ଅବହେଳିତ ପରିବେଶ ପର୍ଯ୍ୟଟନସ୍ଥଳୀ: ଯୋଗୀଯୋଗିଆଣୀ ବୌଦ୍ଧ ପୀଠ

ଖଣ୍ଡପଡ଼ା,୨୩ା୧୨(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ କୋସକା ପଞ୍ଚାୟତର ଯୋଗୀଯୋଗିଆଣୀ ବୌଦ୍ଧପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରିବାର ୩ ବର୍ଷ ବିତିଲାଣି ।ମାତ୍ର ଏହି ପୀଠର ଉନ୍ନତି ଦିଗରେ ପର୍ଯ୍ୟଟନ ବିଭାଗ ଧ୍ୟାନ ଦେଉ ନ ଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।
ଯୋଗୀଯୋଗିଆଣୀ ପୀଠ ନୟାଗଡ଼ ଜିଲାର ଏକମାତ୍ର ବୌଦ୍ଧ ପୀଠ। କୋସକା ପଞ୍ଚାୟତର ଅଁଳାପଟା ମୌଜା ପାହାଡ ପାଦଦେଶର ଝରଣା ନିକଟରେ ପୂଜା ପାଉଛନ୍ତି ଖ୍ରୀଷ୍ଟିୟ ୯ମ, ୧୦ମ ଶତାବ୍ଦୀର ୪ଟି ବୌଦ୍ଧ ମୂର୍ତ୍ତି। ପ୍ରାକୃତିକ ସୈାନ୍ଦର୍ଯ୍ୟଭରା ଏହି ପୀଠରେ ପର୍ଯ୍ୟଟକଙ୍କ ରହଣି ପାଇଁ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨୦୧୮ ଡ଼ିସେମ୍ବର ୩୧ରେ ଏକ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ମାତ୍ର ପ୍ରଶାସନିକ ଉଦାସୀନତା ଯୋଗୁ ଏହି ପ୍ରକଳ୍ପ କାର୍ଯ୍ୟ ଏକବର୍ଷ ପରେ ବି ସମ୍ପନ୍ନ ହୋଇ ପାରିଲା ନାହିଁ। ପଞ୍ଚାୟତ ପକ୍ଷରୁ ନିର୍ମାଣ ହୋଇଥିବା ପ୍ରକଳ୍ପ କେବଳ ମେଜିଆ ପତନରେ ଅଟକି ରହିଛି। ରାତ୍ର ରହଣି, ସିନେମା ଶୁଟିଂ, ଠାକୁର ଦର୍ଶନ, ବିବାହ ଓ ବଣ ଭୋଜି ପାଇଁ ବିଭିନ୍ନ ସମୟରେ ରାଜ୍ୟ ତଥା ବାହାରୁ ବହୁ ପର୍ଯ୍ୟଟକ ଏହି ପୀଠକୁ ଆସିଥାନ୍ତି। ହେଲେ ରହିବା ବ୍ୟବସ୍ଥା ନ ଥିବାରୁ ସେମାନେ ଫେରିଯାଇଥାନ୍ତି। ଅପରପକ୍ଷର ପ୍ରତିବର୍ଷ ନଭେମ୍ବରରୁ ଜାନୁୟାରୀ ମାସ ପର୍ଯ୍ୟନ୍ତ ବହୁ ପର୍ଯ୍ୟଟକ, ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ପିକନିକ୍‌ ଉଦ୍ଦେଶ୍ୟରେ ଆସିଥାନ୍ତି। ସେମାନେ ଝରଣାରେ ସ୍ନାନ କରିବାର ସୁଯୋଗକୁ ମଧ୍ୟ ହାତଛଡା କରି ନ ଥାନ୍ତି। ବୌଦ୍ଧପୀଠ ଉନ୍ନୟନ ପରିଷଦର ସଭାପତି କୈଳାସ ଚନ୍ଦ୍ର ପଣ୍ଡା କହିବା କଥା, ଏହି ପୀଠରେ ହାଇମାଷ୍ଟ ଲାଇଟ ବ୍ୟବସ୍ଥା ସାଙ୍ଗକୁ ଝରଣାର ପ୍ରବାହିତ ଜଳକୁ ଚେକ୍‌ଡ୍ୟାମ ମାଧ୍ୟମରେ ଅଟକାଯାଇ ସ୍ନାନ ଶୌଚାଦି ସୁବିଧା କରାଗଲେ ପର୍ଯ୍ୟଟକମାନେ ଉପକୃତ ହୋଇପାରନ୍ତେ। ଚେକ୍‌ଡ୍ୟାମର ଉଦ୍‌ବୃତ୍ତ ପାଣି ନିମ୍ନଭାଗରେ ଥିବା ଜମିରେ ଜଳସେଚନ ସୁବିଧା ହୋଇପାରନ୍ତା। ପୀଠର ବିକାଶ ନିମନ୍ତେ ସ୍ଥାନୀୟ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସୁପାରିଶକ୍ରମେ ନୟାଗଡ ଜିଲାପାଳ ଓ ଜିଲା ପର୍ଯ୍ୟଟନ ଅଧିକାରୀ ଦେବବତ୍ତ ରଥଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସେ ସୂଚନା ଦେଇଛନ୍ତି। କୋସକା ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ କହନ୍ତି, ପର୍ଯ୍ୟଟକଙ୍କ ରହଣି ପାଇଁ ଆବଶ୍ୟକ ଗୃହ ନିମନ୍ତେ ଅନୁଦାନ ମଞ୍ଜୁର କରାଯିବା ସହ ଅଧିକ ଆଲୋକୀକରଣ ବ୍ୟବସ୍ଥା ଏବଂ ସରକାରଙ୍କ ପକ୍ଷରୁ ଏହି ପୀଠକୁ ୟୁକୋ ଟୁରିଜିମ କରିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଆବଶ୍ୟକ ରହିଛି। ଜାନୁୟାରୀ ୧ ତାରିଖରେ ଏଠାରେ ପ୍ରତିବର୍ଷ ପରି ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟକ ଯାତ୍ରୀ ସମାଗମ ହେବାକୁ ଥିବାରୁ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?