ରେଳ ଧାରଣାରୁ ମଦ ଦୋକାନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ଘଟଣା: ଯୋଜନାବଦ୍ଧ ହତ୍ୟା ନେଇ ଏସ୍‌ପିଙ୍କୁ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୨୩ା୧୨: ତିର୍ତ୍ତୋଲ ଗୋପିଆକୁଦସ୍ଥିତ ସରକାରୀ ଦେଶୀ ମଦ ଦୋକାନରେ କାମ କରୁଥିବା ଅମୀନ ସେଠୀ(୩୫) ନାମକ ଯୁବକଙ୍କ ମୃତଦେହ ଶନିବାର ରେଳଧାରଣାରୁ ଉଦ୍ଧାର କରାଯାଇଥିଲା। ୨୦ ତାରିଖ ଅପରାହ୍ନରେ ତାଙ୍କଠାରୁ ୫,୫୬,୦୦୦ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗର ୧୨ ଘଣ୍ଟା ଭିତରେ ତାଙ୍କ ମୃତ୍ୟୁ ଖବର ମିଳିଥିଲା। ଅମୀନଙ୍କ ମୃତଦେହ ଥାନା ଅଧୀନ ନିମକଣା ପାସେଞ୍ଜର ହଲ୍ଟ (ପିଏଚ୍‌) ନିକଟ ରେଳ ଧାରଣାରେ ପଡ଼ିଥିଲା। ଏ ସମ୍ପର୍କରେ ଅମୀନଙ୍କ ବଡ ଭାଇ ଫକୀର ରବିବାର ଏସ୍‌ପିଙ୍କୁ ସାକ୍ଷାତ କରି ହତ୍ୟା ଅଭିଯୋଗ କରିଛନ୍ତି। ସେ ମଦ ଦୋକାନ ପରିଚାଳନା ଦାୟିତ୍ୱରେ ଥିବା ବାଲିକୁଦା ଅଞ୍ଚଳର ଶରତ ନାୟକ, ତାଙ୍କ ପୁତୁରା ପ୍ରକାଶ ନାୟକ ଓ ମଦ ଦୋକାନର ଅନ୍ୟତମ ସେଲ୍‌ସ ମ୍ୟାନ୍‌ ଖୁଚୁରା ସେଠୀଙ୍କ ଆଡକୁ ଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଯୋଜନାବଦ୍ଧ ଭାବେ ତାଙ୍କ ଭାଇଙ୍କୁ ଏହି ତିନିହେଁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବା ପାଇଁ ରେଳ ଧାରଣାରେ ପକାଇ ଦେଇଥିଲା ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଅଭିଯୋଗର ଗମ୍ଭୀରତା ଦୃଷ୍ଟିରୁ ଏ ସମ୍ପର୍କରେ ମାମଲା ରୁଜୁ କରିବା ପାଇଁ ତିର୍ତ୍ତୋଲ ଥାନା ଆଇଆଇସିଙ୍କୁ ଏସ୍‌ପି ନିର୍ଦ୍ଦେଶ ଦେବାପରେ ତିର୍ତ୍ତୋଲ ପୋଲିସ ମାମଲା (୩୮୩/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଫକୀରଙ୍କ ଅଭିଯୋଗ ଅନୁଯାୟୀ, ମଦ ଦୋକାନଟି କେନ୍ଦ୍ରାପଡ଼ା ଅଞ୍ଚଳର ବନ୍ଦନା ସାହୁଙ୍କ ନାଁରେ ରହିଛି। କିନ୍ତୁ ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି ବାଲିକୁଦା ତିହୁଡ଼ି ଅଞ୍ଚଳର ଶରତ ନାୟକ। ୫ ବର୍ଷ ପୂର୍ବେ ଅମୀନଙ୍କୁ ଶରତଙ୍କ ପୁତୁରା ମଦ ଦୋକାନରେ ସେଲ୍ସ ମ୍ୟାନ୍‌ ଚାକିରି ଦେବାରେ ସହାୟତା କରିଥିଲେ। ୨/୩ ମାସ ହେବ କୌଣସି କାରଣରୁ ପ୍ରକାଶଙ୍କୁ ତାଙ୍କ ଦାଦା ଶରତ ଟଙ୍କା ହେରଫେର ଅଭିଯୋଗରେ ଦୋକାନରୁ ବାହାର କରି ଦେଇଥିଲେ। କିନ୍ତୁ ବ୍ୟାଙ୍କରୁ ଟଙ୍କା ଆଣିବା ନେବା ଦାୟିତ୍ୱ ଅମୀନଙ୍କ ଉପରେ ନ୍ୟସ୍ତ କରିଥିଲେ। ମଦ ଦୋକାନରେ ଖୁଚୁରା ସେଠୀ ନାମକ ଆଉ ଜଣେ ସେଲ୍ସ ମ୍ୟାନ୍‌ ଅଛନ୍ତି। ପ୍ରକାଶଙ୍କ ସହ ଖୁଚୁରାଙ୍କ ସମ୍ପର୍କ ଭଲ। ୨୦ ତାରିଖ ଅପରାହ୍ନ ପ୍ରାୟ ୨ଟା ବେଳେ ଅମୀନ ମଦ ଦୋକାନରୁ ଟଙ୍କା ନେଇ ଜମା କରିବାକୁ ବାଲିକୁଦାସ୍ଥିତ ଶରତଙ୍କ ଘର ପାଖ ବ୍ୟାଙ୍କ ଶାଖାକୁ ଯାଉଥିଲେ। ବାଟରେ ୨ ଯୁବକ ବନ୍ଧୁକ ଦେଖାଇ ତାଙ୍କ ଠାରୁ ଟଙ୍କା ଲୁଟି ନେଇଥିଲେ। ପରେ ଅମୀନ ତିର୍ତ୍ତୋଲ ଥାନାରେ ଅଭିଯୋଗ କଲାପରେ ମାମଲା ରୁଜୁ ହୋଇଥିଲା। ଅପରାହ୍ନରେ ଅମୀନଙ୍କୁ ଧରି ପୋଲିସ ଲୁଟ୍‌ ସ୍ଥାନ ଯାଇ ତଦନ୍ତ କରିଥିଲା। ଶେଷରେ ଅମୀନଙ୍କୁ ମଦ ଦୋକାନରେ ଛାଡି ଦେଇଥିଲା। ରାତିରେ ସେ ମଦ ଦୋକାନରେ ରହିଥିଲେ। ଅମୀନଙ୍କ ମୋବାଇଲ ନ ଥିବାରୁ ରାତି ପ୍ରାୟ ୧୧ଟା ବେଳେ ସେ ଖୁଚୁରାଙ୍କ ଫୋନ୍‌ରୁ କଲ୍‌ କରିଥିଲେ। ମୋତେ ଷଡ଼ଯନ୍ତ୍ର, କହିଥିବା ବେଳେ ଆଉ କିଛି ଶୁଭି ନ ଥିଲା। କେହି ତାଙ୍କ ହାତରୁ ଫୋନ୍‌ ଛଡାଇ ନେବା ଭଳି ଅନୁଭବ ହୋଇଥିଲା। ଏହା ତାଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ଭୋରୁ ଅମୀନ ରହୁଥିବା ଘରେ ପହଞ୍ଚତ୍ଲା ପରେ ଘର ଭିତର ଓ ବାହାର ଧୁଆ ହୋଇଥିବା ଦେଖା ଯାଇଥିଲା। କିନ୍ତୁ ଘରେ କେହି ନ ଥିଲେ। ଖୁଚୁରାଙ୍କୁ ଫୋନ୍‌ କରିବାରୁ ରାତି ୩ଟାରୁ ତୁମ ଭାଇ କୁଆଡେ ଚାଲି ଯାଇଛନ୍ତି। ତେଣୁ ତାଙ୍କୁ ଖୋଜିବାକୁ ସେ ବୁଲୁଥିବା କହିଥିଲେ। ତେବେ ଘରକୁ ଫେରି ଯାଆନ୍ତୁ। ଖବର ପାଇଲା ପରେ ଫୋନ୍‌ କରିବି ବୋଲି କହିଥିଲେ। ଦିନ ପ୍ରାୟ ୧୧ଟାରେ ଖୁଚୁରା ଫୋନ କରି ଅମୀନଙ୍କ ମୃତଦେହ ନିମକଣା ନିକଟ ରେଳ ଧାରଣାରେ ପଡିଥିବା ସୂଚନା ଦେଇଥିଲେ। ଏଥିରେ ସେମାନେ ହତବାକ୍‌ ହେବା ସହ ସରପଞ୍ଚ ଓ ଅନ୍ୟମାନଙ୍କୁ ଧରି ନିମକଣା ଯାଇଥିଲେ। କିନ୍ତୁ ମୃତଦେହ ନିକଟରେ କେହି ନ ଥିବା ଦେଖିବାକୁ ମିଳିଥିଲା। ଏହାପରେ ସେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ଥାନା ଅଧିକାରୀ ଅଭିଯୋଗ ଗ୍ରହଣ କରି ନ ଥିଲେ ବୋଲି ଫକିର ଅଭିଯୋଗରେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, କଟକ ଜିଆର୍‌ପି ପକ୍ଷରୁ ଏ ସମ୍ପର୍କରେ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଆର୍‌ପି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?