ପ୍ରାଥମିକ ବିଦ୍ୟାଳୟ ଲାଇବ୍ରେରି ବହି କିଣାରେ ଚଞ୍ଚକତା

ଜଗତ୍‌ସିଂହପୁର ଅଫିସ,୨୩ା୧୨: ଜଗତ୍‌ସିଂହପୁର ଜିଲାରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ଲାଇବ୍ରେରି ବହି କିଣାରେ ଚଞ୍ଚକତା କରାଯାଉଛି। ନିର୍ଦ୍ଦିଷ୍ଟ ପ୍ରକାଶକଙ୍କ ସହ ଗୁପ୍ତ ବୁଝାମଣା କରାଯାଇ କମିଶନ ଆକାରରେ ମୋଟା ଅଙ୍କର ଅର୍ଥ ରୋଜଗାର ଚାଲିଛି। ବିଦ୍ୟାଳୟଗୁଡିକ ସେମାନଙ୍କ ପସନ୍ଦର ବହି କିଣିବା ପାଇଁ ସରକାରୀ ନିର୍ଦ୍ଦେଶ ଥିଲେ ସୁଦ୍ଧା ତାହା ହେଉନି। ପାଟି ଖୋଲିଲେ ବିପଦ ଥିବାରୁ ଏକାଧିକ ବିଦ୍ୟାଳୟ କର୍ତ୍ତୃପକ୍ଷ ବାଧ୍ୟ ବାଧକତାରେ ତାହା କିଣୁଛନ୍ତି। ନାମ ଗୋପନ ରଖି ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଏକାଧିକ ଶିକ୍ଷକ। ଏହି ପ୍ରସଙ୍ଗ ଏବେ ସାରା ଜିଲାରେ ଆଲୋଚନାର ବିଷୟ ହୋଇଛି।
ଜିଲାରେ ମୋଟ ଉପରେ ୧,୧୭୩ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି। ଏହିସବୁ ବିଦ୍ୟାଳୟଗୁଡିକୁ ଲାଇବ୍ରେରି ବହି କିଣିବା ପାଇଁ ୪୭,୯୧,୫୪୦ ଟଙ୍କା ଅନୁଦାନ ଆସିଛି। ଓପେପା ନିର୍ଦ୍ଦେଶ ୧ମରୁ ୮ମ ଶ୍ରେଣୀ ଥିବା ବିଦ୍ୟାଳୟ ପିଛା ୬,୯୮୦ ଟଙ୍କା ଦିଆଯାଇଛି। ସେହିପରି ୬ଷ୍ଠରୁ ୮ମ ୪,୯୮୦, ୧ମରୁ ୫ମ ୨,୯୮୦ ଟଙ୍କା ଦିଆଯିବା ବ୍ୟବସ୍ଥା କରାଯାଇଛି। ଏହି ଅନୁଦାନରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏନ୍‌ବିଟି (ନ୍ୟାଶନାଲ ବୁକ୍‌ ଟ୍ରଷ୍ଟ), ଏନ୍‌ସିଇଆର୍‌ଟି (ନ୍ୟାଶନାଲ ସେଣ୍ଟର ଫର ଚିଲ୍‌ଡ୍ରେନ୍ସ ଲିଟ୍‌ରେଚର୍‌), ରାଜ୍ୟ ସରକାରଙ୍କ ସଂସ୍କୃତି ଓ ଅନ୍ୟ ବିଭାଗ ଦ୍ୱାରା ପ୍ରକାଶିତ ବହି କିଣିବା ପାଇଁ ନିର୍ଦ୍ଦେଶ ରହିଛି। ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକଙ୍କ ପକ୍ଷରୁ ଓପେପା ନିର୍ଦ୍ଦେଶାବଳୀ ସମ୍ପର୍କରେ ପ୍ରାଥମିକ ବିଦ୍ୟାଳୟଗୁଡିକୁ ଅବଗତ କରାଯାଇଥିଲା। କିନ୍ତୁ ବେସରକାରୀ ଭାବେ ବିଦ୍ୟାଳୟଗୁଡିକୁ ନିର୍ଦ୍ଦିଷ୍ଟ ପ୍ରକାଶକଙ୍କ ବହି କିଣିବାକୁ ଚାପ ପକା ଯାଇଥିଲା। ଏ ସମ୍ପର୍କରେ କେତେଜଣ ପ୍ରଧାନଶିକ୍ଷକ ନାମ ଗୋପନ ରଖି କହିଛନ୍ତି, ସିଆର୍‌ସିସିମାନଙ୍କ ଜରିଆରେ ବହି ବାହାରୁ ନ କିଣିବା ପାଇଁ କୁହାଯାଇଥିଲା। ପ୍ରକାଶକଙ୍କ ସହ ଯୋଗାଯୋଗ ସରିଛି ଏବଂ ବହି ପହଞ୍ଚାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା। ହେଲେ ଯେଉଁ ବହି ସେମାନଙ୍କ ଲାଇବ୍ରେରିରେ ଅଛି ପୁଣି କିଣିବାର ଆବଶ୍ୟକତା ନ ଥାଇ କାହିଁକି କିଣିବେ ବୋଲି ପ୍ରଶ୍ନ କରିଥିଲେ ସୁଦ୍ଧା କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ବରଂ ଏହା ଉପରୁ ନିର୍ଦ୍ଦେଶ ବୋଲି କୁହାଯାଇ ଚାପ ପକା ଯାଇଥିଲା। ତେଣୁ ସେମାନେ ବାଧ୍ୟ ହୋଇ ଯେଉଁ ବହି ଦିଆ ଯାଇଥିଲା ତାହା କିଣିଲେ ବୋଲି ପ୍ରକାଶ କରିଛନ୍ତି। ଦୁଃଖର କଥା ହେଲା ଏଭଳି ବହି ଯୋଗା ଯୋଇଥିଲା ଯେଉଁ ବହିର ମୂଲ୍ୟ ବଜାରରେ କମ୍‌ ଦାମରେ ମିଳୁଛି। ଏହି ବହି ଅଧିକ ସଂଖ୍ୟାରେ ଆଣିଲେ ୨୦%ରୁ ୩୦% ପର୍ଯ୍ୟନ୍ତ କମିଶନ ମିଳିବା ବ୍ୟବସ୍ଥା ଅଛି। ତେଣୁ ଏହି କମିଶନ ହାତେଇବା ପାଇଁ ପ୍ରକାଶକଙ୍କ ସହ ଗୁପ୍ତ ବୁଝାମଣା ହୋଇଥିବା ଅଭିଯୋଗ ହୋଇଛି।
ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଜିଲାର ୧,୧୭୩ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୧,୦୧୧ଟିରେ ବହି କିଣା ସରିଲାଣି। ସେଥିମଧ୍ୟରୁ ୧ମରୁ ୮ମ ୩୦୬, ୬ରୁ ୮ମ ୩୬ ଓ ୧ରୁ ୫ମ ୮୩୧ଟି ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟଗୁଡିକୁ କେତେକ ସିଆର୍‌ସିସିଙ୍କ ଜରିଆରେ ବହି ଯୋଗାଯାଇଛି। ଆମର ହସ୍ତଗତ ହୋଇଥିବା ଏକ ବିଲ୍‌ର ନକଲ ଅନିୟମିତତାର ଚେର କେତେ ତାହା ସ୍ପଷ୍ଟ କରିଛି। ବିଲ୍‌ର ସଂଖ୍ୟା ବାମ ପାର୍ଶ୍ୱରେ ଥିବା ବେଳେ ଦକ୍ଷିଣ ପାର୍ଶ୍ୱରେ ତାରିଖ ରହିଛି। କେବଳ ବିଲ୍‌ ସଂଖ୍ୟା ଉଲ୍ଲେଖ ଥିବା ବେଳେ ତାରିଖ ପକାଯାଇନାହିଁ। ମଝିରେ ପ୍ରକାଶକଙ୍କ ନାଁ ଓ ଠିକଣା ରହିଛି। ତା ତଳକୁ ଟୁ ଲେଖାଯାଇ ଖାଲି ରଖାଯାଇଛି। ଏଭଳି କରାଯିବାର ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟ କର୍ତ୍ତୃପକ୍ଷ ହେଉ ଅବା ପ୍ରକାଶକ ଚାହିଁଲେ ବିଦ୍ୟାଳୟ ନାଁ ଓ ଠିକଣା ଲେଖିପାରିବେ। ତଳେ କ୍ରମିକ ସଂଖ୍ୟା, ପୁସ୍ତକର ନାମ, ମୂଲ୍ୟ ଆଦି ଛପା ଲେଖା ଅଛି। ଶେଷରେ ମୂଲ୍ୟ, ଡିସ୍କାଉଣ୍ଟ ପରେ ଚୂଡାନ୍ତ ପରିମାଣ ଉଲ୍ଲେଖ ଅଛି। ଏଠାରେ ସ୍ପଷ୍ଟ ହୋଇଛି ବିଦ୍ୟାଳୟଗୁଡିକୁ ନିର୍ଦ୍ଦିଷ୍ଟ ବହି କିଣିବାକୁ ବାଧ୍ୟ କରାଯାଇଛି। ଏହି ବହି ବିଦ୍ୟାଳୟଗୁଡିକରେ ପହଞ୍ଚାଇବା କ୍ଷେତ୍ରରେ ଡିପିସିଙ୍କ ଭୂିମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଡିପିସି ସପନ କୁମାର ଜେନାଙ୍କୁ ପଚାରିବାରୁ ବହି କିଣା ଓ କମିଶନ ଆଦାୟରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ସରକାରୀ ନିର୍ଦ୍ଦେଶ ମୁତାବକ ବିଦ୍ୟାଳୟଗୁଡିକ ବହି କିଣିବାକୁ ଚିଠି କରାଯାଇଥିଲା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri