ଆସିକା ଚିନିଶିଳ୍ପର ସାଧାରଣ ବୈଠକ: ଆଧୁନିକୀକରଣ ନିମନ୍ତେ ୪୨କୋଟି ଟଙ୍କାର ବ୍ୟୟ ଅଟକଳ
ଆସିକା, ୨୮ା୧୧(ଡି.ଏନ୍.ଏ.)-ଆସିକା ସମବାୟ ଚିନିଶିଳ୍ପ ପରିଚାଳନା ପରିଷଦର ସାଧାରଣ ବୈଠକ ବୁଧବାର ମଧ୍ୟାହ୍ନରେ ଚିନିଶିଳ୍ପ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ପରିଚାଳନା ପରିଷଦ ସଭାପତି ବିପିନ ବିହାରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ବୈଠକରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ସଭାପତି…
ଆଦିବାସୀଙ୍କ ଧାରଣା ପ୍ରତ୍ୟାହୃତ
ପାତ୍ରପୁର,୨୮ା୧୧(ଡି.ଏନ୍.ଏ.)-ପାତ୍ରପୁର ବ୍ଲକ ତୁମ୍ବା, ବୁରାତାଲ ଓ ଆଙ୍କୁଲି ପଞ୍ଚାୟତବାସୀ ତିତ୍ଲି ବାତ୍ୟା ପରବର୍ତ୍ତୀ ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ଠାରୁ ତହସିଲ କାର୍ଯ୍ୟାଳୟ ଆଗରେ ଦେଇଥିବା ଧାରଣା ବୁଧବାର ସନ୍ଧ୍ୟାରେ ଉପଜିଲାପାଳଙ୍କ ଲିଖିତ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହୋଇଛି। ପ୍ରକାଶ ଯେ,…
୧୦ ଦିନ ପରେ ଥାନାରେ ଏତଲା
ଗଞ୍ଜାମ,୨୮ା୧୧(ଡି.ଏନ.ଏ.)- ଗଞ୍ଜାମ ଥାନା ଅଞ୍ଚଳରେ ଜଣେ ନାବାଳିକା (୧୬)ଙ୍କୁ ଅପହରଣ କରାଯାଇଥିବା ନେଇ ଗତ ୨୧ରେ ଅଭିଯୋଗ ହୋଇଛି। ଅପହରଣର ୧୦ ଦିନ ପରେ ଅପହୃତା ନାବାଳିକାଙ୍କ ଆଇଙ୍କ ଏତଲାକୁ ଭିତ୍ତି କରି ପୋଲିସ ନଂ. ୧୧୧/୧୯ରେ ମାମଲା ରୁଜୁ କରି…
ଶାଶୁ, ଶ୍ୱଶୁର, ଦିଅରଙ୍କ ମାଡ଼ରେ ବୋହୂ ଗୁରୁତର
ଖଲ୍ଲିକୋଟ,୨୮ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ମହେଶ୍ୱରପୁର ଗ୍ରାମରେ ବୁଧବାର ଶାଶୁ, ଶ୍ୱଶୁର ଓ ଦିଅରଙ୍କ ମାଡ଼ରେ ବୋହୁ ଗୁରୁତର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ନଂ. ୩୪୭/୧୯ରେ ମାମଲା ରୁଜୁ କରି ଖଲ୍ଲିକୋଟ ପୋଲିସ ତଦନ୍ତ ଚଳାଇଛି। ମାଣିକପୁରର ଭରତ ଦୁହୁଡ଼ିଙ୍କ…
ମହିଳାଙ୍କ ତଣ୍ଟିକାଟି ହତ୍ୟା
ଶେରଗଡ଼,୨୮ା୧୧(ଡି.ଏନ୍.ଏ.)-ଗଞ୍ଜାମ ଜିଲା ଶେରଗଡ଼ ନିକଟସ୍ଥ ପାରସିଙ୍ଗି ଗ୍ରାମରେ ବୁଧବାର ରାତି ପ୍ରାୟ ୯ଟାରେ ଜଣେ ମହିଳାଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ମୃତ ମହିଳା ଜଣକ ହେଲେ କବିତା ସେଠୀ (୪୨)। ଏ ନେଇ ବଡ଼ଗଡ଼ ପୋଲିସ ନଂ. ୨୭୫/୧୯ରେ ମାମଲା ରୁଜୁ…
ସରପଞ୍ଚ ଉପନିର୍ବାଚନକୁ ନେଇ ଉତ୍ତେଜନା: ଭୋଗରାଇ ବ୍ଲକ ପରିସର ରଣକ୍ଷେତ୍ର
ଭୋଗରାଇ,୨୮।୧୧(ଡି.ଏନ.ଏ.)- ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ କାର୍ଯ୍ୟାଳୟ ପରିସର ବୁଧବାର ସନ୍ଧ୍ୟାରେ ରଣକ୍ଷେତ୍ର ପାଲଟିଛି। ବ୍ଲକ ଅଧୀନ ଶ୍ରଦ୍ଧାପୁର ଓ କସବାକମର୍ଦ୍ଦା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପୂର୍ବାହ୍ନରେ ଉପନିର୍ବାଚନ ହୋଇଥିଲା। ମଧ୍ୟାହ୍ନ ୧୨ଟା ସମୟରେ ମତଦାନ ଶେଷ ହେବାରୁ ଭୋଟ…
ଗୁଳି ଫୁଟାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍ ଉଦ୍ୟମ
ବାହାନଗା/ସୋର, ୨୮।୧୧(ଡି.ଏନ୍.ଏ.)- ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନାୟକ ବନ୍ଧ ଛକରେ ବୁଧବାର ମଧ୍ୟାହ୍ନରେ ୩ ଜଣ ଡକାୟତ ବାଇକ୍ରେ ଆସି ଗୁଳି ଫୁଟାଇ ଏକ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍ ଉଦ୍ୟମ କରିଥିବା ନେଇ…
ଆର୍ଏମ୍ସି ପକ୍ଷରୁ କୃଷକ ବଜାର ଲୋକାର୍ପିତ: ‘ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ’
ଢେଙ୍କାନାଳ ଅଫିସ, ୨୮ା୧୧: ଢେଙ୍କାନାଳ ନିୟନ୍ତ୍ରିତ ବଜାର କମିଟି (ଆରଏମ୍ସି) ପକ୍ଷରୁ ବୁଧବାର ଅପରାହ୍ନ ୧ଟା ୪୫ରେ କୈବଲ୍ୟ ବଜାର ଗାୟତ୍ରୀ ମନ୍ଦିର ନିକଟରେ ନବନିର୍ମିତ କୃଷକ ବଜାର ଉଦ୍ଘାଟିତ ହୋଇଯାଇଛି। ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ…
ନ୍ୟାୟ ପାଇଁ ଦିବାରାତ୍ର ଅନଶନରେ ଛାତ୍ରୀଛାତ୍ର
ବାଲେଶ୍ୱର ଅଫିସ,୨୮।୧୧- ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ରାଜ୍ୟର ଫକୀରମୋହନ ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଭଳି ୪ଗୋଟି ବିଶ୍ୱବିଦ୍ୟାଳୟର ବିଏଡ୍-ଏମ୍ଏଡ୍ ଛାତ୍ରୀଛାତ୍ରମାନେ ଶିକ୍ଷକ ପ୍ରବେଶିକା ପରୀକ୍ଷା (ଓଟିଇଟି, ସିଟିଇଟି, ଓଏସ୍ଏସ୍ଟିଇଟି) ଦେଇପାରୁ ନ ଥିବାରୁ…
ଓଭରଲୋଡିଂ ଗାଡ଼ି ଚଳାଚଳ ଉପରେ କଟକଣା: ବଜାର ଅଞ୍ଚଳରେ ୬ ଘଣ୍ଟା ବନ୍ଦ
ବନ୍ତ, ୨୮।୧୧(ଡି.ଏନ.ଏ.)-ଭଦ୍ରକ-ଆନନ୍ଦପୁର ୫୩ ନଂ. ରାଜ୍ୟ ରାଜପଥର ବନ୍ତ ବଜାର ଅଞ୍ଚଳରେ ଗତ କିଛିଦିନ ଧରି ଓଭରଲୋଡିଂ ଗାଡ଼ି ଚଳାଚଳକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ଏ ସମ୍ପର୍କରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଆସୁଥିଲା। ୪ ଦିନ…
ନିଆରା ବାଲିଠାକୁରାଣୀ ପୂଜା: ଦେଉଛି ସଦ୍ଭାବନା ଓ ସହଯୋଗର ବାର୍ତ୍ତା
ହାଟଡିହୀ, ୨୮ା୧୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ସୁଲଣ ଓ ଜଳସରପୁର ଗ୍ରାମରେ ୫ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ମା’ ବାଲିଠାକୁରାଣୀଙ୍କ ପୂଜା ଅଞ୍ଚଳବାସୀଙ୍କ ମନରେ ନିଆରା ସାଂସ୍କୃତିକ ଚେତନା ସୃଷ୍ଟି କରିଆସିଛି। ଚଳିତବର୍ଷ ୯ ଦିନ ଧରି ଆୟାଜିତ…
ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ୍ ଟୁର୍ନାମେଣ୍ଟ; ୬ ଗ୍ରାଉଣ୍ଡରେ ଖେଳାଗଲା ୧୨ ମ୍ୟାଚ
ଅନୁଗୋଳ ଅଫିସ, ୨୮।୧୧: ଅନୁଗୋଳ ଜିଲାରେ ବୁଧବାର ୧୭ବର୍ଷରୁ କମ୍ ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି। ୬ ଗ୍ରାଉଣ୍ଡରେ ମୋଟ ୧୨ ମ୍ୟାଚ ଖେଳାଯାଇଥିଲା। ପୁରୁଷ ବିଭାଗରେ ୫ଟି ପଡ଼ିଆରେ ମୋଟ ୧୦ଟି ମ୍ୟାଚ୍ ଖେଳାଯାଇଥିଲା। ଟାଉନ ହାଇସ୍କୁଲ…

