କ୍ରଶର ମିଲ୍‌ ବନ୍ଦ ଯୋଗୁ ଉନ୍ନୟନ କାର୍ଯ୍ୟରେ ବାଧା

ମାଲକାନଗିର,୬।୧୨ (ଡି.ଏନ୍‌.ଏ.)-
ମାଲକାନଗିରି ଜିଲାରେ ଏକମାସରୁ ଊର୍ଦ୍ଧ୍ୱ ହେବ କ୍ରଶର ମିଲଗୁଡିକ ବନ୍ଦ ରହିଛି ା ଫଳରେ ବହୁ ଘରୋଇ କାର୍ଯ୍ୟ ଏବଂ ଉନ୍ନୟନ କାର୍ଯ୍ୟ ବନ୍ଦ ହୋଇଯାଇଛି। ଏନେଇ ଠକାଦାରମାନେ ଅଭିଯୋଗ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଆର୍‌ସିପିଏଲ୍‌ ରାସ୍ତା ନିର୍ମାଣ, ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର କାର୍ଯ୍ୟ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଜଳସମ୍ପଦ ବିଭାଗ ସହ କୋଠା ନିର୍ମାଣ ପାଇଁ ହେଉଥିବା କାର୍ଯ୍ୟଗୁଡିକ ଚିପ୍‌ସ ଓ ମେଟାଲ ଅଭାବରୁ ବନ୍ଦ ହୋଇଯାଇଛି। ଦେଢ ମାସ ହେବ ଜିଲାର ଗୋଟିଏ କିମ୍ବା ଦୁଇଟି କ୍ରଶରକୁ ବ୍ଲାଷ୍ଟିଂ ଓ ମେଟାଲ ସପ୍ଲାଇ ପାଇଁ ଅନୁମତି ମିଳିଥିବା ବେଳେ ପ୍ରାୟ ୧୨ଟି କ୍ରଶରକୁ ଏଯାଏ ଅନୁମତି ମିଳିନାହିଁ। ଜିଲା ପ୍ରଶାସନ ପକ୍ଷରୁ ଗ୍ରୀନ୍‌ ଟ୍ରିବ୍ୟୁନାଲ ଦ୍ୱାରା ଧାର୍ଯ୍ୟ ନୀତିନିୟମ ଅନୁଯାୟୀ କ୍ରଶର ଚଲାଇବାକୁ ସମସ୍ତ କାଗଜପତ୍ର ଯାଞ୍ଚ ଚାଲିଥିବାରୁ କ୍ରଶରଗୁଡିକ ଚାଲିବାକୁ ଅନୁମତି ପ୍ରଦାନ କରାଯାଉ ନ ଥିବା ଜଣାପଡଛି। ଅନ୍ୟପକ୍ଷରେ ଏହା ଜାରି ରହିଲେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଉନ୍ନୟନ ବିଭାଗ କାର୍ଯ୍ୟ ଶେଷ ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ସଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। କ୍ରଶର ବନ୍ଦ ଯୋଗୁ ଜିଲାରେ ଆବାସ ଯୋଜନାରେ ଗୃହ ନିର୍ମାଣ ମଧ୍ୟ ବନ୍ଦ ରହିଛି। ତେବେ ଜିଲା ପ୍ରଶାସନ ପକ୍ଷରୁ କ୍ରଶର ମାଲିକମାନଙ୍କୁ ଡକାଇ କ୍ରଶର ପରିଚାଳନା ଲାଗି ଜରୁରୀ କାଗଜପତ୍ର ଦାଖଲ କରିବାକୁ କୁହାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?