କୁଲଡ଼ିହାରେ ପକ୍ଷୀ ଗଣନା ଆରମ୍ଭ

ସଜନାଗଡ଼, ୪।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ବନ ବିଭାଗ ପକ୍ଷରୁ କୁଲଡିହା ଅଭୟାରଣ୍ୟରେ ପକ୍ଷୀଗଣନା ଆରମ୍ଭ ହୋଇଛି। ଅଭୟାରଣ୍ୟ ଭିତରେ ଥିବା ରିଷିଆ ଡ୍ୟାମ୍‌, ସିନ୍ଦୁଆ, ବୁଗାଳିବନ୍ଧ, ଖୁମ୍‌କୁଟ୍‌, ତେଣ୍ଡା ଅଞ୍ଚଳର ସାତଘାଟି ଡ୍ୟାମ୍‌ରେ ପକ୍ଷୀଗଣନା ପାଇଁ ୫ଟି ଟିମ୍‌ ନିୟୋଜିତ ହୋଇଛନ୍ତି। ଶୁକ୍ରବାର କୁଲଡ଼ିହା ରେଞ୍ଜ୍‌ ଅଧିକାରୀ ବିଜୟ ମହାପାତ୍ର ମୁଖ୍ୟ କାର୍ଯ୍ୟ ନିର୍ବାହ କରୁଛନ୍ତି। ଫରେଷ୍ଟର ପରମାନନ୍ଦ ନାୟକ, ବିଜୟ କୁମାର ସାହୁ, ଉମାକାନ୍ତ ଜେନା ଏହି ଟିମ୍‌ର ନେତୃତ୍ୱ ନେଉଛନ୍ତି। ଏହାସହ ବନ କର୍ମଚାରୀ ପକ୍ଷୀଗଣନାରେ ସାମିଲ ହୋଇଛନ୍ତି। କୋହଲା ପାଗ ସମେତ ବର୍ଷା ସତ୍ତ୍ୱେ ପକ୍ଷୀଗଣନା ପୂର୍ବାହ୍ନ ୬ଟା ସମୟରେ ଆରମ୍ଭ ହୋଇଥିଲା। ରିଷିଆ ଡ୍ୟାମ୍‌ରେ ଡଙ୍ଗା ସାହାଯ୍ୟରେ ପକ୍ଷୀଗଣନା ହେଉଥିବାର ଦେଖିବାକୁ ମିଳିଥିଲା। ପକ୍ଷୀଙ୍କ ଭିତରେ ବଗ, ଶୁଆ, ଗେଣ୍ଡାଳିଆ, ହରଡ଼ଖାଇ, ମାଛରଙ୍କା, ସଲରୀ, କଜଳପାତି, ବୁଲ୍‌ବୁଲ୍‌, ଭଦଭଦଳିଆ ଆଦି ଦେଶୀ ପକ୍ଷୀ ରହିଥିବା ବେଳେ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ କୁଲଡିହାରେ ରହିଥିବା ସୂଚନା ରହିଛି। ପକ୍ଷୀ ବିଶେଷଜ୍ଞ ରମାକାନ୍ତ ବିଶ୍ୱାଳ ଓ ତାଙ୍କର ୨ ସହଯୋଗୀ ଭୁବନେଶ୍ୱରରୁ ଆସି ପକ୍ଷୀଗଣନାରେ ସହଯୋଗ କରିଛନ୍ତି। ଅନୁରୂପ ଭାବେ ନୀଳଗିରି ବନ ବିଭାଗ ଅଧୀନ ପଦ୍ମତୋଳାରେ ନୀଳଗିରି ରେଞ୍ଜର ରୁଦ୍ରାନନ୍ଦ ବାରିକ୍‌ଙ୍କ ନେତୃତ୍ୱରେ ୩ ଫରେଷ୍ଟର, ଫରେଷ୍ଟଗାର୍ଡ଼, ସବୁଜବାହିନୀକୁ ନେଇ ପକ୍ଷୀଗଣନା ହେଉଛି। ଖବର ଲେଖିବା ପର୍ଯ୍ୟନ୍ତ ପକ୍ଷୀଗଣନାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇ ନ ଥିବାବେଳେ ବନବିଭାଗ ଶନିବାର ସମ୍ପୂର୍ଣ୍ଣ ତାଲିକା ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri