ମୟୂରଭଞ୍ଜରେ ଆରମ୍ଭ ହେଲା ପକ୍ଷୀ ଗଣନା

ବାରିପଦା ଅଫିସ/ଠାକୁରମୁଣ୍ଡା/ ରାଇରଙ୍ଗପୁର,୪ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲାରେ ବନ ବିଭାଗ ପକ୍ଷରୁ ଶୁକ୍ରବାର ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପକ୍ଷୀଙ୍କ ସଂରକ୍ଷଣ, ପ୍ରଜାତି ଚିହ୍ନଟ ଓ ଗତିବିଧି ଜାଣିବା ପାଇଁ ଏହି ଗଣନା କରାଯାଉଛି। ଶିମିଳିପାଳ ଅଭୟାରଣ୍ୟ ସମେତ ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁରର ବନଖଣ୍ଡର ୬ଟି ବନାଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ କରାଯାଇଛି। ବନପାଳ, ପକ୍ଷୀ ଗବେଷକ, ବନ କର୍ମଚାରୀମାନେ ଉପସ୍ଥିତ ରହି ଗଣନା କରିଛନ୍ତି। ଜିଲାର ଦେଉଳି, ବଡ଼ଯୋଡ଼, ପାଉଁଶିଆ, ବାଙ୍କବଳ, ଶୁଲେପଡ଼ା ସମେତ ପ୍ରାୟ ୧୦୦ଟି ଜଳାଶୟରେ ଏହି ଗଣନା କାର୍ଯ୍ୟ ହେଉଛି। ସକାଳ ୬ଟା ୩୦ରୁ ଜଳାଶୟଗୁଡିକରେ ଗଣନା ଆରମ୍ଭ କରାଯାଇଛି। ବାଇନାକୁଲାର ଯୋଗେ ପକ୍ଷୀଙ୍କୁ ଦେଖି ଗଣନା କରାଯାଉଛି।
ସେହିପରି କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ରେଞ୍ଜ ଅଞ୍ଚଳର ପକ୍ଷୀ ଗଣନା ଆରମ୍ଭ ହୋଇଛି। ରେଞ୍ଜ ଅଞ୍ଚଳରେ ଥିବା ୩ଟି ସ୍ଥାନରେ ଏହି ଗଣନା କରାଯାଇଛି। ଏନେଇ ରେଞ୍ଜ ଅଧିକାରୀ ପୀତାମ୍ବର ସେଠୀ ସୂଚନା ଦେଇଛନ୍ତି। ପକ୍ଷୀ ଗଣନା କାର୍ଯ୍ୟ ପାଇଁ ବନବିଭାଗ ପକ୍ଷରୁ ୩ଟି ଟିମ ଗଠନ କରାଯାଇଛି। ତରଡ଼ିଆ ବନ୍ଧ ଓ ଶାଳନ୍ଦୀ ନଦୀର ସାତବେଢ଼ିଠାରେ ଏହି ଗଣନା କରାଯାଉଛି। ଗଣନାରେ ମୋଟ ୧୪/୧୫ ପ୍ରକାରର ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ବିଶେଷ କରି ଗେଣ୍ଡାଳିଅ, ହଂସରାଳି, ପାଣିକୁଆ, କଜଳପାତି, ଶୁଆ ଅଧିକ ସଂଖ୍ୟାରେ ଦେଖା ଯାଇଛନ୍ତି। ଶୁକ୍ରବାର ସୁଦ୍ଧା ମୋଟ ୧୦୩୦ ପକ୍ଷୀ ଥିବାର ଆକୋଳନ କରାଯାଇଛି। ଗତବର୍ଷ ପକ୍ଷୀ ଗଣନାରେ ୯୭୬ଟି ପକ୍ଷୀ ଥିବା ବନବିଭାଗ ଆକଳନ କରିଥିଲା। ଶୁକ୍ରବାର ବର୍ଷା ଯୋଗୁଁ ଗଣନା କାର୍ଯ୍ୟ ବନ୍ଦ ରହିଛି। ଗଣନା କାର୍ଯ୍ୟରେ ଫରେଷ୍ଟର କେଦାରନାଥ ବାରିକ, ଫରେଷ୍ଟ ଗାର୍ଡ ସମୀର ମହାନ୍ତି, ଯୋଗେଶ୍ୱର କୁଡି ,ନଳିନୀ ମହାନ୍ତ, ଲୋକନାଥ ରାଉତ, ଆଶିଷ ବେହେରା, ମକରଧ୍ୱଜ ନାୟକ, ଗଦାଧର ବେହେରାଙ୍କ ସମେତ ଟିପିଏଫ କର୍ମକର୍ତ୍ତାମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?