ପଞ୍ଜୀକରଣ ଅପେକ୍ଷାରେ ୩୨୮ ଚାଷୀ

ଜୟପୁର,୪।୧(ଡି.ଏନ୍‌.ଏ.) ଧାର୍ଯ୍ୟ ତାରିଖ ଭିତରେ କୋରାପୁଟ ଜିଲାର ଅଧିକାଂଶ ଚାଷୀ ନାମ ପଞ୍ଜିକରଣ କରିପାରି ନାହାନ୍ତି। ଜିଲାପାଳ, ଯୋଗାଣ ଅଧିକାରୀଙ୍କ ଦୃଷ୍ଟିକୁ ଏହା ଅଣାଯିବା ପରେ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲା ଜିଲା ପ୍ରଶାସନ। ଖାଦ୍ୟ ଯୋଗାଣ ବିଭାଗର ନିର୍ଦ୍ଦେଶକ୍ରମେ ନିର୍ଦ୍ଧାରିତ ସମୟ ଭିତରେ ପଞ୍ଜିକରଣ କରିପାରି ନ ଥିବା ଚାଷୀ ପୁନର୍ବାର ଏଥିପାଇଁ ଆବେଦନ କରିଥିଲେ। ଜିଲାର ୨୦ଟି ଲ୍ୟାମ୍ପ ମଧ୍ୟରୁ ୮ଟି ଲ୍ୟାମ୍ପର ୩୨୮ ଜଣ ଚାଷୀ ଏହି ଆବେଦନ କରିଛନ୍ତି ା କିନ୍ତୁ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନ ଥିବା ଯୋଗୁ ପଞ୍ଜିକରଣ ଅପେକ୍ଷାରେ ରହିଛନ୍ତି ଚାଷୀ। ତୁରନ୍ତ ନିଷ୍ପତ୍ତି ନ ହେଲେ ପଞ୍ଜିକରଣ ଅପେକ୍ଷାରେ ଥିବା ଚାଷୀ ସେମାନଙ୍କ ଅମଳ ଧାନ କେଉଁଠାରେ ବିକିବେ, ସେନେଇ ଚିନ୍ତାରେ ରହିଛନ୍ତି ା
ଜୟପୁର ବ୍ଲକ କୁମୁଲିପୁଟ ଲ୍ୟାମ୍ପ ଅଧୀନରେ ୮୫ ଜଣ, ଉମୁରୀ ଲ୍ୟାମ୍ପର ୩୯, କୋଟପାଡ଼ ବ୍ଲକ ସଦର ଲ୍ୟାମ୍ପର ୮୧, ବୋରିଗୁମ୍ମା ବ୍ଲକ ସଦର ଲ୍ୟାମ୍ପର ଜଣେ ଏବଂ କାମତା ଲ୍ୟାମ୍ପର ୧୨, ବୈପାରୀଗୁଡ଼ା ବ୍ଲକ ସଦରର ୭, ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ଲ୍ୟାମ୍ପର ୪ ଓ ସର୍ବାଧିକ କୁନ୍ଦୁରା ବ୍ଲକ ସଦର ଲ୍ୟାମ୍ପର ୧୫୩ ଜଣ ଚାଷୀ ପଞ୍ଜିକରଣ ପାଇଁ ଆବେଦନ କରିଛନ୍ତି। କୁନ୍ଦୁରା ବ୍ଲକର ଚାଷୀମାନେ ଅନ୍ତିମ ତାରିଖ ପୂର୍ବରୁ ଲ୍ୟାମ୍ପରେ କାଗଜପତ୍ର ଦାଖଲ କରି ପଞ୍ଜିକରଣ ପାଇଁ ଆବେଦନ କରିଥିଲେ। କିନ୍ତୁ ଲ୍ୟାମ୍ପ କର୍ମଚାରୀଙ୍କ ଅବହେଳା ଯୋଗୁ ତାହା ହୋଇପାରି ନ ଥିବା ସେମାନେ ଜିଲା ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି। ଏନେଇ ଯାଞ୍ଚ କରାଯିବ ବୋଲି ପ୍ରଶାସନ କହିଛି। ଉଲ୍ଲେଖଯୋଗ୍ୟ, ୨୦୧୯-୨୦ରେ ଚାଷୀଙ୍କ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟ ସରକାର ଅଗଷ୍ଟ ୧ରୁ ସେପ୍ଟେମ୍ବର ୩୦ ସୁଦ୍ଧା ପଞ୍ଜିକରଣ ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ଏହି ଦୁଇମାସ ଭିତରେ ଅଧିକାଂଶ ଚାଷୀ ପଞ୍ଜିକରଣ କରି ନ ଥିବା ଯୋଗୁ ଏହି ଅବଧି ଅକ୍ଟୋବର ୩୧କୁ ବୃଦ୍ଧି କରାଯାଇଥିଲା। ଅନ୍ତିମ ତାରିଖ ସୁଦ୍ଧା ୨୬ ହଜାର ୮୩୦ ଜଣ ଚାଷୀ ପଞ୍ଜିକୃତ ହୋଇଥିଲେ। ସେଥିରୁ ଜାଲ୍‌ ପଞ୍ଜିକରଣ କରିଥିବା ୫୭ ଜଣ ଯାଞ୍ଚ ପରେ ବାଦ୍‌ ପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଭିଡିଓ କଲ୍‌ରେ ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ନେଲେ ଏସବୁର ଅପ୍‌ଡେଟ୍‌…

ଭୁବନେଶ୍ବର,୧୬।୪ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଏସ୍‌ କଲ୍‌ ପରେ ଏବେ ଭିଡିଓ କଲ୍‌ ଯୋଗେ ଲୋକଙ୍କ ସହ କଥା ହୋଇଛନ୍ତି। ମଙ୍ଗଳବାର ସେ ଭିଡିଓ...

ଦଳରେ ଅଣଦେଖା! ବିଶେଶ୍ୱର ଟୁଡୁଙ୍କୁ ଟିକେଟ ଦେଇନି ଭାଜପା

ଭୁବନେଶ୍ବର,୧୬।୪: ରାଜ୍ୟରେ ଆଉ ୨୧ ବିଧାନସଭା ଆସନ ଲାଗି ଭାଜପା ପକ୍ଷରୁ ମଙ୍ଗଳବାର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ଦଳ ରାଉରକେଲାରୁ ବରିଷ୍ଠ ନେତା...

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri