ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ, ଜଣେ ଗୁରୁତର
ନୂଆଗାଁ, ୭।୧୧(ଡି.ଏନ୍.ଏ): ନୟାଗଡ଼ ଜିଲା ନୂଆଗାଁ ଥାନା ଅନ୍ଧାରଖଣି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁରୁବାର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେ ହେଲେ ଅନ୍ଧାରଖଣି ଗ୍ରାମର ଲକ୍ଷ୍ମଣ ନାୟକ(୫୮)। ପ୍ରକାଶ ଯେ,…
୬ ଦଫା ଦାବିରେ ଓ୍ବାର୍ଡ ସଭ୍ୟଙ୍କ ଅନଶନ, ୧୧ ଦିନ ବିତିବା ସତ୍ତ୍ୱେ ପୂରଣ ହେଉନି ଦାବି
ହାଟଡିହୀ, ୭ା୧୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୬ ଦଫା ଦାବିନେଇ ୱାର୍ଡ଼ ସଭ୍ୟମାନେ ଅନଶନରେ ବସିଛନ୍ତି। ଦୁର୍ନୀତିର ଭିଜିଲାନ୍ସ ତଦନ୍ତ, ସରପଞ୍ଚ ଓ ପିଇଓଙ୍କୁ ବହିଷ୍କାର ସହ ଗିରଫ, କାର୍ଯ୍ୟକରି ପାଉଣା ମିଳୁ ନଥିବା,…
କାର୍ତ୍ତିକ ମାସରେ ସ୍କୁଲରେ ଅଣ୍ଡା ମନା, ଛାତ୍ରୀଛାତ୍ର ଆଣିଲେ ଅଭିଯୋଗ
ଜଗନ୍ନାଥପ୍ରସାଦ,୭।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ପଞ୍ଚୁଭୂତି ଗ୍ରାମର ଉପ୍ରା ବିଦ୍ୟାଳୟରେ ଗତ କିଛିଦିନ ଧରି ଅନିୟମିତତା ନେଇ ଅଭିଯୋଗ ହୋଇଆସୁଥିଲା। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି। ସ୍କୁଲରେ ନିମ୍ନମାନର ଖାଦ୍ୟ ଯୋଗାଣ, ଛାତ୍ରୀଛାତ୍ର ଅନୁଯାୟୀ…
ପୁରୁଷୋତ୍ତମପୁରରେ ପ୍ରଥମ ମହିଳା ପୋଲିସ ଅଧିକାରୀ: ଏସ୍ଡିପିଓ ଭାବେ ଯୋଗ ଦେଲେ ସୀମା ସ୍ବାଇଁ
ପୁରୁଷୋତ୍ତମପୁର, ୭।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏସ୍ଡିପିଓ ଭାବେ ୨୦୧୫ ବ୍ୟାଚର ଓପିଏସ୍ ପାଇଥିବା ଅଫିସର ସୀମା ସ୍ବାଇଁ ଗୁରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଟ୍ରେନିଂସାରବା ପରେ ପ୍ରଥମେ ସେ ଏଠାରୁ କାର୍ଯ ଆରମ୍ଭ କରୁଛନ୍ତି। ୧୯୩୬ ମସିହାରେ ପୁରୁଷୋତ୍ତମପୁରରେ…
ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ
ବଲାଙ୍ଗୀର ଅଫିସ, ୭।୧୧- ଓଡ଼ିଶା ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀ, ୫-ଟି ସଚିବ ଭି କେ ପାଣ୍ଡିଆନ, ଏନଆର୍ଏଚ୍ଏମ୍ ଏମ୍ଡି ଶାଳିନୀ ପଣ୍ଡିତ ଗୁରୁବାର ଅଚାନକ ବଲାଙ୍ଗୀର ଜିଲା ଗସ୍ତରେ ଆସି ଭୀମଭୋଇ ମେଡିକାଲ କଲେଜ ହସପିଟାଲ ପରିଦର୍ଶନ…
ମହିଳା କର୍ମଚାରୀଙ୍କୁ ଅସଦାଚରଣ : ଜିଆର୍ଏସ୍ ଗିରଫ
ବାସୁଦେବପୁର,୭।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟ ପରିସରରେ ଜିଆର୍ଏସ୍ ଅସଦାଚରଣ କରି ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ମହିଳା କର୍ମଚାରୀ ଜଣଙ୍କ କମ୍ପ୍ୟୁଟର କାର୍ଯ୍ୟରେ ନିୟୋଜିତ ଥିବାବେଳେ…
ଶିକ୍ଷୟିତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ସତ୍ୟତା ନାହିଁ, ତଦନ୍ତ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଛି: ମନ୍ତ୍ରୀ
ବାଲିଆପାଳ/ଭୁବନେଶ୍ୱର,୭।୧୧(ସ୍ବ.ପ୍ର./ଡି.ଏନ୍.ଏ./ବ୍ୟୁରୋ): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାଠିଆଠାରେ ଥିବା ଏକ ବିଦ୍ୟାଳୟର ଜନୈକା ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ଦେବା ଅଭିଯୋଗ ମାମଲାରେ ସତ୍ୟତା ନାହିଁ। ତଦନ୍ତ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି। ହେଲେ ବିଦ୍ୟାଳୟରେ ସୁସ୍ଥ…
କ୍ରସର ୟୁନିଟ୍ରେ ଟଙ୍କା ଆଦାୟକୁ ନେଇ ଗୁଳିକାଣ୍ଡ : ମାଲିକ ଗୁରୁତର
କୋରାପୁଟ,୭।୧୧(ସ୍ବ.ପ୍ର.): କୋରାପୁଟ ଜିଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ସିଲପଣ୍ଡି ଗ୍ରାମରେ ଥିବା ଏକ କ୍ରସର ୟୁନିଟ୍ରେ ଟଙ୍କା ଆଦାୟକୁ ନେଇ ବୁଧବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ କ୍ରସର ମାଲିକ ଗୁରୁତର ଥିବାରୁ ତାଙ୍କୁ ଗୁରବାର ବିଶାଖାପାଟଣା ସ୍ଥାନାନ୍ତର…
ଝଗଡ଼ା ସମାଧାନ କରିବାକୁ ଯାଇ ଖାଇଲେ ମାଡ଼ : ଥାନାରେ ମାମଲା, ଅଭିଯୁକ୍ତ ଅଟକ
ଦିଗପହଣ୍ଡି,୭।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗ୍ରାମର ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଚାଲିଥିବା ଝଗଡ଼ା ସମାଧାନ କରିବାକୁ ଯାଇ ତୃତୀୟ ବ୍ୟକ୍ତି ମାଡ଼ ଖାଇବା ଘଟଣା ଚର୍ଚ୍ଚା ପାଲଟିଛି। ଆଙ୍କୋରଡ଼ା ଗ୍ରାମର ଦେବ ନାଇକଙ୍କୁ ରୁନା ନାଇକ ନିସ୍ତୁକ ମାଡ଼…
ବ୍ରାଉନ୍ସୁଗାର ଜବତ, ଅଭିଯୁକ୍ତ ଗିରଫ
ବରଗଡ଼ ଅଫିସ,୭।୧୧: ବରଗଡ଼ ଟାଉନ ଥାନା ପୋଲିସ ବୁଧବାର ରାତିରେ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ସ୍ଥାନୀୟ ମହାନ୍ତିପଡ଼ାର ଶେଖ୍ ମଇନୁଦ୍ଦିନ। ତାଙ୍କ ପାଖରୁ ୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଅଭିଯୁକ୍ତଜଣଙ୍କ…
କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ : ଥାନାରେ ମାମଲା
ଦିଗପହଣ୍ଡି,୭।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଯୁକ୍ତ ୨ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ସେହି ଗାଁର ମିଥୁନ ସାହୁ (୨୨) କେଉଁଆଡ଼େ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଗୁରୁବାର ଛାତ୍ରୀଙ୍କ ବାପା ଏନେଇ କେ. ନୂଆଗାଁ…
ଚଳନ୍ତା କାର୍ରେ ଯୁବତୀଙ୍କୁ ବଳାତ୍କାର କରି ଫିଙ୍ଗିଦେବା ଘଟଣା: ଗିରଫ ହେଲେ ଅଭିଯୁକ୍ତ, କାର୍ ଜବତ
ଖୋର୍ଦ୍ଧା ଅଫିସ,୭।୧୧: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପିଏନ୍ କଲେଜ ନିକଟ ଶ୍ମଶାନ ନିକଟରେ ଜଣେ ଯୁବତୀଙ୍କୁ ଚଳନ୍ତା କାର୍ରେ ବଳାତ୍କାର କରିବା ପରେ ଦୁର୍ବୃତ୍ତ ଫିଙ୍ଗି ଦେଇ ଚାଲିଯାଇଥିଲେ। ଏହି ଘଟଣାରେ ଗୁରୁବାର ଅଭିଯୁକ୍ତଙ୍କ ସହ ଉକ୍ତ କାର୍କୁ ଜବତ…

