ବିଚ୍ଛିନ୍ନାଞ୍ଚଳରେ ଜରୁରିକାଳୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପହଞ୍ଚତ୍ଲା ୧୦୮ ଆମ୍ବୁଲାନ୍ସ ଲଞ୍ଚ

ଚିତ୍ରକୋଣ୍ଡା,୬।୧୨(ଡି.ଏନ.ଏ.)-
ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ୫ଟି ପଞ୍ଚାୟତ ପଣଷପୁଟ, ଯୋଡ଼ମ୍ବ, ଅଣ୍ଡିରାପାଲି, ଯନ୍ତ୍ରୀ ଓ ଗାଜୁଲୁମାମୁଡ଼ି ପଞ୍ଚାୟତର ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ୧୦୮ ଆମ୍ବୁଲାନ୍ସ ଲଞ୍ଚ ପହଞ୍ଚତ୍ଛି। ଏହି ପଞ୍ଚାୟତଗୁଡିକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ସର୍ବଦା ଜଳବନ୍ଦୀ ହୋଇ ରହୁଛି। ଚିତ୍ରକୋଣ୍ଡା ସ୍ପିଲଓ୍ବେ ଲଞ୍ଚ ଘାଟଠାରୁ ଏହି ୫ଟି ପଞ୍ଚାୟତକୁ ଯିବାକୁ ହେଲେ ଜଳପଥ ଦେଇ ପ୍ରାୟ ୫୦ କିଲୋମିଟର ଲଞ୍ଚ, ବୋଟ କିମ୍ବା ଦେଶୀ ଡଙ୍ଗାରେ ଯାତାୟାତ କରିବାକୁ ପଡେ। ଏହି ବିଚ୍ଛିନ୍ନାଞ୍ଚଳର ଜନସାଧାରଣଙ୍କୁ ଅନେକ ସମୟରେ ସ୍ବାସ୍ଥ୍ୟସେବା ପାଇଁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଥିଲା। ମାଲକାନଗିରି ଜିଲାକୁ ୫-ଟି ସଚିବ ଭି. କେ. ପାଣ୍ଡିୟାନଙ୍କ ଗସ୍ତ ପରେ ଜିଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ଯୋଜନା କରିଥିଲେ। ତାଙ୍କ ନିର୍ଦ୍ଦେଶରେ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ଉଦ୍ୟମରେ ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରୁ ଯନ୍ତାପାଇ ପର୍ଯ୍ୟନ୍ତ ରୋଗୀଙ୍କୁ ପ୍ରତ୍ୟହ ମାଗଣାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଆରମ୍ଭ ହୋଇଥିବା ବିଜୁ ହେଲଥ ଗାଡି ଚାଲୁଛି। ଏହି ସେବା ପରେ ଏବେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଚିତ୍ରକୋଣ୍ଡା ସ୍ପିଲଓ୍ବେ ଲଞ୍ଚ ଘାଟରେ ୧୦୮ ଆମ୍ବୁଲାନ୍ସ ଲଞ୍ଚ ପହଞ୍ଚତ୍ଛି। ଏହାକୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଅଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ମହନ୍ତଙ୍କୁ ହସ୍ତାନ୍ତର କରାଯାଇଛି। ଏହା ଖୁବ୍‌ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବ ବୋଲି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଅଧ୍ୟକ୍ଷ ଡାକ୍ତର ମହନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

ମାଲକାନଗିରି ପୋଲିସକୁ ଆଉ ଏକ ବଡ଼ ସଫଳତା: ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୨୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସକୁ ପୁଣିଥରେ ଏକ ବଡ଼ ସଫଳତା ମିଳିଛି। ମାଓବାଦୀଙ୍କ ଡମ୍ପ୍‌ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri