ଆମ ଜିଲା ଖବର

ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଢେଙ୍କାନାଳ ଗସ୍ତ ‘୫୫ନଂ. ଏନ୍‌ଏଚ୍‌ କାମ ଶୀଘ୍ର ସାର’

ଢେଙ୍କାନାଳ ଅଫିସ, ୮।୧୨ – ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ଶନିବାର ଢେଙ୍କାନାଳ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି। ଅପରାହ୍ନରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ…

ରୋଗୀଙ୍କ ସହ ଫୋନ୍‌ରେ କଥା ହେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୮ା୧୨(ବ୍ୟୁରୋ): ‘ମୋ ସରକାର’ ଏବଂ ‘୫-ଟି’ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଶନିବାର ରୋଗୀଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ବ୍ୟବହାର, ନିରାମୟ ଯୋଜନାରେ ମାଗଣା ଔଷଧ,…

ମଣ୍ଟଫୋର୍ଟ ସ୍କୁଲ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଯାପିତ: ଅପସଂସ୍କୃତିଠାରୁ ଦୂରେଇ ରୁହ

ଢେଙ୍କାନାଳ ଅଫିସ, ୮।୧୨ – ଇଂଲିଶ ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୯୬୯ରେ ପ୍ରତିଷ୍ଠା ହୋଇଥିଲା ମଣ୍ଟଫୋର୍ଟ ସ୍କୁଲ। ଏହାକୁ ପ୍ରତିଷ୍ଠା କରିବାରେ ତତ୍କାଳୀନ ସମୟରେ ବହୁ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିଙ୍କ ଉଦ୍ୟମ ପ୍ରଶଂସନୀୟ। ଆଜିର ସମୟରେ ସଂସ୍କୃତି ଏବଂ ଭାଷାକୁ ବଜାୟ…

ଲେଦ୍‌ ଫିଟିଂ ସହ କଳାରେ ମନ

ଅନୁଗୋଳ ବ୍ଲକ ଚନ୍ଦ୍ରବାହାଳ ଗ୍ରାମର ଧ୍ରୁବଚରଣ ଦାସଙ୍କ ପୁଅ କ୍ଷୀରୋଦ ଦାସ(୩୦) ପେଶାରେ ଜଣେ ଲେଦ୍‌ ଫିଟର। ହେଲେ ତାଙ୍କ ନିଶା କଳା ପରିବେଷଣରେ। ବାପା, ମାଆ, ସ୍ତ୍ରୀ, ଝିଅ ଓ ପୁଅଙ୍କୁ ନେଇ ସଂସାର ସମ୍ଭାଳୁଥିବା କ୍ଷୀରୋଦ ଯୁକ୍ତ ୩…

ନନ୍ଦନକାନନରୁ ଚନ୍ଦକା ଗଲେ ୭ ହରିଣ

ବାରଙ୍ଗ,୮ା୧୨(ଡି.ଏନ୍‌.ଏ) ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଶନିବାର ୭ଟି ଚିତ୍ରାହରିଣ ଚନ୍ଦକା ଜଙ୍ଗଲରେ ଛଡ଼ାଯାଇଛି। ଚନ୍ଦକାରେ ଛଡ଼ାଯିବାର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ଇତି ମଧ୍ୟରେ ପ୍ରାୟ ୧୯ଟି ଚିତ୍ରାହରିଣ ଛଡ଼ାଗଲାଣି। ନନ୍ଦନକାନନରେ ଥିବା ଏନକ୍ଲୋଜର ସାଙ୍ଗକୁ ଏହାର ପରିସରରେ ଅଧିକ ପରିମାଣର…

ସାତକୋଶିଆ ମହୋତ୍ସବ ଉଦ୍‌ଘାଟିତ: ଦର୍ଶକଙ୍କ କରତାଳି ହିଁ ପ୍ରକୃତ ସମ୍ମାନ: ଅରୁଣା

ଅନୁଗୋଳ ଅଫିସ, ୮।୧୨ – ଓଡ଼ିଶୀ ନୃତ୍ୟରେ ପରିଚୟ ପାଇଛି। ଲୋକଙ୍କ ଠାରୁ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ମିଳିଛି। କିନ୍ତୁ ଦର୍ଶକଙ୍କ କରତାଳି ହିଁ ମୋ ପାଇଁ ପ୍ରକୃତ ସମ୍ମାନ ବୋଲି ପଦ୍ମଶ୍ରୀ ଅରୁଣା ମହାନ୍ତି ମତବ୍ୟକ୍ତ କରିଛନ୍ତି। ଅନୁଗୋଳ…

ରାଜ୍ୟ ମହିଳା ଆୟୋଗ ପକ୍ଷରୁ ଆଇନ ସଚେତନତା କର୍ମଶାଳା ‘ନାରୀ ବିନା ସୁନ୍ଦର ସମାଜ ଅସମ୍ଭବ’

ଅନୁଗୋଳ ଅଫିସ, ୮।୧୨ – ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ପାଇଁ ପୁରୁଷ ଓ ନାରୀଙ୍କ ସମାନ ଭୂମିକା ରହିଛି। ନାରୀ ବିନା ଏହା ସମ୍ଭବ ହେବନାହିଁ। ସମାଜରେ ସ୍ବାଭିମାନର ସହ ବଞ୍ଚତ୍ବା ନାରୀମାନଙ୍କ ସାମ୍ବିଧାନିକ ଅଧିକାର। ରାଜ୍ୟ…

ସିଭି ରମଣ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୮ା୧୨ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ଭୋପାଳ ସ୍ମାର୍ଟ ସିଟି ହାକାଥନରେ ସିଭି ରମଣ ଇଞ୍ଜିନିୟରିଂ କଲେଜର ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ଡ୍ରୋନ ଟେକ୍ନୋଲୋଜି ଆପ୍ଲିକେଶନରେ ଏହି କଲେଜର ଛାତ୍ରୀଛାତ୍ର ୨ୟ ରନର୍ସ ଅପ୍‌ ହୋଇ ପାରିଛନ୍ତି। କମ୍ପ୍ୟୁଟର…

ଅନୁଗୋଳରେ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନର ‘ଆଶା-ଦି ହୋପ୍‌’ଉଦ୍‌ଘାଟିତ : ଦିବ୍ୟାଙ୍ଗଙ୍କ ମାତା ପିତାଙ୍କ ସ୍ବପ୍ନ ସାକାର କରିବୁ: ଶାଲୁ ଜିନ୍ଦଲ

ଅନୁଗୋଳ ଅଫିସ, ୮।୧୨ – ଦିବ୍ୟାଙ୍ଗ ତଥା ସ୍ବତନ୍ତ୍ର ଭିନ୍ନକ୍ଷମ ଶିଶୁମାନଙ୍କ ଆବଶ୍ୟକତା ପୂରଣ ପାଇଁ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ‘ଆଶା-ଦି ହୋପ୍‌’ ନାମକ ଏକ ସ୍ବତନ୍ତ୍ର ଥଇଥାନ କେନ୍ଦ୍ର ଶନିବାର ଅନୁଗୋଳ ଠାରେ ଉଦ୍‌ଘାଟିତ ହୋଇଯାଇଛି। ଜେଏସ୍‌ପିଏଲ୍‌ ଫାଉଣ୍ଡେଶନର ଅଧ୍ୟକ୍ଷା…

ମିଳୁନି ଲେ ଆଉଟ୍‌: ହୋଇପାରୁନି ଘର ନିର୍ମାଣ

କେନ୍ଦୁଝର, ୮ା୧୨(ସ୍ବ.ପ୍ର.)-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଗୃହ ନୀତି, ଓଡିଶା ପକ୍ଷରୁ ସମସ୍ତ ଗୃହହୀନଙ୍କୁ ଘର ମିଳୁଛି। କିନ୍ତୁ କେନ୍ଦୁଝର ଜିଲା ମୁଖ୍ୟାଳୟରେ ଏହି ଯୋଜନାରେ ହିତାଧିକାରୀଙ୍କୁ ଘର କାଗଜପତ୍ରରେ ମିଳିଛି କିନ୍ତୁ ଘର ନିର୍ମାଣ ହୋଇ…

ବ୍ୟାପକ ଜଙ୍ଗଲ କଟା ଯୋଗୁ ପରିବେଶ ନଷ୍ଟ: କାନଝରୀ ନଦୀବନ୍ଧ ପାଇଁ ବିପଦ ଆଶଙ୍କା

କେନ୍ଦୁଝର, ୮।୧୨(ସ୍ବ.ପ୍ର.)-ସଦର ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗ୍ରାମ ନିକଟ ଜଙ୍ଗଲ ବ୍ୟାପକ ନଷ୍ଟ ଯୋଗୁ ପରିବେଶ କ୍ଷତିଗ୍ରସ୍ତ ହୋଇଛି। ଏବେ ଗୋପାଳପୁର ହାଟ ନିକଟ ଜଙ୍ଗଲରେ ବହୁ ସଂଖ୍ୟାରେ ଗଛ କଟାଚାଲିଥିଲେ ହେଁ ବନ ବିଭାଗର ନିଘା ନାହିଁ । ବହୁ…

ଦୁର୍ଦ୍ଦିନରେ ଦିବାକରଙ୍କ ପରିବାର

ତିହିଡ଼ି, ୮।୧୨(ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ ଗ୍ରାମର ପାଲାଗାୟକ ଦିବାକର ଜେନାଙ୍କ ପରିବାର ଦୟନୀୟ ଜୀବନ ବିତାଉଛନ୍ତି। ଘରର ଆର୍ଥତ୍କ ସ୍ଥିତି ସ୍ବଚ୍ଛଳ ନ ଥିବାବେଳେ ରାଶନ କାର୍ଡ ହିଁ ତାଙ୍କ ପରିବାର ପାଇଁ ଏକମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?