ଦିବ୍ୟାଙ୍ଗ ପୁଓର ଚିକିଛା ଲାଗି ଟଁକା ଅଭାବ: ଗରିବ୍‌ ମା’ବାପ୍‌ ହଟହଟା, ପରଶାସନ ଚୁପ୍‌

 

ଧମା, ୬।୧୨ (ଡି.ଏନ.ଏ.)-
ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଦିବ୍ୟାଙ୍ଗମାନକର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ ଇଥିର ଲାଭ ନାଇଁ ପାଏବାର। ଏନ୍‌ତାଥି ନିଜର ଦିବ୍ୟାଙ୍ଗ ଛୁଆପିଲାକର ଚିକିଛା, ସରକାରୀ ସୁବିଧା ସୁଯୋଗ ଲାଗି ଗରିବ୍‌ ମା’ବାପ୍‌ମାନେ ହଇରାନ ହରକତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଲିପିଣ୍ଡା ପଁଚେତ୍‌ ୬ ନମ୍ବର ୱାର୍ଡରେ।
ସୂଚନା ଅନ୍‌ସାରେ ଲିପିଣ୍ଡା ପଁଚେତ୍‌ ୬ ନମ୍ବର ଓ୍ବାର୍ଡର ରବୀନ୍ଦ୍ର ପଧାନ(୪୦)କଁର ପରିବାର କହେଲେ ମାଏକିନା କୁମୁଦିନୀ(୩୫) ଆର ଦୁଇ ପୁଓ ଆୟୁଷ(୭), ଅଭିଷେକ(୪)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ବଲି କଛି ନାଇଁ। ରବୀନ୍ଦ୍ର କୁଲିମଜୁରି କରି ନିଜର କୁଟୁମ ପୁଷୁଛନ୍‌। ଅଭାବ ଅନାଟନ ଲାଗି ନିଜର ବଡ଼ପୁଓ ଆୟୁଷକେ ତାକର ମାମୁ ଘରେ ଛାଡ଼ିଦେଇଛନ୍‌। ସେନ୍‌ତା ସାନପୁଓ ଅଭିଷେକ ଜନ୍‌ମୁ ଦିବ୍ୟାଙ୍ଗ। ସେ ଚାଲବୁଲ, କଥା କହି ନାଇଁ ପାରବାର। ସେ ୪ ବଛ୍‌ରର ହେଲା ଉତାରୁ ବି ତାକର ହାତ ବେଭାର କରି ନାଇଁ ପାରବାର। ଗରିବ୍‌ ମା’ବାପ୍‌ ପୁଓକେ ସମ୍ବଲପୁର ସଦର ଡାକ୍‌ତରଖାନାରେ ଅନେକ ଥର ଚିକିଛା କରେଇଛନ୍‌। ସବୁଥର ଡାକ୍‌ତର କେତେ ବ୍ୟାୟାମ ଶିଖେଇ ଦେଇ ଘରେ ଅଭିଆସ କରାବାକେ କହି ଛାଡ଼ି ଦେଉଛନ୍‌। ହେଲେ ସେଥ୍‌ରେ କିଛି ଲାଭ୍‌ ନାଇଁ ହେବାର ବଲି ଅଭିଷେକକଁର ମା’ କୁମୁଦିନୀ କହିଛନ୍‌। ଇଆଡ଼େ ଅଭାବ ଅନାଟନ ଲାଗି ଗରିବ୍‌ ମା’ବାପ୍‌ ପୁଓର ଉଚ ଚିକିଛା କରେଇ ନାଇଁପାରବାର। ରବୀନ୍ଦ୍ର ପୁଓର ଚିକିଛା ସାହାଯ୍‌ ଆର ଦିବ୍ୟାଙ୍ଗ ପରମାନପତର ଲାଗି ବ୍ଲକରେ ଅନେକ ଥର ଆବେଦନ କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ସେନ୍‌ତା ଅଭିଶେଷକୁଁ କୁମୁଦିନୀ ଘରେ ଏକଲା ଛାଡ଼ି କାହିଁ କାମ୍‌ବୁତା କରିଯାଇ ନାଇଁପାରବାର। ଏନ୍‌ତାଥି ରବୀନ୍ଦ୍ର କୁଲିମଜୁରି କରି ଯାହା କମଉଛନ୍‌ ସେଟା ପେଟ୍‌କେ ଅଁଟ୍‌ଲେ ଦିହିକେ ନାଇଁ। ଅଭାବ ଅନାଟନ, ସରକାରୀ ସାହାଯ୍‌ ଅଭାବୁ ଆଏଜ୍‌ ବି କୁଟୁମଟା ଗୁଟେ ଭଂଗା ଦଦ୍‌ରା କୁରିଆରେ ମୁଡ଼ ଗୁଁଜିଛନ୍‌। ଜିଲା ଆର ବ୍ଲକ ପରଶାସନ ଇ ଗରିବ୍‌ ପରିବାର ଉପରେ ଦୁରୁଷ୍‌ଟି ଦେଇ ଅଭିଷେକକୁଁ ଚିକିଛା ସାହାଯ୍‌ ଆର ପରିବାରକେ ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri