲବାଣୀର ମାଦିକୁନ୍ଦା ଛକରେ ଥିବା ସତ୍ୟସାଇ ମେଡିସିନି ଷ୍ଟୋର ଆକାଉଣ୍ଟକୁ ଏହି ଟଙ୍କା କ୍ରେଡିଟ ହେବା ପରେ ସେଥିରୁ ୧୩ ଟ୍ରାନଜାକ୍ସନରେ ୪ କୋଟି ୬୪ ଲକ୍ଷ ୫୩ ହଜାର ଟଙ୍କା ବିଭିନ୍ନ ଆକଉଣ୍ଟକୁ ପଠାଯାଇଛି । ସେଥିରୁ ୫୦ ଲକ୍ଷ ଟଙ୍କା କ୍ୟାସ ଉଠାଣ ହୋଇଥିବା ବେଳେ ବାକି ଟଙ୍କା ଟ୍ରାନ୍ସଫର କରାଯାଇଛି। ଚେନ୍ନାଇର ଭିଏମ୍‌ଏକ୍ସ ଇମ୍ପେକ୍ସ ପ୍ରାଇଭେଟ ଲିମିଟେଡ ଆକାଉଣ୍ଟକୁ ୪ କୋଟି ୧୦ ଲକ୍ଷ ଟଙ୍କା ଆରଟିଜିଏସ୍‌ ମାଧ୍ୟମରେ ଟ୍ରାନ୍ସଫର କରାଯାଇଛି । ବଡ କଥା ହେଉଛି, ଏସବୁ ଟ୍ରାନଜାକ୍ସନ ଗୋଟିଏ ଦିନରେ ହୋଇଛି । ଏତେ ଟଙ୍କା ଗୋଟିଏ ଦିନରେ ଜଣକ ଆକାଉଣ୍ଟରେ ଚେକ୍‌ ଜରିଆରେ ଜମା ହେବା ଏବଂ ଉଠାଣ ହୋଇ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହେବା ଘଟଣା କିପରି ବ୍ୟାଙ୍କ କର୍ତ୍ତୃୃପକ୍ଷଙ୍କ ଦୃଷ୍ଟିକୁ ଆସିଲା ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି । ଦିଲ୍ଲୀ ଏମ୍‌ସ କର୍ତ୍ତୃପକ୍ଷ ଘଟଣା ବିଷୟରେ ବ୍ୟାଙ୍କ କର୍ତ୍ତୃୃପକ୍ଷଙ୍କୁ ଚିଠି ମାଧ୍ୟମରେ ଏହା ଜଣାଇବା ପରେ ଉକ୍ତ ଆକାଉଣ୍ଟକୁ ବ୍ୟାଙ୍କ ଅଧିକାରୀ ଅଚଳ କରିଛନ୍ତି । ଅନ୍ୟପକ୍ଷରେ ସତ୍ୟସାଇ ମେଡିସିନି ଷ୍ଟୋର ଆକାଉଣ୍ଟଧାରୀ ଚନ୍ଦ୍ରଶେଖର ପଣ୍ଡା କେଉଁଆଡେ ଫେରାର ହୋଇଯାଇଛନ୍ତି ା ତାଙ୍କର ପତ୍ତା ମିଳୁନାହିଁ । ଘଟଣାକୁ ନେଇ ବ୍ୟାଙ୍କ ପକ୍ଷରୁ ତନାଘନା ଚାଲିଥିବା ବେଳେ ଏ ପର୍ଯ୍ୟନ୍ତ ଥାନା, କ୍ରାଇମବ୍ରାଞ୍ଚ, ସିବିଆଇ କି ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରାଯାଇନାହିଁ ।
ଅକ୍ଟୋବର ୨୩ ରେ ଫୁଲବାଣୀ ମୁଖ୍ୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଚନ୍ଦ୍ରଶେଖରଙ୍କ ସତ୍ୟସାଇ ମେଡିସିନି ଷ୍ଟୋର ଆକାଉଣ୍ଟ ନଂ. ୩୨୮୮୦୪୭୯୪୦୧ରେ ନୂଆଦିଲ୍ଲୀସ୍ଥିତ ଏମସ୍‌ର ଚେକ୍‌ ନଂ. ୮୮୯୩୮୭ ଜମା କରାଯାଇଥିଲା । ଏହାପରେ ଚେକ୍‌ରେ ୪ କୋଟି ୭୬ ହଜାର ୬୭୫ ଟଙ୍କା କ୍ରେଡିଟ ହୋଇଥିଲା। ସେହିଦିନ ପଣ୍ଡା ଏକ ଚେକ୍‌ ଜରିଆରେ ୨୦ ଲକ୍ଷ ଓ ଅନ୍ୟ ୩୦ ଲକ୍ଷ ସୀମାଞ୍ଚଳ ମିଶ୍ର ଏକ ଚେକ୍‌ ମାଧ୍ୟମରେ ଉଠାଇ ଥିଲେ । କଥା ଏତିକିରେ ସରି ନ ଥିଲା। ୧୧ ଟ୍ରାନଜାକ୍ସନ ଅନ୍‌ଲାଇନ ଜରିଆରେ ହୋଇଥିଲା। ସେଥିରୁ ଗୋଟିଏ ଟ୍ରନ୍‌ଜାକ୍ସନ ୪ କୋଟି ୧୦ ଲକ୍ଷ ଟଙ୍କା ଚେନ୍ନାଇର ଭିଏମ୍‌ଏକ୍ସ ଇମ୍ପେକ୍ସ ପ୍ରାଇଭେଟ ଲିମିଟେଡ ଆକାଉଣ୍ଟକୁ ଯାଇଥିଲା ା ପଣ୍ଡାଙ୍କ ସହ ଏହି କମ୍ପାନୀର ସମ୍ପର୍କ କ’ଣ ତାହାକୁ ନେଇ ଏବେ ବ୍ୟାଙ୍କ କତ୍ତର୍ର୍ୃପକ୍ଷ ତନାଘନା ଚଳାଇଛନ୍ତି।
ଏ ନେଇ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ(ରିଜିଓନାଲ ମ୍ୟାନେଜର) ବିକ୍ରମ କେଶରୀ ମାନ୍ଧାତାଙ୍କୁ ପଚାରିବାରୁ ସେ ଘଟଣାକୁ ପ୍ରଥମେ ଅସ୍ବୀକାର କରିଥିଲେ। ଏହାପରେ ଘଟଣାର ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଛନ୍ତି। ସେହିପରି ସତ୍ୟସାଇ ମେଡିସିନି ଷ୍ଟୋର ମାଲିକ ଚନ୍ଦ୍ର ଶେଖର ପଣ୍ଡାଙ୍କୁ ତାଙ୍କ ଫୋନ ନମ୍ବରରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା ା ହେଲେ ତାହା ବନ୍ଦ ଥିବାରୁ ପ୍ରତିକ୍ରିୟା ନିଆଯାଇ ପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri