ଚିକିଛା ଲାଗି ଟଁକା ଅଭାବ୍‌, ଅଜନା ରୋଗ୍‌ରେ ପୀଡ଼ିତ ଉର୍ବଶୀ

ପର୍ଲା, ୨୩।୧୨ (ଡି.ଏନ୍‌.ଏ.)- ମୁଇଁ ଜିଁବାକେ ଚାହୁଁଛେଁ। ପୁଅବହ, ନାତିନାତେନକେକର ସଂଗେ ସମିଆ ବିତାବାକେ ଚାହୁଁଛେଁ। ମୋତେ ଭଲ କରି ଦିଅ। ଇ ହୁରୁତ୍‌ ତରଲି ଗଲା କଥା ପଦ୍‌ଦୁକ କହିଛନ୍‌ ଉର୍ବଶୀ ମାଝି(୫୪)। ସେ ଅନେକ୍‌ ଦିନ ହେଲା କେହେନ୍‌ସ ଅଜନା ରୋଗ୍‌ରେ ଖଟେ ପଡ଼ି ରହିଛନ୍‌। ପରିବାର ଲୋକ୍‌ ଆସର ପାସର ଡାକ୍‌ତର ଖାନାରେ ଚିକିଛା କରେଇ ନିରାଶ ହେଇଛନ୍‌। ହେଲେ ଟଁକା ପଏସା ଅଭାବୁ ଉର୍ବଶୀକଁର ଉଚ ଚିକିଛା କରେଇ ନାଇଁପାରବାର।
ସୂଚନା ଅନ୍‌ସାରେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଅଧୀନ ଦଣ୍ଡପାଟ ଅଂଚଲର ଜୟନ୍ତପୁର ପଁଚେତ୍‌ ରଇନାଗୁଡ଼ା ଗଁାର ସୁନ୍ଦର ମାଝି (୬୦)। ପରିବାର କହେଲେ ମାଏକିନା ଉର୍ବଶୀ(୫୪), ପୁଅ ଲମ୍ବୋଧର (୩୦), ବହ ନୀଳେନ୍ଦ୍ରି (୨୮) ଆର ନାତି ବିଦ୍ୟାଧର (୭)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ଆର ଆଦିବାସୀ ସମାଜର। ପୁଓ ବହ କୁଲିମଜୁରି କରି ଯାହା ରୁଜ୍‌ଗାର କରୁଛନ୍‌ ସେଥ୍‌ରେ ଘରର ଚୁଲି ଜଲୁଛେ। ଏନ୍‌ତା ଅଭାବିଆ ପରିସ୍ଥିତିରେ ଆଏଜ୍‌କେ ମାସ ୪ରେ ତଲେ ଉର୍ବଶୀକଁର ଛାତି ଦରଦ୍‌ ହେଇଥିଲା। ପରିବାର ଲୋକ୍‌ ତାହାକୁ ଝନେ କ୍ୱାକ୍‌ ପାସକେ ନେଇ ଗୁଟେ ଇଞ୍ଜେକ୍‌ସନ ଦେଇଥିଲେ। ହେଲେ ଇଞ୍ଜେକ୍‌ସନ ନେବାର ୩ରୁ ୪ ଘଁଟା ଉତାରୁ ଉର୍ବଶୀକଁର ଅଁଟାରୁ ତଲ୍‌କେ ଅଚଲ ହେଇଯାଇଥିବାର ପରିବାର ଲୋକ୍‌ କହିଛନ୍‌। ସେଦିନ୍‌ଠାନୁ ଉର୍ବଶୀ ଚାଲବୁଲ କରି ନାଇଁପାରଲେ ଖଟେ ପଡ଼ି ରହିଛନ୍‌। ପରିବାର ଲୋକ୍‌ ଜମିବାଡ଼ି, ଘରଡ଼ିହ ବଁଧକ୍‌ ପକେଇ ଆସର ପାସର ଡାକ୍‌ତରଖାନାରେ ଉର୍ବଶୀକଁର ଚିକିଛା କରେଇ ନିରାଶ ହେଇଛନ୍‌। ଅଁଧ ବିସୁଆସରେ ପରିବାର ଲୋକ୍‌ ଗୁଣିଗାରେଡି, ଫୁକାଝରା, ବଇଦ୍‌ ଡକେଇ ଝିଁକ୍‌ ବି ଦେଇ ସାରିଛନ୍‌। ଡାକ୍‌ତରକଁର କହେବାର ହିସାବେ ଉର୍ବଶୀକୁଁ ଚଉ ଚିକିଛା ଲାଗି କଟକ ନେଲେ ସେ ଭଲ ହେଇପାରବେ। ହେଲେ ପରିବାରଟା ନିହାତି ଗରିବ୍‌, ଉର୍ବଶୀକୁଁ ଚିକିଛା ଲାଗି କଟକ ନେବାର ସେମାନେ ସପନ୍‌ରେ ବି ଭାବି ନାଇଁପାରବାର। ଇଆଡ଼େ ଉର୍ବଶୀ କାଠ୍‌ ଲେଖେଁ ଖଟେ ପଡ଼ି ରହିଛନ୍‌ ହଲ୍‌ଚଲ ହେଇ ନାଇଁପାରବାର। ଖାଲି କଥା ଦୁଇପଦ୍‌ କହିପାରୁଛନ୍‌। ଖଟେ ଗଧାମଖା, ଖାନାପିନା, ଝାଡ଼ାଝପଟ କରୁଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ଖାଏଦ୍‌ ସୁରକ୍ଷା ଯୋଜନାରେ ପରିବାରକେ ମିଲିଥିବାର ରାଶନ କାର୍ଡ ଖଁଡ଼େ। ସେନ୍‌ତା ପରିବାରର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନାର କାର୍ଡ ଅଛେ। ହେଲେ ସେଟା କାମେ ନାଇଁ ଲାଗୁଥିବାର ପରିବାର ଲୋକ୍‌ କହିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ପରିବାର ଗଣମାଧ୍ୟମ ଜରିଆରେ ଉର୍ବଶୀକଁର ଚିକିଛା ସାହାଯ୍‌ ଲାଗି ରାଏଜ୍‌ ସରକାର ଆର ଜିଲା ପରଶାସନକୁଁ ଗୁହାରି କରିଛନ୍‌। ଇ ବାବ୍‌ଦେ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିଛା ଅଧ୍‌କାରୀ ସଞ୍ଜୀବ କୁମାର ନାଏକକୁଁ ପଚ୍‌ରାଲାରୁ ସୋମବାର ଗୁଟେ ଡାକ୍‌ତରିଦଲ ପଠେଇ ତାକର କାଣା ଅସ୍‌ବିଧା ଅଛେ ପରୀକ୍ଷା କରାଯିବା। ଦରକାର ପଡ଼ଲେ ଉଚ ଚିକିଛାର ବେବସ୍‌ତା କରାଯିବା ବଲି ସେ କହିଛନ୍‌। ସେନ୍‌ତା ଥାନୀଅ ସରପଁଚ୍‌ ରମଣୀ ଦୁରିଆକୁଁ ପଚ୍‌ରାଲାରୁ ଘଟନାଟା ଉପଜିଲାପାଳକଁର ନଜରକେ ଆନବାର ସଂଗେ ରେଡକ୍ରସରୁ କିଛି ଟଁକା ପଏସା ସାହାଯ୍‌ ଲାଗି କହେମି ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri