ବେଧଡ଼କ ଚାଲିଛି କୁକୁଡ଼ା ଲଢେଇ

କପ୍ତିପଦା,୪ା୧(ଡି.ଏନ.ଏ)- କୁକୁଡ଼ା ଲଢେଇ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ଏକ ପରମ୍ପରା । ମାତ୍ର ରାଜ୍ୟ ସରକାର ଏହାକୁ ବେଆଇନ ଦର୍ଶାଇ ବନ୍ଦ କରିଥିବା ବେଳେ ଜିଲାର ବିଭିନ୍ନ ଅଞ୍ଚଳରେ ଏହା ଖୁଲମଖୁଲା ଚାଲିଛି। ଜିଲା ପ୍ରଶାସନ ଏହି ଲଢେଇ ବନ୍ଦ କରିବା ପାଇଁ ଅସହାୟ ହୋଇ ପଡ଼ିଛି । ଜିଲା ତମାମ ବେଆଇନ କୁକୁଡ଼ା ଲଢେଇ ବର୍ଷସାରା ଚାଲୁଛି। କପ୍ତିପଦା ବ୍ଲକ ଅଞ୍ଚଳରେ ଡିସେମ୍ବର ୨୫ ବଡଦିନଠାରୁ ଗଣପର୍ବ ମକର ପର୍ଯ୍ୟନ୍ତ କୁକୁଡ଼ା ଲଢେଇ ବହୁ ମାତ୍ରାରେ ଦେଖିବାକୁ ମିଳେ । ବିଭିନ୍ନ ଅଞ୍ଚଳର ହାଟ, ମେଳା, ଫୁଟବଲ ଖେଳ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଭାବେ କୁକୁଡ଼ା ଲଢେଇ ପାଇଁ ସ୍ଥାନ ନିରୂପଣ କରାଯାଇଥାଏ । ବିଭିନ୍ନ ଅନୁଷ୍ଠାନ, ସଂଗଠନ ଓ ବ୍ୟକ୍ତି ବିଶେଷ ଏହାକୁ ମଧ୍ୟ ପ୍ରୋସତ୍ାହନ ଦେଉଥିବା ଦେଖିବାକୁ ମିଳିଛି ା ବହୁ କାତିକାର ପରିବାର ଏହି ବେଉସାକୁ ନେଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ବହୁ ଲୋକ ଏହି ଲଢେଇରେ ନିଶା ପାଣି ଖାଇ ଜୁଆ ଖେଳି ସର୍ବଶ୍ୱାନ୍ତ ହେବାର ନଜିର ରହିଛି ା ଫଳରେ ଏହି ଲଢେଇକୁ ନେଇ ବିଭିନ୍ନ ସ୍ଥାନ ଯଥା ଶରତ, ଚକ୍ରଧରପୁର, ନାବରା ଓ ରୁଗୁଡି ହାଟରେ ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇଟି ଗଞ୍ଜା ଲଢେଇ ସମୟରେ କିଏ ଜିତିବ ବୋଲି ଦେଖଣାହାରୀମାନଙ୍କ ମଧ୍ୟରେ ଜୁଆ ଖେଳ ଏବେ ପ୍ରବଳ ମାତ୍ରାରେ ଦେଖିବାକୁ ମିଳିଛି ା ଏପରିକି ପୋଲିସ ଉପସ୍ଥିତିରେ ଏସବୁ ଚାଲୁଥିଲେ ମଧ୍ୟ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ା ଫଳରେ ୧୦ ଟଙ୍କାରୁ ଆରମ୍ଭ ହୋଇ ୧୦ ଓ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୁଆ ଖେଳ ହେଉଥିବା ଜଣାଯାଇଛି ା ଗାଁ ଗହଳିର କେତେକ ପରିବାର ଗଞ୍ଜା ବିକି ବହୁ ଟଙ୍କା ରୋଜଗାର କରୁଥିବା ଚକ୍ରଧରପୁର ପଞ୍ଚାୟତର ସୁକୁଲ ହେମ୍ରମ୍ବ ପ୍ରକାଶ କରିଛନ୍ତି ା ଗଞ୍ଜାର ରଙ୍ଗ, ଉଚ୍ଚତା ଓ ଉଡିବା ଉପରେ ଦରଦାମ୍‌ କମ୍‌ ବେଶୀ ହୋଇଥାଏ ବୋଲି ଜଣେ ଗଞ୍ଜା ବ୍ୟବସାୟୀ ପ୍ରକାଶ କରିଛନ୍ତି ା ଏପରିକି ଭଲ ଉଡି ବିପକ୍ଷ ଗଞ୍ଜାକୁ ଅଧିକ ମାଡ଼ ଦେଇ ପାରୁଥିଲେ ସେହି ଗଞ୍ଜା ମାଲିକଙ୍କ ଘର ଆଗରେ ଲଢେଇ କରୁଥିବା ବ୍ୟକ୍ତିମାନଙ୍କର ଭିଡ଼ ଜମେ। ଫଳରେ ଉଚ୍ଚା ଦାମ୍‌ରେ ମଧ୍ୟ ଗଞ୍ଜା ବିକ୍ରି ହୋଇଥାଏ। ଏପରିକି ଗୋଟିଏ ଗୋଟିଏ ଗଞ୍ଜା ୩୦ରୁ ୪୦ ହଜାର ଟଙ୍କାରେ ବିକ୍ରି ହେବାର ମଧ୍ୟ ନଜିର ରହିଛି ା ନୂଆବର୍ଷ ଅବସରରେ କପ୍ତିପଦା ଓ ଶରତ ଥାନା ଅଞ୍ଚଳରେ ଏହି କୁକୁଡା ଲଢେଇ ବ୍ୟାପକ ଭାବେ ଚାଲିଥିବା ଦେଖିବାକୁ ମିଳିଛି ା ବିଶେଷକରି ଶରତ ଥାନା ଇଲାକାରେ ଖୁଳମଖୁଲା ଭାବେ ଶହଶହ କୁକୁଡା ଲଢେଇ ହେବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ଏ ସମ୍ପର୍କରେ ଶରତ ଥାନାଧିକାରୀ ରୀନା ବକ୍ସଲଙ୍କୁ ପଚାରିବାରୁ ଏହି କୁକୁଡା ଲଢେଇ ଚାଲିଛି, ମୁଁ ବାରମ୍ବାର ତାଗିଦ କରୁଛି, ତଥାପି ଲୁଚାଚୋରା ଏହା ଚାଲୁଥିବାରୁ ଏଥିପ୍ରତି ଦୃଷ୍ଟି ଦେବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ସୁଦାମ-ନବଚରଣ ଲଢ଼େଇ

ବାରିପଦା,୨୮ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଭାଜପା ଓ ବିଜେଡି ପକ୍ଷରୁ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଜିଲାରେ ନିର୍ବାଚନୀ ଉଷ୍ମତା ଜୋର ଧରିଛି। ଦୁଇ ପ୍ରମୁଖ ଦଳର...

ଅଫିମ ବେପାରୀଙ୍କ ପାଇଁ ଅକଳରେ ଆଦିବାସୀ

ବାରିପଦା,୨୦।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷର ପସରା ମେଲିଛି। ଏକର ଏକର ଜମିରେ ଅଫିମ ଚାଷ କରି ମାଲେମାଲେ ହେଉଥିବା...

ମାଂସ ପାଇଁ ୩ଦିନ ପଡ଼ିରହିଲା ମୃତଦେହ

ବାରିପଦା,୧୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଗାଁର ସମସ୍ତଙ୍କ ଭୋଜି ଭାତରେ ସାମିଲ ହେଉଥିଲେ। ହେଲେ ଜାତିଭାଇଙ୍କୁ ନିଜ ବାହାଘର ଭୋଜି ଦେଲେନି। ଏନେଇ ଗାଁ ଲୋକଙ୍କ ସହ ଲାଗି...

ବଜ୍ରପାତରେ ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଆହତ

ଠାକୁରମୁଣ୍ଡା,୧୮ା୩(ତାରାକାନ୍ତ ପଟ୍ଟନାୟକ): ସୋମବାର ସକାଳେ ବଜ୍ରପାତ ହୋଇ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା...

ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ କଲେ ଗ୍ରାମବାସୀ

ମୋରଡ଼ା,୧୫ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ଝିଙ୍କିରିଆ ଗ୍ରାମବାସୀଙ୍କ ଦ୍ୱାରା ଏକ ଗୋରୁ ଗାଡ଼ି ଜବତ ହୋଇଛି। ସୂଚନାନୁଯାୟୀ, ଶୁକ୍ରବାର...

ସଙ୍ଘ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ସରପଞ୍ଚ ନିଲମ୍ବିତ

ମୋରଡା,୧୨।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ସରପଞ୍ଚ ସଙ୍ଘରୁ ଦୁଇଜଣ ସରପଞ୍ଚ ନିଲମ୍ବିତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri