ବେଧଡ଼କ ଚାଲିଛି କୁକୁଡ଼ା ଲଢେଇ

କପ୍ତିପଦା,୪ା୧(ଡି.ଏନ.ଏ)- କୁକୁଡ଼ା ଲଢେଇ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ଏକ ପରମ୍ପରା । ମାତ୍ର ରାଜ୍ୟ ସରକାର ଏହାକୁ ବେଆଇନ ଦର୍ଶାଇ ବନ୍ଦ କରିଥିବା ବେଳେ ଜିଲାର ବିଭିନ୍ନ ଅଞ୍ଚଳରେ ଏହା ଖୁଲମଖୁଲା ଚାଲିଛି। ଜିଲା ପ୍ରଶାସନ ଏହି ଲଢେଇ ବନ୍ଦ କରିବା ପାଇଁ ଅସହାୟ ହୋଇ ପଡ଼ିଛି । ଜିଲା ତମାମ ବେଆଇନ କୁକୁଡ଼ା ଲଢେଇ ବର୍ଷସାରା ଚାଲୁଛି। କପ୍ତିପଦା ବ୍ଲକ ଅଞ୍ଚଳରେ ଡିସେମ୍ବର ୨୫ ବଡଦିନଠାରୁ ଗଣପର୍ବ ମକର ପର୍ଯ୍ୟନ୍ତ କୁକୁଡ଼ା ଲଢେଇ ବହୁ ମାତ୍ରାରେ ଦେଖିବାକୁ ମିଳେ । ବିଭିନ୍ନ ଅଞ୍ଚଳର ହାଟ, ମେଳା, ଫୁଟବଲ ଖେଳ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଭାବେ କୁକୁଡ଼ା ଲଢେଇ ପାଇଁ ସ୍ଥାନ ନିରୂପଣ କରାଯାଇଥାଏ । ବିଭିନ୍ନ ଅନୁଷ୍ଠାନ, ସଂଗଠନ ଓ ବ୍ୟକ୍ତି ବିଶେଷ ଏହାକୁ ମଧ୍ୟ ପ୍ରୋସତ୍ାହନ ଦେଉଥିବା ଦେଖିବାକୁ ମିଳିଛି ା ବହୁ କାତିକାର ପରିବାର ଏହି ବେଉସାକୁ ନେଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ବହୁ ଲୋକ ଏହି ଲଢେଇରେ ନିଶା ପାଣି ଖାଇ ଜୁଆ ଖେଳି ସର୍ବଶ୍ୱାନ୍ତ ହେବାର ନଜିର ରହିଛି ା ଫଳରେ ଏହି ଲଢେଇକୁ ନେଇ ବିଭିନ୍ନ ସ୍ଥାନ ଯଥା ଶରତ, ଚକ୍ରଧରପୁର, ନାବରା ଓ ରୁଗୁଡି ହାଟରେ ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇଟି ଗଞ୍ଜା ଲଢେଇ ସମୟରେ କିଏ ଜିତିବ ବୋଲି ଦେଖଣାହାରୀମାନଙ୍କ ମଧ୍ୟରେ ଜୁଆ ଖେଳ ଏବେ ପ୍ରବଳ ମାତ୍ରାରେ ଦେଖିବାକୁ ମିଳିଛି ା ଏପରିକି ପୋଲିସ ଉପସ୍ଥିତିରେ ଏସବୁ ଚାଲୁଥିଲେ ମଧ୍ୟ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ା ଫଳରେ ୧୦ ଟଙ୍କାରୁ ଆରମ୍ଭ ହୋଇ ୧୦ ଓ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୁଆ ଖେଳ ହେଉଥିବା ଜଣାଯାଇଛି ା ଗାଁ ଗହଳିର କେତେକ ପରିବାର ଗଞ୍ଜା ବିକି ବହୁ ଟଙ୍କା ରୋଜଗାର କରୁଥିବା ଚକ୍ରଧରପୁର ପଞ୍ଚାୟତର ସୁକୁଲ ହେମ୍ରମ୍ବ ପ୍ରକାଶ କରିଛନ୍ତି ା ଗଞ୍ଜାର ରଙ୍ଗ, ଉଚ୍ଚତା ଓ ଉଡିବା ଉପରେ ଦରଦାମ୍‌ କମ୍‌ ବେଶୀ ହୋଇଥାଏ ବୋଲି ଜଣେ ଗଞ୍ଜା ବ୍ୟବସାୟୀ ପ୍ରକାଶ କରିଛନ୍ତି ା ଏପରିକି ଭଲ ଉଡି ବିପକ୍ଷ ଗଞ୍ଜାକୁ ଅଧିକ ମାଡ଼ ଦେଇ ପାରୁଥିଲେ ସେହି ଗଞ୍ଜା ମାଲିକଙ୍କ ଘର ଆଗରେ ଲଢେଇ କରୁଥିବା ବ୍ୟକ୍ତିମାନଙ୍କର ଭିଡ଼ ଜମେ। ଫଳରେ ଉଚ୍ଚା ଦାମ୍‌ରେ ମଧ୍ୟ ଗଞ୍ଜା ବିକ୍ରି ହୋଇଥାଏ। ଏପରିକି ଗୋଟିଏ ଗୋଟିଏ ଗଞ୍ଜା ୩୦ରୁ ୪୦ ହଜାର ଟଙ୍କାରେ ବିକ୍ରି ହେବାର ମଧ୍ୟ ନଜିର ରହିଛି ା ନୂଆବର୍ଷ ଅବସରରେ କପ୍ତିପଦା ଓ ଶରତ ଥାନା ଅଞ୍ଚଳରେ ଏହି କୁକୁଡା ଲଢେଇ ବ୍ୟାପକ ଭାବେ ଚାଲିଥିବା ଦେଖିବାକୁ ମିଳିଛି ା ବିଶେଷକରି ଶରତ ଥାନା ଇଲାକାରେ ଖୁଳମଖୁଲା ଭାବେ ଶହଶହ କୁକୁଡା ଲଢେଇ ହେବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ଏ ସମ୍ପର୍କରେ ଶରତ ଥାନାଧିକାରୀ ରୀନା ବକ୍ସଲଙ୍କୁ ପଚାରିବାରୁ ଏହି କୁକୁଡା ଲଢେଇ ଚାଲିଛି, ମୁଁ ବାରମ୍ବାର ତାଗିଦ କରୁଛି, ତଥାପି ଲୁଚାଚୋରା ଏହା ଚାଲୁଥିବାରୁ ଏଥିପ୍ରତି ଦୃଷ୍ଟି ଦେବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ଉଦଳା,୧୨ା୫(ସନ୍ତୋଷ କୁମାର ବାଚ୍ଛିନୀ): ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା…

ଗୋତସ୍କରଙ୍କ ଗୁଳିମାଡ଼ ଘଟଣା, ପୋଖରୀ ଭିତରୁ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ

ବୈଶିଙ୍ଗା,୮।୫(ରତନ ଦାଶ ): ମୟୂରଭଞ୍ଜ-ବାଲେଶ୍ୱର ସୀମାବର୍ତ୍ତୀ ବୈଶିଙ୍ଗା ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ଗୋମାଫିଆଙ୍କ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି…

ଗାଁରେ ପଶି ମହିଳାଙ୍କ ଉପରେ ଆକ୍ରମଣ କଲା ଭାଲୁ, ଆଖି ତାଡି….

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଉଦଳା ବନାଞ୍ଚଳ କୁଶଳଦା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଭାଲୁଟି…

ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ ଦୁର୍ବୃତ୍ତ, ସାଇରନ ବାଜିବା ଡରରେ ଭାଙ୍ଗିଦେଲେ…

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଏଟିଏମ ଲୁଟିନେଲେ ଦୁର୍ବୃତ୍ତ । ଏକ ନୂଆ ଫଣ୍ଡାରେ ଲୁଟ୍ କରିଛନ୍ତି । ନିଜ ଚେହେରାକୁ ସିସିଟିଭିରୁ ବଞ୍ଚାଇବା ପାଇଁ ସିସିଟିଭିରେ ଲାଲ…

ଗୋରକ୍ଷକଙ୍କ ଉପରକୁ ଗୁଳି ଚଳାଇଲେ ଗୋତସ୍କର, ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବୈଶିଙ୍ଗା,୨୯।୪(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ଦିନକୁ ଦିନ ଗୋରୁ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଏହି ଗ୍ୟାଙ୍ଗ ସହ ଜଡ଼ିତ ଅସାମାଜିକ ବ୍ୟକ୍ତିମାନଙ୍କର…

ସ୍ବାମୀଙ୍କ ମୃତ୍ୟୁକୁ ୧୫ବର୍ଷ ପୂରିଲେବି ମହିଳାଙ୍କୁ ମିଳୁନି ଭତ୍ତା

ମୋରଡ଼ା,୨୮ା୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର କୁସୁମକୁଟି ଗ୍ରାମ ୧୪ ନମ୍ବର ୱାର୍ଡର ବିଧବା ମହିଳା ବୁଧୁ ହେମ୍ବ୍ରମ ଭତ୍ତା ପାଇବାରୁ…

ବାଇକ୍‌କୁ ପିଟିଲା ସ୍କର୍ପିଓ, ବସ୍‌ ସହ ମୁହାଁମୁହିଁ ହେଲା କାର୍‌, ଚାଲିଗଲା ୪ ଜୀବନ

କରଞ୍ଜିଆ,୨୭ା୪(କବିତା ମହାନ୍ତ) : ମୟୂରଭଞ୍ଜ କରଞ୍ଜିଆ ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ସ୍କର୍ପିଓ ପିଟିଥିବାରୁ ବାଇକ୍‌ରେ ଯାଉଥିବା ସ୍ବାମୀ-ସ୍ତ୍ରୀଙ୍କ ଜୀବନ ଯାଇଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri