ବିଦେଶରେ ଚାକିରି ଦେବାକୁ କହି ଠକେଇ ଘଟଣା: କାର୍ଯ୍ୟାଳୟ ସିଲ୍‌ରେ ଅଟକିଛି ପୋଲିସ

ନୟାଗଡ଼ ଅଫିସ,୨୩ା୧୨: ବିଦେଶରେ ଚାକିରି କରାଇଦେବାକୁ କହି ଟଙ୍କା ଠକେଇ ଘଟଣାର ନୟାଗଡ଼ ଟାଉନ ପୋଲିସ କେବଳ କାର୍ଯ୍ୟାଳୟ ସିଲ୍‌ରେ ଅଟକିଛି। ଘଟଣାର ମାସେ ବିତିଯାଇଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜୁ କରି ହାତବାନ୍ଧି ବସିଛି। ନଭେମ୍ବର ୨୦ ତାରିଖରେ ଏ ସମ୍ପର୍କିତ ଖବର କେବଳ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହା ପରେ ଜିଲା ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ପାଢ଼ୀ ଓ ତାଙ୍କ ସ୍ତ୍ରୀ ସୁରଧ୍ୱନି ବର୍ତ୍ତମାନ ସୁଦ୍ଧା ଫେରାର୍‌ ଅଛନ୍ତି। ମାସେ ତଳେ ଏ ନେଇ ଜିଲା ପୋଲିସ ପକ୍ଷରୁ ୩ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଥିଲେ ମଧ୍ୟ ଦମ୍ପତିଙ୍କ ଟେର ପାଇନି। ଅନ୍ୟପଟେ ଠକାମିର ଶିକାର ହୋଇଥିବା ଯୁବକମାନେ ସେମାନଙ୍କ ଟଙ୍କା ପାଇବେ କି ନାହିଁ ସେହି ଆଶଙ୍କାରେ ଅଛନ୍ତି।
ଶରଣକୁଳ ହରିହରପୁର ଗ୍ରାମର ରବୀନ୍ଦ୍ର ଓ ତାଙ୍କ ସ୍ତ୍ରୀ ସୁରଧ୍ୱନି ଖଣ୍ଡପଡ଼ା ରୋଡ଼ସ୍ଥିତ ଲକ୍ଷ୍ମଣନଗରଠାରେ ଘର ଭଡ଼ା ନେଇ ସେଠାରେ ସୁରଧ୍ୱନି ନାମରେ ଏକ ସଂସ୍ଥା ଖୋଲିଥିଲେ। ଏହି ସଂସ୍ଥା ବିଦେଶରେ ଚାକିରି କରାଇଦେବାକୁ କହି ଯୁବକମାନଙ୍କଠାରୁ ୬୦ରୁ ୮୦ ହଜାର ଟଙ୍କା ଲେଖାଏ ଆଦାୟ କରୁଥିଲା। ନୟାଗଡ଼ ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ଗ୍ରାମରୁ ପାଖାପାଖି ୫୦୦ ଯୁବକଙ୍କୁ ମାଲେସିଆରେ ଚାକିରି କରାଇଦେବାକୁ କହି ସଂସ୍ଥା ସେମାନଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ନଭେମ୍ବର ୧୮ ତାରିଖରେ ରଣପୁର ବ୍ଲକର ୧୭, ନୟାଗଡ଼ ବ୍ଲକର ୧୫ ଓ ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳର ୨୮ ଏଭଳି ମୋଟ ୬୦ ଜଣ ଯୁବକ ମାଲେସିଆ ଯିବା ପାଇଁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚତ୍ଥିଲେ। ସେଠାରେ ସୁରଧ୍ୱନି ସଂସ୍ଥାର ୩ କର୍ମଚାରୀ ସେମାନଙ୍କୁ ଭେଟି ଭିସା ଓ ଫ୍ଲାଇଟ୍‌ ଟିକେଟ ଦେଇଥିଲେ। ଯୁବକମାନେ ଏହା ନକଲି ବୋଲି ଜାଣିବା ପରେ ଉକ୍ତ ୩ କର୍ମଚାରୀଙ୍କୁ ଆଣି ରଣପୁର ଥାନା ଅନ୍ଧାରୁଆ ଗ୍ରାମରେ ଅଟକ ରଖିଥିଲେ। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ରଣପୁର ପୋଲିସ ଉକ୍ତ ଗ୍ରାମରେ ପହଞ୍ଚତ୍ ୩ ଜଣଙ୍କୁ ଉଦ୍ଧାର କରିଥିଲା। ଏହା ପରେ ସେମାନଙ୍କୁ ଗିରଫ କରି ଜେଲ୍‌କୁ ପଠାଇଥିଲା। ଏହା ସହ ପୋଲିସ ଉକ୍ତ କାର୍ଯ୍ୟାଳୟକୁ ମଧ୍ୟ ସିଲ୍‌ କରିଥିଲା। ଏପରିସ୍ଥଳେ ଗତ ୨୦ ତାରିଖରେ ପୋଲିସ କାର୍ଯ୍ୟାଳୟରୁ ଦୁଇଟି କମ୍ପ୍ୟୁଟର ଓ କିଛି କାଗଜପତ୍ର ଜବତ କରିଛି। ରବୀନ୍ଦ୍ର ଉକ୍ତ ଘରେ ପରିବାର ସହ ରହିବା ସହ କାର୍ଯ୍ୟାଳୟ ଭାବେ ବ୍ୟବହାର କରୁଥିଲେ। ସହର ମଝିରେ ଏଭଳି ଏକ ସଂସ୍ଥା ଚାକିରି ଆଳରେ ଯୁବକମାନଙ୍କୁ ଠକୁଥିବା ବେଳେ ପୋଲିସ କିମ୍ବା ପ୍ରଶାସନ କିପରି ଜାଣିପାରିଲା ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ, ଏହି ଘଟଣା ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଦୁଇଦିନ ତଳେ କାର୍ଯ୍ୟାଳୟ ଖୋଲାଯାଇ କମ୍ପ୍ୟୁଟର ଜବତ କରାଯାଇଛି। ଏହାର ହାର୍ଡ଼ଡିକ୍ସରୁ କିଛି ଜଣାପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି। ସେହଭିଳି ରବୀନ୍ଦ୍ର ଓ ସୁରଧ୍ୱନିଙ୍କୁ ବିଭିନ୍ନ ଆଡ଼େ ଖୋଜା ଯାଉଥିବା ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

ଭାରତ ସହ ସହଯୋଗ ବଢ଼ାଇବ ଇରାନ

ନୂଆଦିଲ୍ଲୀ,୯ା୯: ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ଏବଂ ଆମେରିକାର କଟକଣା ନୀତିକୁ ନେଇ ଲାଗିରହିଥିବା ଅନିଶ୍ଚିତତା ସତ୍ତ୍ୱେ ଚାବହାର ବନ୍ଦରର ରଣନୀତିକ ମୂଲ୍ୟବୋଧ ଓ ଭାରତ ସହ ସମ୍ପର୍କ…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri