ଚାଷୀଙ୍କୁ ଦିଆଯାଉଛି ପୁରୁଣା କୃଷି ଯନ୍ତ୍ରପାତି

ବାରିପଦା ଅଫିସ,୬ା୧୨- ମୟୂରଭଞ୍ଜ ଜିଲା ବାରିପଦାରେ କୃଷକମାନଙ୍କୁ ପୁରୁଣା ଯନ୍ତ୍ରପାତିକୁ ରଙ୍ଗ ଦେଇ ନୂଆ କରି ବିକ୍ରୟ କରାଯାଉଛି। ଏହାକୁ କୃଷକ ମହଲରେ ବିରୋଧ କରାଯାଇଛି। ସୂଚନା ଅନୁଯାୟୀ ବାରିପଦା ଆଶୀର୍ବାଦ ଛକଠାରେ କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଛି। ଏହି କାର୍ଯ୍ୟାଳୟ ଜରିଆରେ କୃଷକମାନଙ୍କୁ ବିଭିନ୍ନ ପ୍ରକାର ଆଧୁନିକ ଯନ୍ତ୍ରପାତି ରିହାତିରେ ପ୍ରଦାନ କରାଯାଏ। ଗତ ବର୍ଷ ଚାଷୀମାନଙ୍କୁ ରିହାତି ମୂଲ୍ୟରେ ପ୍ରଦାନ କରିବା ପାଇଁ ପେଡାଲ ପେଡି ଥ୍ରେସର ମେଶିନ କୃଷି ବିଭାଗ ପକ୍ଷରୁ ଅଣାଯାଇଥିଲା। ଏହାକୁ ସେତେବେଳେ ବହୁ ସଂଖ୍ୟାରେ କୃଷକମାନେ ନେଇଥିଲେ। ଏହାବାଦ ବହୁ ମେଶିନ ବଳକା ରହି ଯାଇଥିଲା। ଏହି ପୁରୁଣା ମେଶିନଗୁଡିକରେ କଳଙ୍କି ଲାଗି ଯାଇଛି। ଯାହା ବ୍ୟବହାର ଉପଯୋଗୀ ନୁହେଁ। ତେବେ ଏହି ମେଶିନ ଗୁଡିକୁ ଯୋଗାଣକାରୀ ସଂସ୍ଥାକୁ ଫେରାଇ ଚଳିତ ବର୍ଷ ନୂତନ ମେଶିନ ଅଣାଯିବା କଥା। ହେଲେ କର୍ତ୍ତୃପକ୍ଷ ଏଭଳି କରିନାହାନ୍ତି। ପୁରୁଣା ମେଶିନକୁ ନୂଆ କରିବା ପାଇଁ ସେଗୁଡିକୁ ରଙ୍ଗ କରାଯାଉଛି। ଏହା ପୁଣି କୃଷି ବିଭାଗ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କରାଯାଉଛି। ଏହି ମେଶିନକୁ ଚାଷୀ ନେଇ ବ୍ୟବହାର କରିଲେ ଅଳ୍ପ ଦିନରେ ନଷ୍ଟ ହେବାର ସମ୍ଭାବନା ରହିଛି।
ଏ ନେଇ କୃଷି ବିଭାଗ ନିର୍ବାହୀ ଯନ୍ତ୍ରୀ ପିକେ ବେହେରାଙ୍କୁ ପଚାରିବାରୁ ଗତ ବର୍ଷ ଆସିଥିବା କେତେକ ପୁରୁଣା ମେଶିନ ରହି ଯାଇଛି। ଏହି ମେଶିନଗୁଡିକୁ ଯୋଗାଣକାରୀ ସଂସ୍ଥା ରଙ୍ଗ କରୁଛି। ପୁରୁଣା ଦେଖା ଯାଉଥିବାରୁ ଏହାକୁ କୃଷକମାନେ ନେଉ ନାହାନ୍ତି। ରଙ୍ଗ କରିବା ପରେ କୃଷକମାନଙ୍କୁ ପ୍ରଦାନ କରାଯିବ ବୋଲି ଅତି ହାଲୁକା ଭାବେ କହିଛନ୍ତି। ଏଦିଗରେ ବିଭାଗୀୟ ଉଚ୍ଚ ଅଧିକାରୀ ଓ ଜିଲାପାଳ ଦୃଷ୍ଟି ଦେଲେ ଜିଲାର ଚାଷୀକୁଳ ଠକେଇର ଶିକାର ହେବାରୁ ବଞ୍ଚିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୨ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri