ଆମ ଜିଲା ଖବର

ଦାରିଙ୍ଗବାଡ଼ିରେ ତଳକୁ ଖସିଲା ପାରଦ: ଚାରିଆଡ଼େ ତୁଷାରପାତ, ବଢ଼ୁଛି ଶୀତ

ଦାରିଙ୍ଗବାଡ଼ି,୨୯।୧୨(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ରବିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ତାପମାତ୍ରା ତଳକୁ ଖସି ତୁଷାରପାତ ହେବା ସହ ଶୀତ ବଢ଼ିବାରେ ଲାଗିଛି। ଫଳରେ ଜନଜୀବନ ପ୍ରଭାବିତ ହେବା ସହ ଶୀତବସ୍ତ୍ର ନ ଥିବା ନେଇ…

ମାଟିରେ ମିଶିବ ଟାଗୋରଙ୍କ ପାଥେରପୁରୀ: ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ; ଆପତ୍ତି ଉଠାଇଲେ ବୁଦ୍ଧିଜୀବୀ

ପୁରୀ ଅଫିସ, ୨୯ା୧୨: ପୁରୀ ଚକ୍ରତୀର୍ଥ ରୋଡରେ ରହିଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଐତିହାସିକ ପାଥେରପୁରୀ। କୁହାଯାଏ ଏହି ସ୍ଥାନରେ ରହି ଟାଗୋର ‘ଗୀତାଞ୍ଜଳି’ ରଚନା କରିଥିଲେ। ଏହି ଐତିହାସିକ ସ୍ଥଳ ଏବେ ମାଟିରେ ମିଶିବାକୁ ଯାଉଛି। ପୌର ପ୍ରଶାସନ ପକ୍ଷରୁ…

ସରକାରଙ୍କ ଖାମଖିଆଲ ନୀତି: ଚିନାବାଦାମ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

କଣାସ, ୨୯ା୧୨(ସ୍ବ.ପ୍ର.): ଚାଷୀଙ୍କର ପ୍ରଗତି ପାଇଁ ପଦକ୍ଷେପ ନିଆଯାଉଥିବା ସରକାର କହୁଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ ଖାମଖିଆଲ ନୀତି ଯୋଗୁ କଣାସ ବ୍ଲକର ଚାଷୀ ଚିନାବାଦାମ ଚାଷରୁ ମୁହଁ ଫେରାଇ ନେବାକୁ ବସିଲେଣି। ସୂଚନା ଅନୁଯାୟୀ, କଣାସ ବ୍ଲକର ଗଡ଼ସାନପୁଟ, ଗଡ଼ବଡ଼ପୁଟ,…

ପ୍ରଶାସନର ନୂଆବର୍ଷ ପ୍ରସ୍ତୁତି: ଝଲସିଲାଣି ମେଘନାଦ ପାଚେରି; ଶେଷ ପର୍ଯ୍ୟାୟରେ ବ୍ୟାରିକେଡ କାମ

ପୁରୀ ଅଫିସ, ୨୯ା୧୨: ଆଉ ୩ ଦିନ ପରେ ନୂଆବର୍ଷ। ପୁରୀରେ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ, ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।…

ଆସୁଛି ନୂଆବର୍ଷ: ପୁରୀ ପ୍ୟାକ୍‌, ହୋଟେଲରେ ମିଳୁନି ରୁମ୍‌; ଜମିଲାଣି ପର୍ଯ୍ୟଟକଙ୍କ ଗହଳି

ପୁରୀ ଅଫିସ, ୨୯ା୧୨: ଆସୁଛି ନୂଆବର୍ଷ। ଏଥିପାଇଁ ପର୍ଯ୍ୟଟନ ସହର ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ସହରର ବିଭିନ୍ନ ହୋଟେଲ, ଲଜିଂ, ମଠ, ଧର୍ମଶାଳା ପ୍ୟାକ୍‌ ହୋଇଗଲାଣି। ଏବେ ଆଉ ପ୍ରାୟତଃ କେଉଁଠି ରୁମ୍‌ ମିଳୁନାହିଁ। ସରକାରୀ ଗେଷ୍ଟ…

ଅଡ଼ୁଆରେ ପୁରୀ ପୋଲିସ: ଅଜଣା ମୃତଦେହକୁ ବ୍ୟବଚ୍ଛେଦ ବିନା ପୋଡ଼ିବା ପାଇଁ ଅନୁମତି, ମୃତକଙ୍କ ନାଁରେ ନିଖୋଜ ଅଭିଯୋଗ ଆଣିଲେ ସ୍ତ୍ରୀ

ପୁରୀ ଅଫିସ, ୨୯ା୧୨: ପୁରୀ ସହରରେ ଘଟିଛି ଏକ ଅଭାବନୀୟ ଘଟଣା। ମୃତ ବ୍ୟକ୍ତିଙ୍କ ନାମରେ ଥାନାରେ ହୋଇଛି ନିଖୋଜ ଅଭିଯୋଗ। ଏକ ଅଜଣା ମୃତଦେହକୁ ବ୍ୟବଚ୍ଛେଦ ବିନା ସ୍ବର୍ଗଦ୍ୱାରରେ ପୋଡ଼ିବା ଲାଗି ଅନୁମତି ଦେଇ ଅଡୁଆରେ ଫସିଛି ପୋଲିସ। ଅନ୍ୟପଟେ…

ବିଲ୍‌ ଆଦାୟ ପାଇଁ ତତ୍ପର ସେସୁ

କଟକ ସଦର,୨୯ା୧୨(ଡି.ଏନ୍‌.ଏ.): କଟକ ସଦର ବିଦ୍ୟୁତ୍‌ ଡିଭିଜନ ନଂ.୨ ଅନ୍ତର୍ଗତ ୩ଟି ବିଦ୍ୟୁତ୍‌ ସେକ୍ସନର ଉପଭୋକ୍ତାଙ୍କ ଉପରେ ପ୍ରାୟ ୧୪କୋଟି ୫୪ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବକେୟା ରହିଛି। ଜାନୁୟାରୀ ୧୫ ସୁଦ୍ଧା ବକେୟା ବିଲ୍‌ ଆଦାୟ ପାଇଁ ସେସୁ ପକ୍ଷରୁ…

ସନ୍ଧ୍ୟା ହେଲେ ମାତୁଛନ୍ତି ହାତୀ, ଘଉଡ଼ାଇବାରେ ବିଫଳ ବନ ବିଭାଗ

ଚୌଦ୍ୱାର, ୨୯ା୧୨(ଡି.ଏନ୍‌.ଏ.): ମଙ୍ଗଳପୁର କାଜୁ ଜଙ୍ଗଲରେ ରହିଥିବା ହାତୀ ପଲ ସନ୍ଧ୍ୟା ହେଲେ ଚୌଦ୍ୱାର ପୌରପାଳିକା ଓ ଏହାର ଆଖପାଖ ଗ୍ରାମାଞ୍ଚଳ ମୁହାଁଉଛନ୍ତି। ବ୍ୟାପକ ଫସଲ ନଷ୍ଟକରୁଥିବା ବେଳେ ଲୋକମାନେ ଭୟରେ ରହୁଛନ୍ତି। ହାତୀ ଘଉଡ଼ାଇ ଧନ ଜୀବନ ସୁରକ୍ଷା ଦିଗରେ…

ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ଼: ୩ ଗିରଫ

କଣ୍ଟାପଡ଼ା, ୨୯ା୧୨(ଡି.ଏନ୍‌.ଏ.): ଅଡ଼ଶପୁରସ୍ଥିତ କାନାରା ବ୍ୟାଙ୍କ ଶାଖା ମ୍ୟାନେଜରଙ୍କୁ ଗାଳିଗୁଲଜ ସହ ମାଡ଼ ମାରିବା ଅଭିଯୋଗରେ ଓଲଟପୁର ପୋଲିସ ଶନିବାର ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଅଡ଼ଶପୁର ଗ୍ରାମର ସ୍ମୃତିରଞ୍ଜନ ସାହୁ ଓରଫ ରମଣ, କଟକ ସଦର…

ପାଇକ ବିଦ୍ରୋହକୁ ମନେପକାଇଲା ସାମରିକ କଳାପ୍ରଦର୍ଶନ

ବୋଲଗଡ,୨୯ା୧୨(ଡି.ଏନ.ଏ): ବୋଲଗଡ ଷୋଡଶତମ ବୋଲଗଡ ମହୋତ୍ସବ ଆଶା ୨୦୧୯ ଶନିବାର ତୃତୀୟ ସଂନ୍ଧ୍ୟାରେ ପ୍ରବଳ ଶୀତ ସ୍ବତ୍ୱେ ଅଧିକ ସଂଖ୍ୟାରେ ଦର୍ଶକ ମାନଙ୍କର ସମାଗମ ହୋଇଥିଲା । ଏହି ସଂନ୍ଧ୍ୟାରେ ମହୋତ୍ସବର ମୁକ୍ତାକାଶ ମଂଚଞ୍ଚରେ ପରିବେଷିତ ସଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟଗୀତ ,ମଡର୍ଣ୍ଣଡ୍ୟାନ୍ସ,ଲୋକନୃତ୍ୟ,ପାଇକ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଢୁଛି ଦୁର୍ନୀତି: ସ୍ବଚ୍ଛଳଙ୍କୁ ମିଳୁଛି, ଗୃହହୀନଙ୍କୁ ନାହିଁ

ଖୋର୍ଦ୍ଧା ଅଫିସ,୨୯ା୧୨: ଖୋର୍ଦ୍ଧା ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ବଢ଼ିବାରେ ଲାଗିଛି। ବେଗୁନିଆ ବ୍ଲକର ଗଡମାଣତୀର, ପୋଡାଡିହ ପଞ୍ଚାୟତରେ ଆବାସ ଦୁର୍ନୀତି ପର୍ଦ୍ଦାଫାଶ ହେବା ପରେ ମଧ୍ୟ ପୂର୍ବବତ କାର୍ଯ୍ୟାଦେଶ ପ୍ରଦାନ ବେଳେ ସବୁ ନିୟମକୁ ଅଣଦେଖା କରାଯାଉଛି। ସ୍ବଚ୍ଛଳଙ୍କୁ…

ଉଦ୍‌ଯାପିତ ହେଲା ନୟାଗଡ଼ ଜିଲା ମହୋତ୍ସବ

ନୟାଗଡ଼ ଅଫିସ,୨୯।୧୨- ୫ ଦିନ ଧରି ସ୍ଥାନୀୟ ଖେଳପଡ଼ିଆରେ ଚାଲି ଆସୁଥିବା ନୟାଗଡ଼ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୧୯ର ଶନିବାର ଉଦ୍‌ଯାପିତ ହୋଇଛି। ଜିଲାପାଳ ଡା. ପୋମା ଟୁଡ଼ୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଜଙ୍ଗଲ, ପରିବେଶ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?